ପ୍ରତିଫଳନ ମିଡ଼ିଆ
କୋରାପୁଟ ରେ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ । ଚାରୋଟି ଜିଲ୍ଲାର ତ୍ରିସ୍ତରୀୟ ପଞ୍ଚାୟତ ଓ ପୌର ପରିଷଦ,ବିଜ୍ଞାପିତ ଅଞ୍ଚଳ ପରିଷଦର ନିର୍ବାଚିତ ପ୍ରତିନିଧିଙ୍କ ସ୍ଥିତି ଓ ଖାଲି ପଡ଼ିଥିବା ପଦବୀର
ସ୍ଥିତି ନେଇ କରୁଛନ୍ତି ସମୀକ୍ଷା କରିଛନ୍ତି । ଅସ୍ଥାୟୀ ଭୋଟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ସହ ବୁଥ ବାକ୍ସ ରଖିବା ଗୃହ ଗୁଡ଼ିକର ଉନ୍ନତି କରିବା, ସଚଳ ବେଲେଟ୍ ମିଶନ ଗଚ୍ଛିତ ରଖିବା , ନିର୍ବାଚନରେ ବ୍ୟୟ ବକେୟା ଅର୍ଥ, ଆଦି ସ୍ଥିତିର ସମୀକ୍ଷା କରିଥିଲେ । ଵୈଠକରେ ସାମିଲ ହୋଇଥିଲେ
କୋରାପୁଟ, ନବରଙ୍ଗପୁର ,ମାଲକାନଗିରି ରାୟଗଡ଼ା,ଜିଲ୍ଲାର ଜିଲ୍ଲାପାଳ ସମେତ ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ,ଜିଲ୍ଲା ପଞ୍ଚାୟତ ଅଧିକାରୀ, ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ । ସମସ୍ତ ପଦାଧିକାରୀଗଣ ଉପସ୍ଥିତ ରହି ସମୀକ୍ଷା ବୈଠକରେ ଅଂଶଗ୍ରହଣ କରିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏହି ବୈଠକର ଗୁରୁତ୍ୱ ଅଧିକ ମନେ କରାଯାଇଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କୋରାପୁଟ ଜିଲ୍ଲା ଗସ୍ତରେ ଆସି ଆସନ୍ତା ୨୦୨୭ ନିର୍ବାଚନ ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଚାରୋଟି ଜିଲ୍ଲାରେ ନିର୍ବାଚନ ସୁଚାରୁ ରୂପେ କିଭଳି ସମ୍ପାଦିତ ହୋଇପାରିବ ସେଥିନେଇ ଜିଲ୍ଲାପାଳ ଓ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଥିବା କହିଛନ୍ତି। ନିର୍ବାଚନ ମଣ୍ଡଳୀ ସୀମା ପୁନର୍ଗଠନ ନେଈ ହେଉଥିବା ଚର୍ଚା ସହ ଏହି ସମୀକ୍ଷା ବୈଠକ ବା ପୂର୍ବ ପ୍ରସ୍ତୁତି ର କିଛି ସଂକୁପର୍କ ନାହିଁ ବୋଲି ଖଣ୍ଡନ କରିଛନ୍ତି ନିର୍ବାଚନ କମିଶନର