ପ୍ରତିଫଳନ ମିଡ଼ିଆ
କୋରାପୁଟ ରେ ଭୟସ ଅଫ ମିଡ଼ିଆର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକତା ବୃତିକୁ ରୁଦ୍ଧିମନ୍ତ କରିବାକୁ ହେଲେ ସାମ୍ବାଦିକ ମାନେ ନିଷ୍ଠାବାନ ହୋଇ ସତ୍ୟ ତଥ୍ୟକୁ ଗୁରୁତ୍ବ ଦେଇ ଅଞ୍ଚଳର ବିକାଶ ଓ ସମାଜର ହିତକୁ ଦୃଷ୍ଟିରେ ରଖି ଖବର ପରିବେଷଣ କରିବା ଉଚିତ। ନିଜକୁ ସୁରକ୍ଷିତ ରଖି କାହା ଦ୍ବାରା ପ୍ରଭାବିତ ନ ହୋଇ ଖବର ପରିବେଷଣ କଲେ ସାଧାରଣରେ ଗ୍ରହଣୀୟ ହୋଇପାରିବେ । ଅସାମାଜିକ ତତ୍ବଙ୍କ ଦ୍ବାରା ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ବଡି ଚାଲିଛି ।ଏଣୁ ସାମ୍ବାଦିକ ସୁରକ୍ଷା ଆଇନ୍ ଲାଗୁ କରିବାକୁ ସଂଘ ଦାବି କରିଛି ।ଏହି ଅବସରରେ କୋରାପୁଟ କନକ ନିଉଜ ର ସାମ୍ବାଦିକ ସୌମ୍ୟରଞ୍ଜନ ସାହୁଙ୍କୁ ସଂଘ ପକ୍ଷରୁ ସମ୍ମାନିତ କରାଯାଇଥିଲା ।ଜିଲ୍ଲା ଶାଖା ସଭାପତି ସୁରେନ୍ଦ୍ର ଖୋସଲାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟ ସଭାପତି ପ୍ରଭାତ ମିଶ୍ର ସାମ୍ବାଦିକ ମାନଙ୍କୁ ସାମ୍ବାଦିକଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ ଉପରେ ସଚେତନ କରାଇଥିଲେ।ଭୟସ ଅଫ ମିଡ଼ିଆ ସାମ୍ୱାଦିକ ଙ୍କୁ ତିନ ଟି ସୁରକ୍ଷା ଦେବାକୁ ଘୋଷଣା କରିଥିଲେ ।ସାମ୍ୱାଦିକ ଏଵଂ ତାଙ୍କ ପରିବାର କୁ ବିମା ପ୍ରଦାନ , ପରିବାର ର ପିଲା ମାନକୁ ପାଠ ପଢା ପାଇଁ ସହାୟତା , ଘର କରିବା ପାଇଁ ଋଣର ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକରେ ମହେନ୍ଦ୍ର ବାଘ, କାଉନସିଲର କାଦମ୍ୱନି ସେଠୀ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ସଦସ୍ୟ ମାନଙ୍କୁ ସଂଘର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା
