ପ୍ରତିଫଳନ ମିଡ଼ିଆ
ଶ୍ବାଶତ ବନ୍ଧୁତ୍ବର ଦୁଃଖଦ କାହାଣୀର ଅନ୍ତ
ସାଙ୍ଗ ହୋଇ ବଞ୍ଚୁଥିଲେ । ଭାଗ୍ୟର ବିଡମ୍ବନା ସାଙ୍ଗ ହୋଇ ମଲେ। ଏମିତି ଦୁଃଖଦ କାହାଣୀ ଶୁଣିଲେ ଆପଣ ବି ନିର୍ବାକ ହୋଇଯିବେ ।
ଜୟପୁରର ଓ ରାଉରକେଲାର ଯୁବସଫ୍ଟୱେର ଇଞ୍ଜିନିୟର ଜି ଭାନୁ ପ୍ରକାଶ ଓ ନଳିନୀ ବିଶ୍ଵାଳ । ହାଇଦ୍ରାବାଦର ଏକ ସ୍ପଟୱେର କମ୍ପାନୀରେ କାମ କରୁଥିଲେ। ଏକତ୍ର ମିଶି ରହୁଥିଲେ। ନିତି ସକାଳୁ ଦୁହେଁ କାମକୁ ଯାଉଥିଲେ ଓ ଫେରୁଥିଲେ । କିନ୍ତୁ ଶେଷରେ ଦୁହେଁ ଏକତ୍ର ଜୀବନ ହାରିଲେ। ଦୁଇ ଯୁବ ଇଞ୍ଜିନିୟରଙ୍କ କାରରେ ଯାଉଥିବାବେଳେ ଦୁର୍ଘଟଣା ଘଟି ମୃତ୍ୟୁ ଘଟିଥିବା ଜଣାପଡିଛି ।
ହାଇଦ୍ରାବାଦର ଆଉଟର ରିଙ୍ଗ ରୋଡରେ ଘଟିଛି ଦୁର୍ଘଟଣା। ଆଜି ପୂର୍ବାହ୍ନରେ ଘଟିଛି ଘଟଣା । ହାଇଦ୍ରାବାଦ ପୋଲିସ ଶବକୁ ଜବତ କରିବା ପରେ ଶବ ବ୍ୟବଚ୍ଛେଦ କରି ଆତ୍ମୀୟଙ୍କୁ ହସ୍ତାନ୍ତର କରିଥିବା ଜଣା ପଡ଼ିଛି। ଦୁଇ ସାଙ୍ଗ ଏକାଠି କାମ କରୁଥିଲେ, ଏକାଠି ରହୁଥିଲେ । ଏକାଠି ମରିଲେ । ଏବେ ଦୁଇ ସାଙ୍ଗଙ୍କ ଶବ ଜୟପୁର ଆସୁଥିବା ଖବର ହସ୍ତଗତ ହୋଇଛି । ଜୟପୁରରେ ଶେଷ କୃତ୍ୟ ସଂପନ୍ନ ହେବ ବୋଲି ଜଣା ପଡ଼ିଛି । ଦୁଇ ସାଙ୍ଗଙ୍କ ଏଭଳି ବିଦାୟ କୌଣସି ସିନେମାର କାହାଣୀ ବୋଲି ଲାଗୁଥିଲେ ବି ବାସ୍ତବରେ ଏହି ଘଟଣା ହୃଦୟ ବିଦାରକ ମନେ ହେଉଛି । ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।