ଗୁଣି ଗାରେଡ଼ି ସନ୍ଦେହରେ ଜଣଙ୍କୁ ହତ୍ୟା ମାମଲା#ଏକ୍ସନ ମୁଡ଼ରେ ପୋଲିସ # ୨୧ ଜଣ ଗିରଫ # ଅଭିଯୁକ୍ତ ଅଛନ୍ତି ୭ଜଣ ନାବାଳକ: ରାୟଗଡା ଏସପି ସ୍ବସ୍ତି ଏସ କୁମାର

ପ୍ରତିଫଳନ ମିଡ଼ିଆ

ଗୁଣି ଗାରେଡ଼ି ସନ୍ଦେହ ରେ ରାୟଗଡା ଜିଲ୍ଲା ପଦ୍ମପୁର ର ଜଣଙ୍କୁ ହତ୍ୟା ମାମଲାରେ ପୋଲିସ ତ୍ୱରିତ ପଦକ୍ଷେପ ଗ୍ରହଣ କରିଛି। ଘଟଣାରେ ସମ୍ପୃକ୍ତ ୨୧ ଜଣଙ୍କୁ ପୋଲିସ ଗିରଫ କରିଛି । ଗତ କାଲି ବିଳମ୍ବିତ ରାତିରେ ପଦ୍ମପୁର ସଦର ମହକୁମା ଝୁମୁରୁଗୁଡ଼ା ହାଟପଦା ସାହିର ୫୫ ବର୍ଷୀୟ ଭୈରବ ସାହୁଙ୍କୁ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଭୈରବ ଙ୍କ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା | ବୁଝାସୁଝା  କରିବାକୁ ଯାଇଥିବା ପଦ୍ମପୁର ଥାନା ଅଧିକାରୀ  ଙ୍କୁ ପଥର ମାଡ କରି ମୁଣ୍ଡ ଫଟେଇବା ସହ ଗାଡ଼ି କୁ ଆକ୍ରମଣ କରିଥିଲେ ଉତ୍ୟକ୍ତ ଲୋକେ ।

ଘଟଣାରେ ସମ୍ପୃକ୍ତ କାହାରିକୁ ଛଡ଼ା ଯିବନି, କଡା ପଦକ୍ଷେପ ନିଆଯିବ: ଏସପି

ମେଡ଼ିକାଲରେ ମୃତ ଭୈରବ

ଘଟଣା ପରେ ସକାଳୁ ପଦ୍ମପୁରରେ ୪ ପ୍ଲାଟୁନ ପୋଲିସ ମୁତୟନ କରାଯାଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ। ସାଇଣ୍ଟିଫିକ ଟିମ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ପ୍ରାୟ ୪୦ଜଣଙ୍କୁ ପୋଲିସ ସନ୍ଦେହର ପଚରା ଉଚୁରା ଆରମ୍ଭ କରିଥିଲା। ଶେଷରେ ଘଟଣାରେ ସଂପୃକ୍ତ ୨୧ ଜଣଙ୍କୁ ପ୍ରଥମ ପର୍ଯ୍ୟାୟରେ ପୋଲିସ ଗିରଫ କରିଛି । ଏହା ଛଡ଼ା ୭ ଜଣ ନାବାଳକ ମଧ୍ୟ ଘଟଣାରେ ସମ୍ପୃକ୍ତ ଅଛନ୍ତି । ଆଗକୁ ତଦନ୍ତ ଚାଲିଛି । ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧିଙ୍କୁ ଗିରଫ କରାଯିବ ବୋଲି ରାୟଗଡ଼ା ଏସପି   ସ୍ବସ୍ତି ଏସ କୁମାର ପ୍ରତିଫଳନକୁ ସୂଚନା ପ୍ରଦାନ କରିଛନ୍ତି । ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି । ଘଟଣା ଉପରେ ତୀକ୍ଷଣ ନଜର ରଖାଯାଇଛି । ଅପରାଧୀଙ୍କ ଉପରେ ଦୁଇଟି ମୋକଦ୍ଦମା କରାଯାଇଛି । ଗୋଟିଏ ହତ୍ୟା ଓ ଅନ୍ୟଟି ପୋଲିସ ଉପରକୁ ଆକ୍ରମଣ କରିଥିବା ନେଇ ମାମଲା ପଦ୍ମପୁର ଥାନାରେ ପୋଲିସ ପକ୍ଷରୁ କରାଯାଇଛି । ତଦନ୍ତ ଚାଲିଛି  ବୋଲି ରାୟଗଡ଼ା ଏସପି  କହିଛନ୍ତି ।ହତ୍ୟାକାଣ୍ଡରେ ନାବାଳକ ଙ୍କ ସଂପୃକ୍ତି ଥିବା ଧାରା ପଡ଼ିବା ପରେ ଏହି ଘଟଣା ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଛି ।

Spread the love