ପଦ୍ମପୁର ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଦ୍ମପୁର ବ୍ଲକ ଶିକ୍ଷା ଅଧିକାରୀ ହୃଷୀକେଶ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଟି ଓ ମାଆ ସବୁବେଳେ ଚିର ନମସ୍ୟ । ମାଟି, ମାଆ ଓ ଗୁରୁଙ୍କ ପ୍ରତି ସମ୍ମାନପୂର୍ବକ ଶିକ୍ଷା ସହିତ ସହପାଠ୍ୟ କାର୍ଯ୍ୟକ୍ରମ ଜରିଆରେ ନିଜର ପ୍ରତିଭାର ସାମର୍ଥ୍ୟ ପ୍ରତିପାଦନ କରିବା ଆବଶ୍ୟକ ବୋଲି କହିଥିଲେ । ପଦ୍ମପୁର ମାଟିର ସୁଯୋଗ୍ୟ ସନ୍ତାନ ଭାବେ ଜାତୀୟ ଶିକ୍ଷକ ସମ୍ମାନ ପ୍ରାପ୍ତ କରିଥିବାରୁ ଡ଼ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ପଦ୍ମପୁର ସରପଞ୍ଚ ପ୍ରକାଶ କଣ୍ଡାଗରୀ ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଯୋଗ ଦେଇ ସୁରଭି ଅବସରରେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅପରପକ୍ଷେ ବ୍ଲକ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମପୁର ବ୍ଳକ୍ରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।