(ପ୍ରତିଫଳନ ମିଡିଆ)
ଝଞ୍ଜାବତୀ ମହିଳା ଓ।କର୍ସ କ୍ଲବ ,ରାୟଗଡ଼ା ପକ୍ଷରୁ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କ୍ଲବର ସମସ୍ତ ସଦସ୍ୟାମାନେ ଡ଼. ସାହୁଙ୍କ ବାସଭବନକୁ ଯାଇ ଡ଼ ସାହୁଙ୍କୁ ଫୁଲ ତୋଡା, ଉପଢୌକନ ଓ ମାଆ ମଝିଘରିଆଣୀଙ୍କ ସ୍ମାରକୀ ଚିତ୍ର ପ୍ରଦାନପୂର୍ବକ ସମ୍ମାନିତ କରିଥିଲେ । ଏଇକ୍ରମରେ ଜନଜାତି ପିଲାଙ୍କ ଶିକ୍ଷାର ବିକାଶ ଦିଗରେ ଡ଼ ସାହୁଙ୍କ ନିରବଚ୍ଛିନ୍ନ ନିଷ୍ଠାପର ଉଦ୍ୟମ ଏବଂ ନିଆରା କୌଶଳ ପ୍ରୟୋଗକୁ ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷକଙ୍କ ପାଇଁ ଉର୍ଦ୍ଦିଷ୍ଟ ଦେଶର ସର୍ବୋଚ୍ଚ ସମ୍ମାନ ଜାତୀୟ ଶିକ୍ଷକ ପୁରସ୍କାର ମହାମହିମ ରାଷ୍ଟ୍ରପତିଙ୍କ କରକମଳରୁ ପ୍ରାପ୍ତ କରି ଡ଼ ସାହୁ ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଥିବାରୁ ସଦସ୍ୟାମାନେ ଅଭିନନ୍ଦନ ଜ୍ଞାପନ କରିଥିଲେ । ଡ଼ଃ ସାହୁ ନିଜର ଅଭିଜ୍ଞତାକୁ ବ୍ୟକ୍ତ କରିଥିଲେ । ଏହି ସମ୍ମାନିତ ଉତ୍ସବ ପର୍ଵ ଆୟୋଜନରେ କ୍ଲବର ପ୍ରମୁଖ ରୁବିରାଣୀ କୁଣ୍ଡୁଙ୍କ ନେତୃତ୍ୱରେ କ୍ଲବ ସଭାପତି ଅରୁଣା ବେହେରା, ଉପସଭାପତି ସୁଜାତା ମାଦଳା, ଦୀପ୍ତିଲତା ପଣ୍ଡା, ସୁଜାତା ଖାଡ଼ଙ୍ଗା, ଆରତୀ ମିଶ୍ର, ସୁଜାତା ମିଶ୍ର, ପଦ୍ମାବତୀ ମିଶ୍ର, ଇନ୍ଦିରା ପଣ୍ଡା, ସଂଯୁକ୍ତା ନାୟକ, ସବିତା ଛୁଆଳ ସିଂ ସମେତ ଝଞ୍ଜାବତୀ ମହିଳା ଓ।କର୍ସ କ୍ଲବର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ ।