ପ୍ରତିଫଳନ ମିଡିଆ
ରାୟଗଡ: ଜିଲ୍ଲା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ୭୦ ତମ ବନଖଣ୍ଡ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ରାୟଗଡା ବିଧାୟକ ଆପଲୁ ସ୍ୱାମୀ କାଡ୍ରାକା,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, କୋଲନରା ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା ଓ ସମାଜସେବୀ, ପରିବେଶବିତ ଗୌରାଙ୍ଗ ଚରଣ ରାଉତ ଯୋଗଦେଇ ବୃକ୍ଷର ଯତ୍ନ ନେବା , ଜଙ୍ଗଲ କ୍ଷୟକୁ ରୋକିଵା ସହ ନୂତନ ଜଙ୍ଗଲ ସୃଷ୍ଟି କରି ବନ୍ୟପ୍ରାଣୀ କିଭଳି ସୁରକ୍ଷିତ ରହିପାରିବେ ସେ ଦିଗରେ ପ୍ରଶାସନ ଓ ଜନସାଧାରଣ ସଚେତନ ରହିବାର ଆବଶ୍ୟକତା ରହିଛି ବୋଲି ଅଭିଭାଷଣ ରେ ଗୁରୁତ୍ବାରୋପ କରିଥିଲେ ।
ରାୟଗଡ ଡିଏଫଓ ସଚିନ ଆନ୍ନା ସାହେବ ଓହୋଲେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାୟଗଡ ଏସିଏଫ ଅଶୋକ କୁମାର ପ୍ରଧାନ
ବନ୍ୟ ପ୍ରାଣୀ ସପ୍ତାହ ପାଳନର ଆଭିମୁଖ୍ୟ ସମ୍ପର୍କ ଆଲୋକପାତ କରିଥିଲେ ।
ପରିବେଶର ସୁରକ୍ଷା ନିମନ୍ତେ, ବୃକ୍ଷ ରୋପଣ ଓ ଏହାର ସୁରକ୍ଷା, ପ୍ଲାଷ୍ଟିକ ବର୍ଜନ ଓ ପରିବେଶ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘକୁ ପ୍ରକୃତି ମିତ୍ର ୨୦୨୪ ସମ୍ମାନରେ ସମ୍ମାନୀତ କରାଯାଇଛି । ମାନ ପତ୍ରସହ ୨୦ ହଜାର ଅର୍ଥ ରାଶି ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ସାମ୍ବାଦିକ ମନୋଜ କୁମାର ସାହୁଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଛି । ତାଙ୍କୁ ୧୦ ହଜାର ଅର୍ଥ ରାଶି ଓ ମାନପତ୍ର ପ୍ରଦାନ କରାଯାଇଛି ।
ଏହି ଅବସରରେ ସଂଘ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।
ପରିବେଶ ସୁରକ୍ଷାଦିଗରେ ଉଲ୍ଲେଖନୀୟ କାମକରିଥିବାରୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କୁ
ମାନପତ୍ର ଓ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ପରିବେଶ ସୁରକ୍ଷା ସମ୍ପର୍କରେ ଅନୁଷ୍ଠିତପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି l