ବ୍ରହ୍ମପୁର (ପ୍ରତିଫଳନ ମିଡିଆ)
ନିଆଁରେ ଜଳି ପୋଡି ପାଉଁଶ ହୋଇଗଲା । ଆଇ. ଏ. ଏସ ବନିବା ସ୍ବପ୍ନରେ ରହିଗଲା । ଯୁକ୍ତ ତିନି ବିଜ୍ଞାନର ଶେଷ ବର୍ଷ ଛାତ୍ରୀ ରାଣୀ ପ୍ରଧାନ. ବାପାର ଅକଥନୀୟ ନିର୍ଯ୍ୟାତନାକୁ ସହି ନପାରି ନିଆଁରେ ନିଜେ ଜଳି ହୋଇ ମରିବାକୁ ବାଧ୍ୟ ହେଲେ ମାଧବୀ ଛାତ୍ରୀ ରାଣୀ. ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଅଞ୍ଚଳରେ । ଗତକାଲି କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ ଯୁବତୀ। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ଯୁବତୀ ଜଣକ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ।
ଇଛା ଥିଲା ବଡ଼ ମଣିଷ ହୋଇ ନା ରଖିବି। ଡାକ୍ତରୀ ବନିବା ଆଶା ମଉଳିବା ପରେ ଆଇ. ଏ. ଏସ ହେବା ସ୍ବପ୍ନ ଥିଲା । ମେଟ୍ରିକ 78 ପ୍ରତିଶତ ମାର୍କ ରଖି ପାସ ହେବା ପରେ ଯୁକ୍ତ ଦୁଇ ବିଜ୍ଞାନରେ ପାଠ ପଢିଥିଲେ । ଯୁକ୍ତ ଦୁଇରେ ମଧ୍ୟ ସମାନ ପ୍ରତିଶତ ମାର୍କ ରଖି ପାସ ହୋଇ ବ୍ରହ୍ମପୁରରେ ଯୁକ୍ତ ତିନି ବିଜ୍ଞାନ ପଢୁଥିଲେ । ଶେଷ ବର୍ଷର ଛାତ୍ରୀ ଥିଲେ । ପିଲାଟି ଦିନରୁ ମାଆକୁ ହରାଇ ବସିଥିବା ରାଣୀ, ସାବତ ମାଆଙ୍କ ନିକଟରେ ରହୁଥିଲା । ବାପା ଅଶୋକ ପ୍ରଧାନ ଓ ସାବତ ମାଆ ଜ୍ୟସ୍ନା ନାୟକ ଝିଅଙ୍କ ଦାୟିତ୍ୱ ନେଉଥିଲେ । ଗତ କିଛି ବର୍ଷ ହେଲା ବାପା ଅଶୋକ ମଦ୍ୟପନ କରି ଝିଅକୁ ମାନସିକ ନିର୍ଯ୍ୟାତନା ଦେଉଥିବା ନେଇ ଅଭିଯୋଗ କରିଛନ୍ତି ସାବତ ମାଆ । ଗତକାଲି ଘରେ ମାଆ ନଥିବା ବେଳେ ବାପାଙ୍କ ସହ ଝିଅର ଝଗଡା ହୋଇଥିଲା । ପରେ ଝିଅ ରାଗି ଯାଇ ବାପାଙ୍କୁ ଟଙ୍କା ମାଗିଥିଲା । ସେହି ଟଙ୍କାରେ ନିକଟସ୍ଥ ଦୋକାନରୁ କିରୋସିନି କିଣି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଶରୀରରେ ଢାଳି ହୋଇ ଆତ୍ମ ହତ୍ୟା କରିବାକୁ ଉଦ୍ୟମ କରିଥିଲା ଝିଅ ରାଣୀ. ହୁତୁହୁତୁ ହୋଇ ଜାଳିବା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଆଜି ସକାଳେ ରାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ସାବତ ମାଆ ଜ୍ୟୋସ୍ନା ପ୍ରଧାନ କହିଛନ୍ତି । ବାପାଙ୍କ ସହ ଝିଅର ଗତ ତିନି ଚାରି ବର୍ଷ ହେଲା ଝଗଡା ଲାଗି ରହୁଥିଲା । ବାପା ଅକଥନୀୟ ନିର୍ଯ୍ୟାତନା ଦେଉଥିଲେ ବୋଲି ଝିଅ ସ୍ଥାନୀୟ ଲୋକଙ୍କୁ କହିଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି । ଏମିତିକି ଗୁରୁତର ଅବସ୍ଥାରେ ମେଡିକାଲ ନେବା ବେଳେ ବାପାଙ୍କୁ ନିକଟକୁ ଆସିବାକୁ ମନା କରିଥିଲେ ରାଣୀ । ବଡ଼ ମେଡିକାଲ ଡାକ୍ତର ଉଚ୍ଚତର ଚିକିତ୍ସା ପାଇଁ ବାହାରକୁ ରେଫେର କରିଥିବା ବେଳେ ବାପା ଅଶୋକ ନେବା ପାଇଁ ମନା କରିଥିବା ଯୁବକ ଜଣକ କହିଛନ୍ତି । ବାପାଙ୍କ ନିର୍ଯ୍ୟାତନା ସହିନପାରି ବହୁତ ଦିନ ପୂର୍ବେ ସାଙ୍ଗ ଘରେ ଦୁଇ ତିନି ଦିନ ରହିଥିବା ନେଇ ଝିଅ ଜଣେ ଯୁବକଙ୍କୁ କହିଥିବା ସେ କହିଛନ୍ତି । ମୃତକ ଝିଅ ସପକ୍ଷରେ ଆଉ କେହି ନାହାନ୍ତି. ସେଥିପାଇଁ ପୁଲିସ ନିକଟରେ କେହି ଅଭିଯୋଗ କରି ନାହାନ୍ତି. ପୁଲିସ ନିଜ ଆଡୁ ଏକ ମକଦମା ରୁଜୁ କରି ଘଟଣାର ତଦନ୍ତ କରୁଛି ପୁଲିସ । ବାପା ଅଶୋକ ପ୍ରଧାନଙ୍କୁ ଅଟକ ରଖି ଘଟଣାର ଅଧିକ ତଦନ୍ତ ଚଳାଇଥିବା ବ୍ରହ୍ମପୁର ଏସ. ପି କହିଛନ୍ତି । ସବୁ ଦିଗକୁ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ. ପି ସର୍ବଣ ବିବେକ ଏମ କହିଛନ୍ତି ।