(ପ୍ରତିଫଳନ ମିଡିଆ)
ଚାଷ ଓ ଚାଷୀ ର ବିକାଶ ଲାଗି ସରକାର କରୁଛନ୍ତି ଅନେକ ଯୋଜନା | ଆଉ ଯୋଜନା ମୁତାବକ ପାଣି ଭଳି ଅଜସ୍ର ଅର୍ଥ କରୁଛନ୍ତି ଖର୍ଚ୍ଚ | ତଥାପି ନା ସୁଧୁରୁଛି ଅବସ୍ଥା ନା ଉପକୃତ ହେଉଛନ୍ତି ଚାଷୀ | ଏମିତି ଅବସ୍ଥା ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଭୀମପୁର ଅଞ୍ଚଳରେ ସୃଷ୍ଟି ହୋଇଛି | 2019 ମସିହା ରେ ଭୀମପୁର ଠାରେ ମହେନ୍ଦ୍ର ତନୟା ନଦୀ ରେ ଜଳ ସମ୍ପଦ ବିଭାଗ ପକ୍ଷରୁ 23 କୋଟି ଟଙ୍କା ବ୍ୟୟ ଅଟକଳ ରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଥିଲା | ଉଦ୍ଦେଶ୍ଯ ଥିଲା 6 ଟି ଗାଁ ରେ ପିଇବା ପାଣି ର ସୁବିଧା ଯୋଗାଇବା ସହ 336.49 ହେକ୍ଟର ଜମି କୁ ଜଳ ସେଚନ ସୁବିଧା ଯୋଗାଇବା | ହେଲେ ସରକାରଙ୍କ ଏହି ଲକ୍ଷ୍ୟ ଲକ୍ଷ୍ୟ ରେ ହିଁ ରହିଯାଇଥିବା ଅଭିଯୋଗ ହୋଇଛି | ପ୍ରଶାସନ ନିକଟରେ ଚାଷୀ ଗୁହାରି କରିଲେ ମଧ୍ଯ କିଛି ସୁଫଳ ମିଳି ନାହିଁ | ଚାଷୀ ବାଧ୍ୟ ହୋଇ ନିଜ ଉଦ୍ୟମରେ ନଦୀ ଅସ୍ଥାୟୀ ଆଡିବନ୍ଧ ତିଆରି କରିଛନ୍ତି |
ଏଣେ ଚାଷୀ ମୁଣ୍ଡ ରେ ପଗଡି, ହାତରେ ଅଖା ଓ କୁରାଢ଼ି ଧରି ଯାଇ ନଦୀ ଗର୍ଭ ରେ ଅସ୍ଥାୟୀ ଆଡିବନ୍ଧ ନିର୍ମାଣ କଲେ ଚାଷୀ | କିଛି ବର୍ଷ ହେବ ଏମିତି ପ୍ରକଳ୍ପ ସ୍ଥାନରେ ଅସ୍ଥାୟୀ ଆଡିବନ୍ଧ ନିର୍ମାଣ କରୁଛନ୍ତି ଚାଷୀ | ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଭିମପୁରର ମହେନ୍ଦ୍ର ତନୟା ନଦୀ ରେ ଥିବା ମେଗା ପ୍ରକଳ୍ପ ପାଖରେ ଅସ୍ଥାୟୀ ଆଡିବନ୍ଧ ନିର୍ମାଣ କରିବା ଦୃଶ୍ୟ ଦେଖିଲେ ସମସ୍ତଙ୍କୁ ମର୍ମାହତ କରୁଛି| ଅଞ୍ଚଳର ଚାଷୀ ଆଶା ବାନ୍ଧିଥିଲେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଜମିରେ ଭଲ ଫସଲ ହେବ ମରୁଡି ଦାଉରୁ ଚାଷୀ ପାଇବେ | ଆଉ ଚାଷୀ ମୁହଁ ରେ ହସ ଫୁଟିବ | ହେଲେ ଚାଷୀ ଙ୍କ ଆଶା ଆଶା ରେ ହିଁ ରହିଗଲା | ଚଳିତ ବର୍ଷ ନିଅଣ୍ଟିଆ ବର୍ଷା | ତଥାପି ଯେନତେନ ପ୍ରକାରେ ଚାଷୀ ଆଗୁଆ ଜମିରେ ଧାନ ଲଗାଇ ଥିଲା | ଏବେ ଜମି ରେ ଲହଡି ଭାଙ୍ଗୁଛି ଧାନ ଗଛ | ଗର୍ଭ ଧରଣର ବେଳ | ହେଲେ ଅସଲ ସମୟ ବେଳକୁ ଜମିରେ ନାହିଁ ପାଣି | ଜମି ଫାଟି ଆଁ କରିଛି |
2019 ମସିହା ରେ ଭୀମପୁର ଠାରେ ମହେନ୍ଦ୍ର ତନୟା ନଦୀ ରେ ଜଳ ସମ୍ପଦ ବିଭାଗ ପକ୍ଷରୁ 22 . 7 କୋଟି ଟଙ୍କା ବ୍ୟୟ ଅଟକଳ ରେ ମେଗା ପ୍ରକଳ୍ପ ନିର୍ମାଣ କରାଯାଇଥିଲା | ଉଦ୍ଦେଶ୍ଯ ଥିଲା 6 ଟି ଗାଁ ଭିମପୁର, ଭିମପୁର ଗୁଡା, ମୁଣ୍ଡା, କୁସୁମ ପଦର, ଟିଟିମିରି, ସିଙ୍ଗାପୁର ରେ ପିଇବା ପାଣି ର ସୁବିଧା ଯୋଗାଇବା ସହ 336.49 ହେକ୍ଟର ଜମି କୁ ଜଳ ସେଚନ ସୁବିଧା ଯୋଗାଇବା | ଆଶା ଆଶା ରେ ରହିଗଲା | ସଠିକ ସମୟ ବେଳକୁ ଜମି କୁ ମିଳୁନି ପାଣି | ଚାଷୀ କୁ ସଂଘର୍ଷ କରିବାକୁ ପଡୁଛି | ମେଗା ପ୍ରକଳ୍ପ ବିଭାଗୀୟ ଅଧିକାରୀଙ୍କ ମଧ୍ୟ ଠିକ୍ ଭାବେ ଦେଖା ମିଳୁନାହିଁ। ଚଢି ଗୁହାରୀ ଜଣାଇବେ କାହାକୁ ? ଏପଟେ ମେଗା ପ୍ରକଳ୍ପ ର କାର୍ଯ୍ୟାଳୟ ଗଜପତି ଜିଲ୍ଲାରେ ରହିଛି । ଯାହାଦ୍ବାରା ଚାଷି ସାମାନଙ୍କ ସହ ଯୋଗଯୋଗ ବି କରି ପାରୁନାହାଁନ୍ତି। ଅପରପକ୍ଷେ ଆଡିବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ପଠାଯାଇଛି ଅନୁଦାନ ଆସୁନଥିବା କହିଛନ୍ତି ମେଗା ପ୍ରକଳ୍ପ ର ନିର୍ବାହୀ ଯନ୍ତ୍ରୀ ଭୁଷଣ ପଣ୍ଡା । ନିର୍ବାହୀ ଯନ୍ତ୍ରୀଙ୍କ ଉତ୍ତର ଆଶ୍ବସ୍ତି ଦେଇପାରିନି ଚାଷୀ କୂଳଙ୍କୁ ।