(ପ୍ରତିଫଳନ ମିଡିଆ )
ସଦ୍ୟ ପ୍ରକାଶିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ମୋଟ ୨୫ ଜଣ ପିଲା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ସ୍ଵତନ୍ତ୍ର କୋଚିଂ ସେଣ୍ଟରରେ ରହି ନିଜକୁ ପ୍ରସ୍ତୁତ କରୁଥିଲେ । ୨୦୧୮ରୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାଙ୍କୁ ପ୍ରଶାସନିକ ସେବା, ଆଇଆଇଟି, ଇଂଜିନିଅରିଂ ଓ ଡାକ୍ତରୀ ପରୀକ୍ଷାରେ ସଫଳତା ହାସଲ ଲାଗି ମାଗଣା ସ୍ଵତନ୍ତ୍ର କୋଚିଂ ବ୍ୟବସ୍ଥା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା । କିନ୍ତୁ ପରେ ଏହାକୁ ବନ୍ଦ କରାଯାଇ ଥିଲା । ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ଭାବେ ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ ଯୋଗଦାନ ପରେ ଏହାକୁ ନିଜେ ବ୍ୟକ୍ତିଗତ ଭାବେ ଗୁରୁତ୍ବ ଦେଇ ପୁନଃ ଆରମ୍ଭ କରିବା ସହ ଗୁଣାତ୍ମକ ତାଲିମ ଲାଗି ବ୍ୟବସ୍ଥା କରିଥିଲେ । ସେଥିରେ ପ୍ରସ୍ତୁତି କରୁଥିବା ୧୧ଜଣ ଅନୁସୂଚିତ ଜାତିର ଓ ଅନୁସୂଚିତ ଜନଜାତି ବର୍ଗର ସମେତ ମୋଟ ୨୫ ଜଣ ଶିକ୍ଷାର୍ଥୀ କୃତିତ୍ବର ସହ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ଶ୍ରୀ ସେଠୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭଲ ପ୍ରଶାସକ ହେବା ଲାଗି ପରାମର୍ଶ ଦେଇଛନ୍ତି ।ଅପରପକ୍ଷେ ଏହି ସଫଳତା ପରେ ସମସ୍ତ କୃତି ଯୁବକଯୁବତୀ ପ୍ରମୁଖ ସଚିବ ଶ୍ରୀ ସେଠୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।