ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ କଳା ଉତ୍ସବ

(ପ୍ରତିଫଳନ ମିଡିଆ)

ରାୟଗଡା ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଏକତା ପର୍ବ ଉପଲକ୍ଷେ କଳା ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡାର ଅଧ୍ୟକ୍ଷ ରାଜା ରାମଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୁଭ ଉଦଘାଟନ ସମାରୋହରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଲ୍ୟାବନ୍ତରୁ ମହେନ୍ଦ୍ରଗିରି ପର୍ଯ୍ୟନ୍ତ ପରିବ୍ୟାପ୍ତ ବୃହତ ଅଞ୍ଚଳର କଳା ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋକପାତ ସହ କଳା ଉତ୍ସବ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ଭାବେ ରାୟଗଡା ଜିଲ୍ଲାପାଳ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଚିନ୍ମୟ ମହନନ୍ଦା ଯୋଗ ଦେଇ କଳା ଉତ୍ସବର ସଫଳତା କାମନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ଡ଼ଃ ରମେଶ କୁମାର ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ଅଧ୍ୟକ୍ଷ ରାଜା ରାମ କଳା ଉତ୍ସବର ଉଦ୍ଦେଶ୍ୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ । ଏଥିରେ ନୃତ୍ୟ, ଚିତ୍ରାଙ୍କନ, ବାଦ୍ୟ ଯନ୍ତ୍ରାଂଶ, ଅଭିନୟ, ସଙ୍ଗୀତ ପ୍ରତିଯୋଗିତାରେ କୋରାପୁଟ କ୍ଲଷ୍ଟର ଅନ୍ତର୍ଗତ ମାଲକାନଗିରି, ନବରଙ୍ଗପୁର, ସୁନାବେଡା, କୋରାପୁଟ, ଗଜପତି, ଗୁଣପୁର ଓ ରାୟଗଡା ପ୍ରମୁଖ ସାତଟି ଜିଲ୍ଲାର କେନ୍ଦ୍ରୀୟ ବିଦ୍ୟାଳୟର ପିଲାମାନେ ଅଂଶ ଗ୍ରହଣ କରିଥିଲେ ।

ବିଚାରକ ଭାବେ ବିଶିଷ୍ଟ ହାସ୍ୟ ଅଭିନେତା ପ୍ରଭାକର ମିଶ୍ର, ସଙ୍ଗୀତଜ୍ଞ ପ୍ରଫୁଲ ସାହୁ, ବିଶ୍ଵ ପ୍ରକାଶ ଦାସ ସମେତ ବିଭିନ୍ନ ବିଭାଗ ପାଇଁ ବିଚାରକମାନେ ଉପସ୍ଥିତ ରହି ମୂଲ୍ୟାୟନ କରିଥିଲେ । ଉଦଯାପନୀ ସମାରୋହରେ ଉପସ୍ଥିତ ରହି ମୁଖ୍ୟ ଅତିଥି ଡ଼ ସାହୁ ପୁରସ୍କାର ପ୍ରଦାନ କରିଥିଲେ । ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀମାନେ ଆଗାମୀ ଦିନରେ କଟକ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ ବୋଲି ଅଧ୍ୟକ୍ଷ ରାଜରାମ ମତ ବ୍ୟକ୍ତ କରିଥିଲେ । ଏଥିରେ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଇ ଅବସରରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ପ୍ରୀତି ଟିକେ ଏବଂ ଅନୁ ମନୋହର  ମଞ୍ଚ ସଞ୍ଚାଳନ କରିଥିଲେ ।

Spread the love