(ପ୍ରତିଫଳନ ମିଡିଆ) ନଚିକେତା ସାହୁଙ୍କ ରିପୋର୍ଟ
ରାୟଗଡା ଜିଲ୍ଲା ପଦ୍ମପୁରସ୍ଥିତ ଖମାପଦର ଗ୍ରାମରେ ଏହି ଭଳି ଅଭାବନୀୟ ଘଟଣା ଘଟିଛି। ଖମାପଦର ଗ୍ରାମ ବାସିନ୍ଦା ଧୁଶା ଶବର(୫୫),ସ୍ତ୍ରୀ ଆରଦା ଶବର(୪୫) ନିଜ ଚାଷ ଜମିକୁ ଯିବାବେଳେ ରାସ୍ତାରେ ମହୁମାଛି ଆକ୍ରମଣର ଶୀକାର ହେଇଛନ୍ତି।ସେଠାରୁ ତାଙ୍କୁ ଗ୍ରାମବାସି ଉଦ୍ଧାର କରି ପଦ୍ମପୁର୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ସେଠାରେ ଚିକିତ୍ସା ପରେ ଉଚ୍ଚ ଚିକିତ୍ସା ନିମନ୍ତେ ଉଭୟ ଙ୍କୁ ଗୁଣୁପୁରକୁ ସ୍ତାନାନ୍ତରିତ କରାଯାଇଛି ।