କୋରାପୁଟ (ପ୍ରତିଫଳନ ମିଡିଆ)
ଶିକ୍ଷାରେ ଗୁଣାତ୍ମକ ଭରିବା ଓ ଶିକ୍ଷଣ ପ୍ରକ୍ରିୟାକୁ ଅଧିକ ପ୍ରଭାବୀ କରିବା ଲାଗି ସ୍ଥାନୀୟ ଡ଼ି ଏ ଭି ଶିକ୍ଷକ ଶିକ୍ଷା ମହା ବିଦ୍ୟାଳୟରେ 5E MODEL LESSON PLAN ଶୀର୍ଷକ ରେ ଆୟାଜିତ ହେଇଥିଲା କର୍ମଶାଳା | ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ଡକ୍ଟର ଦେବେନ୍ଦ୍ର କୁମାର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟାଜିତ ଏହି ଏକ ଦିବସୀୟ କର୍ମଶାଳା ରେ ବିଶିଷ୍ଟ ଶିକ୍ଷାବିତ୍ ଅଧ୍ୟକ୍ଷ , ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଭଞ୍ଜନଗର ପ୍ରଫେସର ଡକ୍ଟର ବିମଳ ଚରଣ ସ୍ଵାଇଁ ଏବଂ ଏହି ଅନୁଷ୍ଠାନ ର ପୂର୍ବତନ ଅଧକ୍ଷ ଡକ୍ଟର ବୃନ୍ଦାବନ ଚନ୍ଦ୍ର ମିଶ୍ର ବିଷୟ ବିଶେଷଜ୍ଞ ଭାବେ ଯୋଗ ଦାନ କରି ଛାତ୍ରଛାତ୍ରୀ ମାନଙ୍କୁ 5E Lesson plan ( ପାଠ ପରିକଳ୍ପନା) ର ପ୍ରସ୍ତୁତି ପ୍ରଣାଳୀ ଓ ଶ୍ରେଣୀଗୃହ ରେ ତାର ବ୍ୟବହାର ବିଷୟରେ ଦିଗ୍ ଦର୍ଶନ ଦେଇଥିଲେ | ଏହି କର୍ମଶାଳା ରେ ଛାତ୍ର ଛାତ୍ରୀ ମାନେ କିଭଳି ଭାବେ 5E LESSON ପ୍ଲାନ୍ ର ଆଗାମୀ ଅଭ୍ୟାସ ଶିକ୍ଷାଦାନ ରେ ବ୍ୟବହାର କରିବେ ସେହି ବିଷୟରେ ନିଜେ ଅଭ୍ୟାସ କରିଥିଲେ | BEd ଛାତ୍ର ଛାତ୍ରୀ ମାନେ 5E ଶିକ୍ଷା ପ୍ରଣାଳୀ ମାଧ୍ୟମରେ କିପରି ଭାବେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଭାବ ଶାଳୀ ଶିକ୍ଷା ଦାନ କରିବେ ସେଥି ପ୍ରତି କର୍ମଶାଳା ରେ ବିଶେଷ ଭାବେ ଧ୍ୟାନ ଦିଆ ଯାଇଥିଲା | ସମସ୍ତ ଛାତ୍ର ଛାତ୍ରୀ କର୍ମଶାଳା ରେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଉପରୋକ୍ତ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ସଂଶୋଧନ ଏବ୍ଂ ମୂଲ୍ୟାୟନ କରାଯାଇଥିଲା | ଏଥିରେ ଅନୁଷ୍ଠାନର ସମସ୍ତ ସହକାରୀ ଅଧ୍ୟାପକ ଅଧ୍ୟାପିକା ଗଣ ସହଯୋଗ କରିଥିଲେ | ସହକାରୀ ପ୍ରଫେସର ପ୍ରଜ୍ଞା ପାରମିତା ସାମନ୍ତରାୟ କର୍ମଶାଳା ପରିଚାଳନା କରିଥିଲେ ଏବଂ ଡାଃ ରାଖୀ ନାୟକ ଧନ୍ଯବାଦ୍ ଅର୍ପଣ କରିଥିଲେ |