ରେଳ ଧାରଣାରେ ନିଆଁ●ବଡ଼ ଅଗ୍ନିକାଣ୍ଡରୁ ବର୍ତ୍ତିଲା ମାଲବାହୀ ଟ୍ରେନ

(ପ୍ରତିଫଳନ ମିଡିଆ)

କୋରାପୁଟ-କୋଟବାଳସା ରେଳ ପଥର ରେଳ ଧାରଣାରେ ନିଆଁ ।ନନ୍ଦପୁର ବ୍ଲକ ମାଳିବେଲଗାଁ ପଞ୍ଚାୟତ ସ୍ଥିତ ମାଛକୁଣ୍ଡ ରେଲୱେ ଷ୍ଟେସନ ରେ ଠିଆ ହୋଇଥିବା ଏକ ମାଲ୍ ବାହି ଟ୍ରେନ୍ ନିଆ ଲାଗିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ସୂଚନା ଅନୁସାରେ କୋରାପୁଟ ରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ ମାଲ୍ ବାହୀ ଟ୍ରେନ୍ ମାଛକୁଣ୍ଡ ଷ୍ଟେସନରେ ଠିଆ ହୋଇଥିଲା। ଅପରାହ୍ନ ପ୍ରାୟ ୩ ଟା ସମୟରେ ଟ୍ରେନ୍ ଟି ଠିଆ ହୋଇଥିବା ଟ୍ରାକ ରେ ପଡ଼ିଥିବା ଶୁଖିଲା ନୀଳଗିରି ପତ୍ରରେ ହଠାତ୍ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଟ୍ରାକ ରେ ହୁତୂ ହୁତୂ ନିଆ ଜଳୁଥିବା ଦେଖି ରେଲୱେ ଷ୍ଟେସନ ମାଷ୍ଟର ତୁରନ୍ତ ନନ୍ଦପୁର ଅଗ୍ନିଶମ ବାହିନୀ କୁ ଯୋଗାଯୋଗ କରିଥିଲେ। ଖବର ପାଇ ନନ୍ଦପୁର ଅଗ୍ନିଶମ ବିଭାଗର ଏଲ୍ ଏଫ୍ ଏମ ଉପେନ୍ଦ୍ର କୁମାର ମହାରଣା ଡି ଏଫ୍ ଏମ  ଦିନେଶ ସେଠିଆ, ଏଫ୍ ଏମ ପ୍ରକାଶ କିସାନ, ଦୁଃଖ ନାସନ ଖଡିଆ, ଓ ଆଶିଷ ପାଣି ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ ଅଗ୍ନି କୁ ଆୟତ୍ତ କରି ଏକ ବଡ଼ ଧରଣର ଦୁର୍ଘଟଣା କୁ ଏଡାଇ ଦେଇଥିଲେ।

Spread the love