(ପ୍ରତିଫଳନ ମିଡିଆ)
ହାତୀ ପାଇଁ ବଢୁଛି ତାତି । ମୁହାଁ ମୁହିଁ ପରିସ୍ଥିତି ବନ ବିଭାଗ ଓ ଗ୍ରାମବାସୀ ମଧ୍ୟରେ । ଗୋଟେ ପଟେ ହାତୀ ନଷ୍ଟ କରୁଛି ଫସଲ ଓ ସମ୍ପଦ । ଆରପଟେ ହାତୀ ଘଉଡାଇବା ପାଇଁ ଘନ ଘନ ବିଦ୍ୟୁତ କାଟ ଲୋକଙ୍କୁ ଅତିଷ୍ଠ କରୁଛି । ସେହିପରି ବନ ବିଭାଗ ପାଇଁ ହାତୀ ଘଉଡାଇବା ଚିନ୍ତା ଯେତିକି ଲୋକଙ୍କ ସହ ମୁକାବିଲା ହେବା ତାଠାରୁ ଅଧିକ ବଳି ପଡିଛି । ଗତ କିଛି ଦିନ ହେବ ଗୁଣପୁର ବନ ଖଣ୍ଡ ଅଞ୍ଚଳର ବୁଲୁଥିବା ଏକାକୀ ଦନ୍ତା ହାତୀ କେଉଁଠି ଧାନ ଖାଉଚି ତ ଆଉ କେଉଁଠି ନଳ କୂଅ ଭାଙ୍ଗୁଛି |
ଗତ କାଲି ଗୁଣପୁର ରେଞ୍ଜ ଘନାତ୍ରି ନିକଟରେ ଥିବା ଗଙ୍ଗାପୁର ଛକ ଚାଷ ଜମିରେ ପଶି କୁଡିଆ ଭାଙ୍ଗିବା ସହ ଲିଫ୍ଟ ପଏଣ୍ଟ କୁ ଭାଙ୍ଗି ବିଦ୍ୟୁତ୍ ତାର ଟଣା ଉଟୁରା କରି ନଷ୍ଟ କରିଛି | ଧାନ ଅମଳ ସମୟରେ ଚାଷ ଜମିରେ ପଶି ଧାନ ଗଛ ନଷ୍ଟ କରୁଥିବା ଚାଷି ଚିନ୍ତାରେ ପଡ଼ିଛନ୍ତି | ଏଥିସହ ଭୟରେ ଜୀବନ କାଟୁଛନ୍ତି | ଏପଟେ ହାତୀ କୁ ଘଉଡାଇବା ପାଇଁ ବନବିଭାଗ ନାକେଦମ ହେଉଛି | ହେଉଥିବା ନଜିର ରହୁଛି। ହାତୀ ସୁରକ୍ଷା ପାଇଁ ବନ ବିଭାଗ ନିର୍ଦେଶରେ ସ୍ଥାନିୟ ଅଞ୍ଚଳ ରେ ବିଦ୍ୟୁତ୍ ସେବା ବନ୍ଦ ହେଲେ ଗ୍ରାମବାସି ମାନଙ୍କ ମଧ୍ୟରେ ଅସୋନ୍ତୋଷ ଲାଗିରହୁଛି। ଗତକାଲି ବିଳମ୍ବିତ ରାତ୍ରିରେ ବନ କର୍ମଚାରୀ ଓ ଗ୍ରାମବାସୀ ମଧ୍ୟର ମୁହାମୁହିଁ ପରିସ୍ଥିତ ଉପୁଜିଥିଲା।