◆ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି◆ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ◆

(ପ୍ରତିଫଳନ ମିଡିଆ)

ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ବିରୋଧରେ 22ରୁ ଅଧିକ କର୍ପୋରେଟର ଜିଲ୍ଲାପାଳଙ୍କ ନିକଟରେ ହେଲେ ଫେରାଦ ହୋଇଛନ୍ତି. ରାମଲିଙ୍ଗେଶ୍ୱର ମହାପ୍ରଭୁଙ୍କ ଟ୍ରଷ୍ଟିକୁ ଲକ୍ଷାଧିକ ଟଙ୍କା ବିନା କାଉନ୍ସିଲ ଅନୁମତିରେ ପ୍ରଦାନ କରା ଯାଇଥିବା ନେଇ ଅଭିଯୋଗ କରିଛନ୍ତି. କମିଶନର ଏହାକୁ ଖଣ୍ଡନ କରିଛନ୍ତି. ଯେ କୌଣସି ତଦନ୍ତର ସମ୍ମୁଖୀନ ପାଇଁ ପ୍ରସ୍ତୁତ ଥିବା କମିଶନର କହିଛନ୍ତି.ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ବିରୁଦ୍ଧରେ କର୍ପୋରେଟରଗଣ ଆଣିଛନ୍ତି ସଂଗୀନ ଅଭିଯୋଗ. ମହାନଗର ପରିଷଦର ବିନା ଅନୁମତିରେ ରାମଲିଙ୍ଗେଇଶ୍ଵର ମହାପ୍ରଭୁଙ୍କ ଟ୍ରଷ୍ଟିକୁ ପ୍ରଦାନ କରା ଯାଇଛି ଟଙ୍କା. ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇ କର୍ପୋରେଟରଗଣ ଅଭିଯୋଗ କରିଛନ୍ତି. ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି କମିଶନର. ଆସନ୍ତୁ ନଜର ପକାଇବା ଏହି ରିପୋର୍ଟ ଉପରେ. 22 ରୁ ଅଧିକ କୋର୍ରପରଟ୍ରରଗଣ ଛତ୍ରପୁର ଗସ୍ତ କରି ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଥିଲେ. ରାମଲିଙ୍ଗେଶ୍ୱର ମହାପ୍ରଭୁଙ୍କ ନକଲି ଟ୍ରଷ୍ଟକୁ 62 ଲକ୍ଷ 96 ହଜାର 975 ଟଙ୍କା ପ୍ରଦାନ କରା ଯାଇଛି. ବିନା କୌଣସି ପରିଷଦ ବୈଠକ ଓ କରପୋର୍ଟରଙ୍କ ଅଜଣାତରେ ଏଭଳି ଟଙ୍କା ପ୍ରଦାନ କରା ଯାଇଥିବା ଅଭିଯୋଗ କରିଛନ୍ତି କର୍ପୋରେଟରଗଣ. କିଭଳି ଓ କାହା ନିର୍ଦେଶରେ କମିଶନର ଏହି ଟଙ୍କା ପ୍ରଦାନ କରିଛନ୍ତି ତାହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବୀ ଜଣାଇ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି.

Oplus_131072

ଏଭଳି ଅଭିଯୋଗକୁ ମହାନଗର ନିଗମ କମିଶନର ଖଣ୍ଡନ କରିଛନ୍ତି. ରାମଲିଙ୍ଗେଶ୍ୱର ମହାପ୍ରଭୁଙ୍କ ଟ୍ୟାଙ୍କ ପାର୍କ ନିର୍ମାଣ କରିବା କରିବା ନେଇ 2014 ମସିହା ନଭେମ୍ବର ମାସ 12 ତାରିଖରେ ବିଇ. ଏମ. ସି ରେ ସଂକଳ୍ପ ପାରିତ ହୋଇଥିଲା. ଏଥିରୁ ସଂଗୃହିତ ଅର୍ଥକୁ ଟ୍ରଷ୍ଟି ଏବଂ ବିଇ. ଏମ. ସି ମଧ୍ୟରେ 40 – 60 ଅନୁପାତରେ ବଣ୍ଟନ କରିବା ନେଇ 2016 ମସିହା ଜାନୁୟାରୀ ମାସ 30 ତାରିଖରେ ଟ୍ରଷ୍ଟି ଏବଂ ବିଇ. ଏମ. ସି ମଧ୍ୟରେ ଏକ ଚୁକ୍ତିନାମା ହୋଇଥିବା କମିଶନର କହିଛନ୍ତି. 31 ବର୍ଷ ପାଇଁ ଚୁକ୍ତିନାମା ହୋଇଥିବା ରେକର୍ଡରୁ ଜଣା ପଡିଛି. ଚୁକ୍ତିନାମା ଅନୁସାରେ ଏବଂ ନିୟମ ଅନୁସାରେ ଚଳିତ ବର୍ଷ ନଭେମ୍ବର ମାସ 14 ତାରିଖରେ 62,96,975 ଟଙ୍କା ପ୍ରଦାନ କରା ଯାଇଛି ବୋଲି କମିଶନର ଭବାନୀ ପ୍ରସାଦ ମିଶ୍ର ସ୍ପଷ୍ଟ ଭାବେ କହିଛନ୍ତି. ଯେ କୌଣସି ତଦନ୍ତର ସମ୍ମୁଖୀନ ପାଇଁ ପ୍ରସ୍ତୁତ ଥିବା କମିଶନର କହିଛନ୍ତି.କର୍ପୋରେଟର – ବିଇ. ଏମ. ସି କମିଶନରଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଆଗାମୀ ଦିନରେ କି ରୂପରେଖ ନେବ ଏବଂ ଜିଲ୍ଲାପାଳ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତା ଉପରେ ରହିଛି ଏବେ ସମସ୍ତଙ୍କ ନଜର ।

Spread the love