ଗୁଣୁପୁର -(ପ୍ରତିଫଳନ ମିଡ଼ିଆ)
ଗୁଣପୁର ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡିସ ଏବଂ ମେକ୍ସିକୋ ସ୍ଥିତ ଅଜଟିକା ବିଶ୍ୱବିଦ୍ୟାଳୟର ଇଣ୍ଟରନେସନଲ ସ୍କୁଲ ଅଫ ମ୍ୟାନେଜମେଣ୍ଟ, ଏପ୍ଲାଇଡ୍ ସାଇନ୍ସ ଆଣ୍ଡ ଇନଫର୍ମମେକ୍ସ୍ ମିଳିତ ଆନୁକୁଲ୍ୟରେ ସ୍ଥାୟୀ ପରିବେଶରେ ପରିଚାଳନା ,ବାଣିଜ୍ୟ ଓ ପ୍ରଯୁକ୍ତି ସୂଚନା ଧାରା ସମ୍ପର୍କୀୟ ” ଆନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି। ଏହି ସମ୍ମିଳନୀରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଲୟର ପୁର୍ବତନ କୁଳପତି ଡ ପ୍ରଫୁଲ୍ଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ମୀଳନୀର ଶୁଭ ଉଦଘାଟନ କରିଥିଲେ।ସମ୍ମାନୀୟ ଅତିଥି ଭାବେ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ପ୍ରୋ -ଚାନ୍ସେଲର ଡ. ଲଳିତ ମୋହନ ପଟ୍ଟନାୟକ, ମୂଖ୍ୟ ଵ୍ୟକ୍ତା ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ ରବି ନାରାୟଣ ସୁବୁଦ୍ଧି, ସମ୍ମିଳନୀର ସାଧାରଣ ସଂପାଦକ ଡ. ପି କେ ପାଉଲ୍, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ ମ୍ୟାନେଜମେଣ୍ଟ ର ମୁଖ୍ୟ ଡ. ସୁନିଲ କୁମାର ପ୍ରଧାନ , ନିମନ୍ତ୍ରିତ ଅତିଥି ଭାବେ ବିଶ୍ଵବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ. ପି ବିଜୟ କୁମାର ପ୍ରମୁଖ ମଞ୍ଚ୍ଛାସିନ ରହି ଆଜିର ସମ୍ମିଳନୀ ନିଜ ନିଜର ମତ ପ୍ରକାଶ କରିଥିଲେ ।ଏହି ଅବସରରେ ମାକ୍ସିକୋ ସ୍ଥିତ ଅଜଟେକ ବିଶ୍ଵବିଦ୍ୟାଳୟର ନିର୍ଦ୍ଦେଶକ ଡ. ରିକାର୍ଡ ସାଭେଦ୍ରା, ରୀୟାଦ୍ ସ୍ଥିତ କଲେଜ ଅଫ ଆଡମିଁନିଷ୍ଟ୍ରଟିଭ ଆଣ୍ଡ ଫାଇନାନ୍ସିଆଲ୍ ସାଇନ୍ସ ସେସ ସାଉଦି ଏଲେକ୍ଟ୍ରିନିକ୍ସ ବିଶ୍ୱବିଦ୍ୟାଳୟର ଡ.ଗଣେଶ ଦାସ, ନେପାଲ ସ୍ଥିତ ମାଧେଶ ବିଶ୍ୱବିଦ୍ୟାଳୟର ଲ ଆଣ୍ଡ ପବ୍ଲିକ ଏଡିମିନିଷ୍ଟସନ୍ ର ଡିନ ଡ ଅଜୟ କୁମାର ମିଶ୍ର, ଇଜିପ୍ଟ ର ଲକ୍ସିର ବିଶ୍ବବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ହାସନ୍ ରଫତ ହସନ ବାଡୱେ, ତିରୁଚରିପଲ୍ଲି ଏନ ଆଇ ଟିର ମ୍ୟାନେଜମେଣ୍ଟ ଷ୍ଟଡିସ ବିଭାଗର ପ୍ରଫେସର ଡ. ମୂରୁଗନ୍ମଥମ ଗନେଶନ ଏବଂ ହରିଆଣାସ୍ଥିତ ବୈସ କଲେଜ ଅଫ ଇଂଜିନିୟରିଂ, ରୋଥକର ପ୍ରଫେସର ଡ ରୋହିତ ବଂଶଲ୍ ପ୍ରମୁଖ ଆଭାଷି ମାଧ୍ୟମରେ ଯୋଗ ଦେଇ ନିଜ ନିଜର ସନ୍ଧର୍ଭ ପାଠ କରିବା ସହ ପରିଚାଳନା ବାଣିଜ୍ୟ ଓ ପ୍ରଯୁକ୍ତି ସୂଚନା ଧାରା ର ଭବିଷ୍ୟତ ପ୍ରୟୋଗ ବିଷୟରେ କହିଥିଲେ। ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟର ସ୍କୁଲ କଲେଜ ମ୍ୟାନେଜମେଣ୍ଟ ଷ୍ଟଡିସର ବିଭାଗୀୟ ମୁଖ୍ୟ ତଥା ସମ୍ମିଳନୀ ଆବାହକ ଡ ଷୌମେନ୍ଦ୍ର ଦାସ ସ୍ଵାଗତ ଭାଷଣ ଦେଇଥିବା ବେଳେ ସହ ଆବାହକ ଅଧ୍ୟାପକ ଦେବାଶିଷ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପିକା ଫ୍ରୁତି ଫିଜା ମଞ୍ଚ ପରିଚାଳନା କରିଥିଲେ।ଏହି ସମ୍ମିଳନରେ ବିଶ୍ଵବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା , ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।