ବ୍ରହ୍ମପୁର (ପ୍ରତିଫଳନ ମିଡ଼ିଆ)
ଅର୍ଥ ଦେବ । ନଦେଲେ ସବୁ ମରିବ । କଠୋରୀ ରେ ନାଗ ସାପ ଛାଡିବି । ସର୍ପଘାତରେ ମରିବ । ଏମିତି ଭୟ ଦେଖାଇ ଅର୍ଥ ଲୁଟିବାକୁ ବସିଥିଲା ଜଣେ ଦୁର୍ବୁତ୍ତ । କିନ୍ତୁ ବନ୍ଦକ ଭିତରୁ ଜଣେ ବାହାରକୁ ଖସି ଆସିବା ପରେ ସବୁ ପ୍ଲାନ ଫେଲ ମାରିଲା । ପୋଲିସ ଦ୍ଵାରା ଧରା ପଡିଲା । ଭୁବନେଶ୍ୱର, କଟକ ଓ ଦିଲ୍ଲୀର 4 ଜଣଙ୍କୁ କିଡନାପ୍ ଓ ଏକ ଘରେ ବନ୍ଧକ ରଖିବା ଘଟଣାରେ ଜଣଙ୍କୁ ଗିରଫ କରିଲା ପୁଲିସ। ଗିରଫ ଯୁବକ ଜଣକ ଭଳାଶିଙ୍ଗ ଗାଁର ପୃଥିବୀରାଜ ସାହୁ। ଭୁବନେଶ୍ୱର ଅଞ୍ଚଳର ଅମରଜିତ ସାମନ୍ତରା ସିଂଘାର ନାମକ ଯୁବକ ଥାନାରେ କରିଥିଲେ ଅଭିଯୋଗ । ଏକ ପ୍ରକଳ୍ପ ନାଁରେ ଋଣ ଦେବାକୁ କହି ଅଭିଯୁକ୍ତ ଫୋରମିନିକ୍ସ ପ୍ରାଇଭେଟ ଲିମିଟେଡ଼ ନାମକ ଏକ କମ୍ପାନୀର 4 ଜଣ କର୍ମଚାରୀଙ୍କୁ ବ୍ରହ୍ମପୁର ଡକାଇଥିଲେ । 23 ତାରିଖରେ ଦିଲ୍ଲୀର ରବୀନ୍ଦ୍ର କୁମାର, ଭୁବନେଶ୍ୱରର ଅମରଜିତ ସାମନ୍ତ ସିଂଘାର ଓ କଟକର ଦୁଇଜଣ ବ୍ରହ୍ମାନନ୍ଦ ପାତ୍ର, ଅହମଦ ଖାନ ବ୍ରହ୍ମପୁର ଆସିଥିଲେ। ପରେ ସମସ୍ଥଙ୍କୁ ଏକ ଘରେ ରଖି ଦୁଇ କୋଟି ଟଙ୍କା ଦେବାକୁ ଧମକ, ଭୟଭୀତ କରାଇଥିଲେ ଏବଂ ଟଙ୍କା ନଦେଲେ ସାପ ରଖି ଜୀବନରେ ମାରି ଦେବାକୁ କହିଥିଲେ। 26 ତାରିଖରେ କୌଶଳ କ୍ରମେ ଅମରଜିତ ସେହି ଘରୁ ଖସି ଆସି ତହସିଲଦାର କାର୍ଯ୍ୟାଳୟ କର୍ମଚାରୀଙ୍କୁ ଘଟଣା ବିଷୟରେ ଅବଗତ କରାଇବା ଏବଂ ପରେ କେ. ନୂଆଗାଁ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଂଚି ଅନ୍ୟ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଘଟଣାର ଅଧିକ ତଦନ୍ତ କରୁଥିବା ଏସ ପି କହିଛନ୍ତି ।