ଟ୍ରାକ୍ଟର ଓଲଟି ସ୍ବାମୀ ସ୍ତ୍ରୀ ମୃତ

(ପ୍ରତିଫଳନ ମିଡ଼ିଆ)

ରାୟଗଡା ଜିଲ୍ଲା ଗୁଣପୁର ଥାନା ଅନ୍ତର୍ଗତ ଗୁଲୁମୁଣ୍ଡା ପାକା ନିକଟ ମୁଖ୍ୟ ରାସ୍ତା ରେ ଇଟା ବୋଝେଇ ଟ୍ରାକ୍ଟର ଦୁର୍ଘଟଣା ଗସ୍ତ ହୋଇଛି | ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର। ଟ୍ରାକ୍ଟର ଦୁର୍ଘଟଣା ରେ ଘଟଣାସ୍ଥଳରେ ଗୋଟିଏ ପରିବାର ର ସ୍ୱାମୀ ଚୈତନ୍ୟ ଶବର ଓ ସ୍ତ୍ରୀ ମମିତା ଶବର ଙ୍କ ମୃତ୍ୟୁ ଘଟିଥିଲା | ଇଟା ବୋଝେଇ କରି ଗୁଲୁମୁଣ୍ଡା ପାକା ନିକଟ ଇଟା ଫେକ୍ଟ୍ରିରୁ ଇଟା ବୋଝେଇ କରି ଗୁଣପୁର ଅଭିମୁଖେ ଆସୁଥିଲା । ଟ୍ରାକ୍ଟର ରେ ଡ୍ରାଇଭର ସହ 6 ଜଣ ଥିଲେ | ଗାଡି ଟି ଓଲଟିବା ପରେ ଡାଲା ଭିତରେ ଚାପି ହୋଇ ରହି ଯାଇଥିଲେ | ବାହାରେ ପଡିଥିବା ତିନି ଜଣ ଛିଟିକି ପଡିଥିଲେ | ପ୍ରଥମେ 3 ଜଣଙ୍କୁ ଆମ୍ବୁଲାନ୍ସ ରେ ଗୁଣପୁର ଡାକ୍ତରଖାନା କୁ ଅଣା ଯାଇଥିଲା | ପରେ ଅନ୍ୟ ଦୁଇ ଜଣ ଙ୍କୁ ପୋଲିସ ଓ ଅଗ୍ନିଶମ ବାହିନୀ ର କର୍ମଚାରୀ ମାନେ ପହଞ୍ଚି ଡାଲା ହଟାଇ ଇଟା କୁ କଢ଼ା ଯାଇ ବାହାର କୁ ଅଣା ଯାଇଥିଲା | ହେଲେ ବାହାରକୁ କାଢ଼ିବା ବେଳକୁ ଦୁଇ ଜଣଙ୍କ ମୃତ୍ୟୁ ଘଟି ଯାଇଥିଲା | ବେଳେ ଅନ୍ୟ 3 ଜଣ ଗୁରୁତର ହୋଇଛନ୍ତି | 3 ଗୁରୁତର ମଧ୍ଯ ରୁ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି | ସମସ୍ତ ଦିନ ମଜୁରିଆ ମାନେ ଓମପେରା ଗାଁ ର ବୋଲି ଜଣା ପଡିଛି | ପୋଲିସ ପହଂଚି ଘଟଣାର ଅନୁସନ୍ଧାନ ଚଳାଇଛି |

Spread the love