ରାୟଗଡା (ପ୍ରତିଫଳନ ମିଡ଼ିଆ)
କୋରାପୁଟ ଛକ ନିକଟରେ ମାଲବାହୀ ଟ୍ରକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ l ଟ୍ରକଟି ରେଳବିଭାଗ ପାଚେରୀଉ ମାଡି ଯିବାରୁ ଭାଙ୍ଗି ଯାଇଛି l ମୁଖ୍ୟ ସଡ଼କରେ ଯାତାୟାତ ପ୍ରଭାବିତ ହୋଇଛି । ଅବଶ୍ୟ ବଡ଼ ଦୁର୍ଘଟଣାରୁ ଵର୍ତ୍ତି ଯାଇଛି । କୌଣସି ଅପ୍ରତିକର ଅଘଟଣ ଘଟିନି । ସହର ଭିତର ରାସ୍ତା ଦେଇ ଭାରୀଯାନ ଚଳାଚଳ ସମ୍ପୂର୍ଣ୍ଣ ବାରଣ ରହିଥିବାବେଳେ ଅନେକ ଭାରି ଯାନ ସହର ଭିତରକୁ ପ୍ରବେଶ କରୁଛି । ସହରର ରାସ୍ତା ରେ ସମସ୍ତ ଭାରୀଯାନ ଚଳାଚଳ କରୁଥିବାରୁ ଅନେକ ସମୟରେ ଟ୍ରାଫିକ ବ୍ୟବସ୍ଥା ଭୁଶୁଡି ପଡୁଛି ।l ପ୍ରସାଶନ ଏବଂ ପୋଲିସ କର୍ତ୍ତୃପକ୍ଷ ଏସମସ୍ୟାକୁ ସଜାଡ଼ିବାରେ ବିଫଳ ହେଉଛି । ଟ୍ରାଫିକ ସମସ୍ୟା ସଜାଡିବାକୁ ଦାବି ହେଉଛି ।
