କୋରାପୁଟ ଜିଲ୍ଲାର କୋରାପୁଟ ଓ ଶୁଙ୍କି ଅତ୍ୟାଧୁନିକ ଆଦର୍ଶ ଥାନାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପ୍ରତିଫଳନ ମିଡ଼ିଆ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭରଚୁଆଲ୍ ମୋଡରେ ରାଜ୍ୟର ୧୩ଟି ନୂଆ ଥାନାର ଲୋକାର୍ପଣ କରିଛନ୍ତି। କୋରାପୁଟ ଜିଲ୍ଲାର କୋରାପୁଟ ଟାଉନଥାନା ଓ ସୁଙ୍କି ଥାନାର ଲୋକାର୍ପଣ ହୋଇଛି। କୋରାପୁଟ ଟାଉନଥାନା ଲୋକାର୍ପଣ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ରଘୁରାମ ମାଛ ଯୋଗ‌ ଦେଇଥିଲେ। ସମ୍ମାନୀତ ଅତିଥି ଭ‌ାବେ ଡିଆଇଜି ଅଖିଳେଶ୍ବର ସିଂ, ଜିଲ୍ଲାପାଳ ଭି.କୀର୍ତ୍ତିୱାସନ ଯୋଗ ଦେଇଥିଲେ।
୩ ମହଳା ବିଶିଷ୍ଟ ଏହି ଅତ୍ୟାଧୁନିକ ଥାନାରେ ୧୮ଟି ରୁମ ପୃଥକ ପୃଥକ ଭାବେ ୪ଟି ଶୌଚଳାୟ , ୨ଟି ବାରାକ, ରେକର୍ଡରୁମ, ସମ୍ମିଳନୀ କକ୍ଷ,
ତଦନ୍ତ ରୁମ ଆଦି ରହିଛି। ଗ୍ରାଉଣ୍ଡ ଫ୍ଲୋର ୪୯୪.୬୯୧ବର୍ଗ ମିଟର, ପ୍ରଥମ ଫ୍ଲୋର ୫୦୨.୩୭୬ବର୍ଗ ମିଟର ଓ ଦ୍ବିତୀୟ ଫ୍ଲୋର ୬୯.୯୧୨ବର୍ଗ ମିଟର ଏଭଳି ସର୍ବମୋଟ ୧୦୬୬.୯୭୯ ବର୍ଗ ମିଟର ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଏଏସପି ମନୋବ୍ରତା ଶତପଥୀ, ଏଏସପି ମନୋଜ କୁମାର ପୁଜାରୀ, କୋରାପୁଟ ଏସଡିପିଓ ଡ.ଶ୍ରାବଣୀ ନାୟକ , ସଦରଥାନା ଅଧିକାରୀ ରୁନୁ କୁମାରୀ ମାଝୀ , ପୁଲିସ ହାଉସିଂ ବୋର୍ଡର ନିର୍ବାହୀ ଯନ୍ତ୍ରୀ ଇଂ ଗୌରାଙ୍ଗ ଜେନା , ଜିଲ୍ଲା ବିଜେପି ସଭାପତି ଶିବ ମୁଦୁଲି କୋରାପୁଟ ଲୋକସଭା ସାଂସଦ ପ୍ରତିନିଧି ମନୋଜ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ। ଟାଉନଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପରିଚାଳନା କରିଥିବା ବେଳେ ଏସଆଇ ରଣଜିତ ମିଶ୍ର, ରାଜେଶ ପ୍ରିୟଦର୍ଶୀ ନାୟକ, ଲତିକା ବୈଦ୍ୟ , ଏଏସଆଇ ସେକ୍ ମୁକ୍ତାଜ୍, ସୁବାସ ଚନ୍ଦ୍ର ସିସା, ଶରତ ଚନ୍ଦ୍ର ବିଷୋୟୀ, ହାବିଲଦାର କିଶୋର କୁମାର ନାୟକ ପ୍ରମୁଖ ସହଯୋଗ କରିଥିଲେ।


ରାଜ୍ୟ ଗୃହ ବିଭାଗ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷରେ ନୂଆ ଥାନା ନିର୍ମାଣ ପାଇଁ ୩କୋଟି ୪୦ଲକ୍ଷ ୧୩ହଜାର ଅନୁଦାନ ଦେଇଥିଲେ। ପୁଲିସ ହାଉର୍ସିଂ ବୋର୍ଡ ୱେଲଫୟର ଆ‌ସୋସିଏସନ୍ ଦ୍ବାରା ୨କୋଟି ୭୨ଲକ୍ଷ ୮୦ହଜାର ୪୦୯ଟଙ୍କାରେ ନିର୍ମାଣ କରାଇଛନ୍ତି। ୨୦୨୨ମସିହା ଅଗଷ୍ଠ ୮ତାରିଖ ଦିନ କାମ ଆରମ୍ଭ ହୋଇଥିଲା ମାର୍ଚ୍ଚ ୬ତାରିଖରେ ଏହାର ଲୋକାର୍ପଣ ହେଲା।

Spread the love