ମାଲକାନଗିରି ପୁଅ ପାଇଲେ ଓଡ଼ିଆ ସାମ୍ବାଦିକତାରେ ଆଇ.ଆଇ.ଏମ୍ ସି ସମ୍ମାନ

ପ୍ରତିଫଳନ ମିଡ଼ିଆ

ଉପାନ୍ତ ମାଲକାନଗିରି ଜିଲ୍ଲାର ଏମଭି 79 ର ଯୁବକ ସୁରଜ କୁମାର ବେହେରା ଆଇ ଆଇ ଏମ୍ ସି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି ।
। ନୂଆଦିଲ୍ଲୀ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରେ
ଆଇ ଆଇ ଏମସିରେ ଓଡ଼ିଆ ବିଭାଗରେ ସର୍ବୋଚ୍ଚ ସ୍ଥାନ ଅଧିକାରୀ କରିଛନ୍ତି ।ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବ ସମ୍ମାନିତ କରିଛନ୍ତି ।
ନୂଆଦିଲ୍ଲୀ ସ୍ଥିତ ଗାନ୍ଧି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିବା 56 ତମ ଦକ୍ଷୀନ୍ତ ଉତ୍ସବରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ଵିନି ବୈଷ୍ଣବଙ୍କ ସମ୍ମାନିତ କରିଛନ୍ତି ।

ସୁରଜ ପିଲାଟି ଦିନରୁ ସାମ୍ବାଦିକତା ପ୍ରତି ରୁଚି ରଖି ଆସୁଥିଲେ। ପାଠ ପଢିବା ସମୟରୁ ହିଁ ବିଭିନ୍ନ ଗଣମାଧ୍ୟମ ସଂସ୍ଥାରେ ନିଜର ଲେଖା ପ୍ରକାଶନ କରାଇ ଆସୁଥିଲେ। ସେ ପୂର୍ବରୁ ଜାତୀୟ ପ୍ରେସ ଦିବସରେ ପୂର୍ବତନ ରାଜ୍ୟପାଳ ରଘୁବର ଦାସ, ବାଚସ୍ପତି ସୁରମା ପାଢୀ ଙ୍କ ଦ୍ଵାରା ଦିଲୀପ ଶତପଥୀ ସ୍ମାରକୀ ସମ୍ମାନ, ବରେନ୍ଦ୍ର କୃଷ୍ନ ଧଳ ସମ୍ମାନ, ରାଧାନାଥ ରଥ ସମ୍ମାନ ଆଦି ପାଇଛନ୍ତି। ତାଙ୍କର ଉଲ୍ଲେଖନୀୟ ସଫଳତା ପାଇଁ ମାଲକାନଗିରି ଜିଲ୍ଲାରେ ମଧ୍ୟ ସୁରଜ ନିଜର ଏକ ଭିନ୍ନ ପରିଚୟ ସୃଷ୍ଠି କରିପାରିଛନ୍ତି। କେବଳ ସାମ୍ବାଦିକତା ନୁହେଁ ସମାଜ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ନିଆରା ଛାପ ରହିଛି। ପ୍ରତି 3 ମାସକୁ ଠାରେ ରକ୍ତ ଦାନ କାର୍ଯ୍ୟକ୍ରମରେ କରୁଛନ୍ତି । ନିଜର ଅଙ୍ଗ ଦାନ ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ତି ।ସୁରଜ ଙ୍କ ସଫଳତା ପାଇଁ ମାଲକାନଗିରି ଜିଲ୍ଲା ର ବହୁ ବିଶିଷ୍ଟ ବ୍ୟକ୍ତି ଶୁଭେଛା ଜଣାଇଛନ୍ତି। ନିଜ ଗ୍ରାମ ଏମଭି 79 ଅଞ୍ଚଳରେ ନିଜ ବନ୍ଧୁ ପରିଜନ ଓ ସାଙ୍ଗ ସାଥି ମାନେ ମଧ୍ୟ ଶୁଭେଛା ଜଣାଇଛନ୍ତି ।

Spread the love