Oplus_16908288
Oplus_16908288
ରାୟଗଡ଼ ସହରରେ ଆଧୁନିକ ସ୍ୱଚ୍ଛତାର ନୂଆ ଅଧ୍ୟାୟ।ଆରମ୍ଭ ହେବ ଅତ୍ୟାଧୁନିକ ମେକାନିକାଲ୍ ସ୍ୱିପିଂ ବ୍ୟବସ୍ଥା।
ପ୍ରତିଫଳନ ମିଡ଼ିଆ
ମନୁଷ୍ୟ ଦ୍ୱାରା ନୁହେଁ ଏବେ ସହରକୁ ସଫେଇ କରିବ ଯନ୍ତ୍ର। ଯନ୍ତ୍ର ଦ୍ୱାରା ସ୍ୱଚ୍ଛ, ସୁନ୍ଦର ସହର ଗଠନର ଲକ୍ଷ୍ୟ ନେଇ ରାୟଗଡ଼ ପୌରପରିଷଦ ଆଉ ଏକ ପାଦ ଆଗକୁ ବଢ଼ିଛି। ସହରର ରାସ୍ତାଘାଟକୁ ଅଧିକ ପରିଷ୍କାର ଓ ନିର୍ମଳ ରଖିବା ଉଦ୍ଦେଶ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଯାନ୍ତ୍ର ଦ୍ୱାରା ରାସ୍ତା ସଫେଇ କାର୍ଯ୍ୟ।
ଅତ୍ୟାଧୁନିକ ମେକାନିକାଲ୍ ସ୍ୱିପିଂ ବ୍ୟବସ୍ଥାରେ ସଫେଇ କରାଯିବ ବୋଲି ପୌର ନିର୍ବାହୀ ଅଧିକାରୀ କୂଳଦୀପ କୁମାର କହିଛନ୍ତି ।
ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏହି ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ସମ୍ପୃକ୍ତ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ, ଦୀର୍ଘମିଆଦୀ ଭିତ୍ତିରେ ସ୍ୱଚ୍ଛତା ସେବାକୁ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନିଆଯାଇଛି।
ରାୟଗଡ ବିଧାୟକ ଆପୁଲୁସ୍ୱାମୀ କାଡ୍ରକାଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିଲା। ଅତିରିକ୍ତ ଜିଲ୍ଲପାଳ ରବୀନ୍ଦ୍ର କୁମାର କଅଁର, ପୌର ନିର୍ବାହୀ ଅଧିକାରୀ,ପୌରାଧ୍ୟକ୍ଷ ଓ ସମସ୍ତ କାଉଁ ସିଲର ମାନେ ଉପସ୍ଥିତ ଥିଲେ
ଏହି ଆଧୁନିକ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଦ୍ୱାରା ପୌରାଞ୍ଚଳର ପ୍ରମୁଖ ରାସ୍ତାଗୁଡ଼ିକରେ ନିୟମିତ ଭାବେ ସଫେଇ କାର୍ଯ୍ୟ ସମ୍ପାଦିତ ହେବ। ଧୂଳି, ଆବର୍ଜନା ଓ ରାସ୍ତାକଡ଼ରେ ଜମି ରହୁଥିବା ମଇଳାକୁ ଯାନ୍ତ୍ରିକ ପଦ୍ଧତିରେ ଅପସାରଣ କରାଯିବ। ଫଳରେ ସହରର ପରିବେଶ ଅଧିକ ନିର୍ମଳ ହେବା ସହ ଜନସାଧାରଣଙ୍କ ପାଇଁ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ହେବ।
ଏହା କେବଳ ସହର ସଫେଇରେ ଏକ ନୂଆ ପ୍ରଯୁକ୍ତିର ସଂଯୋଜନ ନୁହେଁ; ବରଂ ରାୟଗଡ଼କୁ ଏକ ସୁନ୍ଦର, ସ୍ୱଚ୍ଛ ଓ ଆଧୁନିକ ସହର ଭାବେ ଗଢ଼ି ତୋଳିବାର ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେବ । ସହରର ସୌନ୍ଦର୍ଯ୍ୟବୃଦ୍ଧି ସହ ପରିବେଶ ସୁରକ୍ଷା ଓ ନାଗରିକଙ୍କ ଜୀବନମାନ ଉନ୍ନତିରେ ଏହି ବ୍ୟବସ୍ଥା ନିଶ୍ଚିତ ଭାବେ ନୂଆ ଆଶା ସଞ୍ଚାର କରିବ ବୋଲି ପୌର ନିର୍ବାହୀ ଅଧିକାରୀ ଆଶା ବ୍ୟକ୍ତ କରିଛନ୍ତି ।


