ବ୍ରହ୍ମପୁର ( ପ୍ରତିଫଳନ ମିଡ଼ିଆ )
ବ୍ରହ୍ମପୁର ଏମ କେ ସି ଜି ମେଡିକାଲ କଲେଜର ପ୍ରଥମ ବର୍ଷ ଛାତ୍ର ସାଗର ସାହୁ ନିଖୋଜ ହୋଇଥିବା ଜଣାପଡିଛି ।କଲେଜ ପରୀକ୍ଷା ହଲ ସମ୍ମୁଖରୁ ଗତ 31 ତାରିଖ ଠାରୁ ନିଖୋଜ ହୋଇ ଯାଇଛନ୍ତି। ଏନେଇ କଲେଜ କର୍ତ୍ତୃପକ୍ଷ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଏବେ ଏହାର ତଦନ୍ତ ଆରମ୍ଭ କରିଛି । 50 ଘଣ୍ଟା ବିତି ଯାଇଥିଲେ ବି ଏବେ ସୁଦ୍ଧା ଛାତ୍ର ଜଣକର କୌଣସି ପତ୍ତା ମିଳିନି । ଜୋରସୋରରେ ତଦନ୍ତ ଚାଲିଥିବା ବ୍ରହ୍ମପୁର ପୁଲିସ କହିଛି ।

ବ୍ରହ୍ମପୁର ରେଳ ଷ୍ଟେସନରୁ ନିଖୋଜ ଛାତ୍ରର ମୋବାଇଲଫୋନକୁ ଠାବ କରିଛି ପୁଲିସ । ଛାତ୍ରଙ୍କ ନିଜ ଘର ଯାଜପୁର ଜିଲ୍ଲାର ବୋଲି ପୁଲିସ କହିଛି । ଛାତ୍ର ଜଣକ ଦୁଇଟି ପରୀକ୍ଷା ଦେଇଥିବା ବେଳେ ତୃତୀୟ ପରୀକ୍ଷା ଦେଇ ନାହାନ୍ତି। ଫିଜିଓଲୋଜି ପରୀକ୍ଷା ନଦେଇ ପରୀକ୍ଷା ହଲ ସମ୍ମୁଖରୁ କୁଆଡେ ନିଖୋଜ ହୋଇ ଯାଇଥିବା କୁହା ଯାଉଛି । ଏ ନେଇ ପୁଲିସ ତଦନ୍ତ କରୁଥିବା କହିଛନ୍ତି ବ୍ରହ୍ମପୁର ଏସ. ପି ଶ୍ରବଣା ବିବେକ. ଏମ. କହିଛନ୍ତି।

