●ଭକ୍ତଙ୍କୁ ମିଳିବ ଆଶ୍ବସ୍ତି●ଶ୍ରୀମନ୍ଦିରରେ ବ୍ୟବହାର ହେବ ବିଶୁଦ୍ଧ ଓମଫେଡ ଘିଅ ● ଲାଭବାନ ହେବ ଓମଫେଡ ଓ ଗୋପାଳକ ●

ପ୍ରତିଫଳନ ମିଡିଆ

ଶ୍ରୀମନ୍ଦିରକୁ ନେଇ ବଡ଼ ନିଷ୍ପତି । ଏଣିକି ଶ୍ରୀମନ୍ଦିର ସେବାରେ କେବଳ ଲାଗିବ ଓମଫେଡ ଘିଅ । ମନ୍ଦିର ପ୍ରଶାସନ ଓମଫେଡକୁ ଚିଠି ଲେଖି ଜଣାଇଛନ୍ତି । ତିରୁପତି ମନ୍ଦିରରେ ବ୍ୟବହୃତ ଘିଅରେ ପଶୁ ଚର୍ବି ମିଶିଥିବା ଚର୍ଚା ଯୋର ଧରିବା୍ ପରେ ଭକ୍ତଙ୍କ ମନରେ ଦ୍ବିଧା ରହିଥିଲା । ଶ୍ରୀମନ୍ଦିରରେ ଲାଗି ହେଉଥିବା ଘିଅ ସତରେ ବିଶୁଦ୍ଧ କି ? ଏହି ଆଶଙ୍କା ଓଡିଶାବାସୀଙ୍କୁ ସନ୍ତୁଳି ଦେଉଥିଲା । କିନ୍ତୁ ଏଥିରେ ଏଣିକି ପୂର୍ଣ୍ଣଛେଦ ପଡିଛି । ଓଡିଶାରେ ପ୍ରସ୍ତୁତ ଓଏମଫେଡ ଘିଅ କିଣିବା ନେଇ ଶ୍ରୀମନ୍ଦିର ପ୍ରଶାସନ ଏଭଳି ତ୍ୱରିତ ପଦକ୍ଷେପ ନେଇଛନ୍ତି । ଏହା ଦ୍ଵାରା ଅନେକ ଲାଭ ହୋଇପାରିବ । ଗୋଟିଏ ପଟେ ଶ୍ରୀମନ୍ଦିରର ସେବା ଲାଗି ବିଶୁଦ୍ଧ ଘିଅ ମିଳି ପାରିବ । ଦ୍ବିତୀୟଟି ହେଲା ଓଡ଼ିଶାର ଗୋପାଳନ କରୁଥିବା ଲୋକଙ୍କ ଭିତରେ ଏକ ବିଶ୍ଵାସ ଓ ଭରସାର ବାର୍ତ୍ତା ପହଂଚିବ । ଗୋପାଳନ ପ୍ରତି ଲୋକଙ୍କୁ ଆକୃଷ୍ଟ  ଜରି ଏକ ଲାଭକାରୀ ବ୍ୟବସାୟରେ ପରିଣିତ କରିବା । ତୃତୀୟରେ ଓଏମଫେଡ ଉତ୍ପାଦନ ପ୍ରତି ଜନସାଧାରଣଙ୍କ ଅତୁଟ ଆସ୍ଥା ବଢିବ । ବିଶେଷ କରି କୋଟି କୋଟି ଜଗନ୍ନାଥ ଭକ୍ତଗଣ ଆଶ୍ବସ୍ତି ହେବେ ପ୍ରଭୁଙ୍କ ନିକଟରେ ବିଶୁଦ୍ଧ ଘିଅ ଲାଗି ହେଉଛି ବୋଲି । ଏଭଳି ଏକ ବଡ଼ ନିଷ୍ପତି ପଛରେ ଓଡ଼ିଶାର ତିନି ଆଇଏଏସ ଅଧିକାରୀଙ୍କ ଉଦ୍ୟମ ରହିଛି । ଏହି ଅଧିକାରୀଗଣଙ୍କ ମହତ ଉଦ୍ଦେଶ୍ୟ ଯୋଗୁଁ ଏକ ସୁନ୍ଦର ପରମ୍ପରା ସୃଷ୍ଟି ହେବାକୁ ଯାଉଛି । ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀ ୨୦୧୫ ମସିହାରେ ଓମଫେଡର ଅଧ୍ୟକ୍ଷ ରହିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ଓ ଓଡିଶା ସରକାରଙ୍କୁ ଓମଫେଡ ଘିଅ ଯୋଗାଇବା ପାଇଁ ପ୍ରସ୍ତାବ ଦେଇଥିଲେ । କେବଳ ସେତିକି ନୁହେଁ ଏହାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ । କିନ୍ତୁ ତାଙ୍କ ବଦଳି ପରେ ଏହି ପ୍ରସ୍ତାବ କାର୍ଯ୍ୟକାରୀରେ ଶିଥିଳତା ଦେଖାଦେଇଥିଲା । ଏବେ ତିରୁପତି ମନ୍ଦିର ଘଟଣା ପରେ ବରିଷ୍ଠ ପ୍ରଶାସକ ଆଇଏଏସ ଅଧିକାରୀ ଡ: ଅରବିନ୍ଦ ପାଢ଼ୀ ଏଦିଗରେ ଦୃଢ ପଦକ୍ଷେପ ନେଇଛନ୍ତି । ଓମଫେଡର ପ୍ରସ୍ତାବ ତଥା ଦ୍ବିପାକ୍ଷିକ ଆଲୋଚନା ପରେ ନିଷ୍ପତି ହୋଇଛି । ଏଣିକି ଓମଫେଡ ଘିଅ ଯୋଗାଇବ ଶ୍ରୀମନ୍ଦିରକୁ । ଓମଫେଡର ପରିଚାଳନା ଅଧ୍ୟକ୍ଷ ଆଇଏଏସ ଅଧିକାରୀ ବିଜୟ କୁଲାଙ୍ଗେଙ୍କ ଉଦ୍ୟମ ଯୋଗୁଁ ଓମଫେଡର ପ୍ରଭୁତ ଲାଭ ହେବ । ଶ୍ରୀମନ୍ଦିରକୁ ଓମଫେଡ ଘିଅ ଯୋଗାଣ ପରେ ଓଡିଶାର ଘରେ ଘରେ ଏବେ ଓମଫେଡ ଘିଅର ଚାହିଦା ଆଶାତୀତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ବାକି କଂପାନୀର ଘିଅ କିଣିଲା ବେଳେ ଅନେକ ଥର ଲୋକେ ଚିନ୍ତା କରିବେ । ପୂଜା ପାର୍ବଣରେ ଓଡ଼ିଆ ଘରେ ଅନ୍ୟ କମ୍ପାନୀର ଘିଅ ବ୍ୟବହାର କେତେ ସୁରକ୍ଷିତ । ଆର୍ଥିକ ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଓଏମଫେଡ ଏବଂ ଓଡ଼ିଶାର ଗୋପାଳକ ମାନେ ଲାଭବାନ ହେବେ । ତିନି ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀ, ଅରବିନ୍ଦ ପାଢ଼ୀ ଓ ବିଜୟ କୁଲାଙ୍ଗେଙ୍କ ଯୋଗୁଁ ଏକ ଐତିହାସିକ ପରମ୍ପରାର ଶୁଭାରମ୍ଭ ହେବାକୁ ଯାଉଛି ।

Spread the love