ରେଳ ଯୋଗେ ଭୁବନେଶ୍ୱର ଯାତ୍ରା,ଷ୍ଟେସନରେ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛା ଓ ଉତ୍ସାହବର୍ଦ୍ଧନ
ପ୍ରତିଫଳନ ମିଡ଼ିଆ
ପ୍ରତିବନ୍ଧକତାକୁ ପଛରେ ପକାଇ ଦୃଢ଼ ମନୋବଳ ସହ ଖେଳ ମଇଦାନରେ ଆଗକୁ ବଢ଼ୁଛନ୍ତି ରାୟଗଡ଼ାର ଦିବ୍ୟାଙ୍ଗ ଭଲିବଲ ଖେଳାଳି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ରାଜ୍ୟସ୍ତରୀୟ ପାରା ଭଲିବଲ ଚାମ୍ପିୟନସିପ୍ରେ ଭାଗ ନେବାକୁ ୭ ଜଣିଆ ଦଳ ଜୁନାଗଡ଼ ଟ୍ରେନ୍ ଯୋଗେ ରାୟଗଡ଼ାରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି।
ଦଳରେ ରୋହିତ ନାୟକ, ରଥିରାମ ଗୌଡ଼, ବିକାଶ ମହାନନ୍ଦିଆ, ଚିରଞ୍ଜୀବୀ ପାତିକା, ଶଙ୍କର ମାଝି, ରେଙ୍ଗା ପୁଆଲା ଓ ପ୍ଲାବନ କୁମାର ରହିଛନ୍ତି।
ରାୟଗଡ଼ା ରେଳ ଷ୍ଟେସନରେ ବିଭିନ୍ନ ସଂଗଠନ ଓ ସମାଜସେବୀ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ମନୋବଳ ବଢ଼ାଇଥିଲେ। ସକ୍ଷମର ରାଜ୍ୟ ସାଧାରଣ ସମ୍ପାଦକ ଶ୍ୟାମ ଦାଶ, ରାଜ୍ୟ ଉପସଭାପତି ରାମଚନ୍ଦ୍ର ସାହୁ, ଆର୍ଏସ୍ଏସ୍ ରାୟଗଡ଼ା ନଗର ପ୍ରମୁଖ ବିଦ୍ୟାଭୂଷଣ ପଣ୍ଡା, ଅଶ୍ୱିନୀ ଦାଶଙ୍କ ସମେତ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ବାଦଲ ତା,ସମାଜସେବୀ ଶ୍ରୀମତୀ ବିଦୁଲତା ହୁଇକା, ଆର୍ଏସ୍ଏସ୍ ପୂର୍ବ କ୍ଷେତ୍ର ସେବା ପ୍ରମୁଖ ଦୀପକ ରାଉତ, ବିକଳ୍ପ ସଂଗଠନ ସଭାପତି ଡଃ ଦୁଷ୍ମନ୍ତ ମହାନ୍ତିଙ୍କ ସମେତ ବିଭିନ୍ନ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ।
“ଶରୀରର ଅକ୍ଷମତା ନୁହେଁ, ମନର ଦୃଢ଼ତା ହିଁ ସଫଳତାର ପରିଚୟ”—ଏହି ପ୍ରେରଣାଦାୟୀ ବାର୍ତ୍ତା ସହ ଖେଳାଳିମାନଙ୍କୁ ସଫଳତା କାମନା କରି ଶୁଭେଚ୍ଛା ଜଣାଇଥିଲେ ସମସ୍ତେ।

