(ପ୍ରତିଫଳନ ମିଡ଼ିଆ)
ଆୟୁଷ ଯୁକ୍ତ ତିନି ମହାବିଦ୍ୟାଳୟରେ ୧୮ତମ ପ୍ରବାସୀ ଭାରତୀୟ ଦିବସର ଉଦଯାପନୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ମହାବିଦ୍ୟାଳୟର ସମ୍ପାଦକ ଶ୍ରୀଯୁକ୍ତ ଉଦୟ ଚନ୍ଦ୍ର ଚୌଧୁରୀ, ଅଧକ୍ଷ ରକି ଭୂୟାଁ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସଂଗୀତା ପାଢି, ଓଡ଼ିଆ ବିଭାଗର ଅଧ୍ୟାପିକା ପିଙ୍କି ଗୌଡ, ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ, ଇତିହାସ ବିଭାଗର ଅଧ୍ୟାପିକା ସସ୍ମିତା ଚମ୍ପାଫୁଲ ଙ୍କ ସମତେ ଶତାଧିକ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୁକ୍ତ ରକି ଭୂୟାଁ ପ୍ରବାସୀ ଭାରତୀୟ ଦିବସପାଳନ କରାଯିବାର ମହତ୍ତ୍ବ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଓଡ଼ିଆ ବିଭାଗର ଅଧ୍ୟାପିକା ଶ୍ରୀମତୀ ପିଙ୍କି ଗୌଡ ସ୍ବାଗତ ଅଭିଭାଷଣ ପ୍ରଦାନ ପୂର୍ବକ ପ୍ରବାସୀ ଭାରତୀୟ ଦିବସ ପାଳନର ମହତ୍ତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ ।ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ଶ୍ରୀମତୀ ସଂଗୀତା ପାଢି ,ପ୍ରବାସୀ ଭାରତୀୟ ଦିବସ ପାଳନର ଐତିହାସିକ ପୃଷ୍ଠଭୂମି,ନିଜର ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ଉପରେ ଆଲୋକପାତ କରିଥିଲେ । ସେହିପରି ଶିକ୍ଷା ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ରାଉତ ସମାଜରେ ଗୁରୁମାନଙ୍କ ଗୁରୁତ୍ଵ, ମାତୃଭୂମି ଓ ମାତୃଭାଷାର ମହତ୍ତ୍ଵ ଉପରେ ଆଲୋଚନା କରି ବସୁଧୈବ କୁଟୁମ୍ବକମ୍ ଉପରେ ଗୁରୁତ୍ଵ ଦେଇ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଇତିହାସ ବିଭାଗର ଅଧ୍ୟାପିକା ସସ୍ମିତା ଚମ୍ପାଫୁଲ, ଓଡ଼ିଶାରେ ଆୟୋଜିତ ହେଉଥିବା ୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ ନିଜର ମତାମତ ଉପସ୍ଥାପନ କରିଥିଲେ ।
ପରିଶେଷରେ ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପିକା ସଂଗୀତା ପାଢି ଉପସ୍ଥିତ ଥିବା ସମସ୍ତ ଅଧ୍ୟାପକ-ଅଧ୍ୟାପିକା , ଛାତ୍ରଛାତ୍ରୀ ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ l