Oplus_16908288
Oplus_16908288
ପ୍ରତିଫଳନ ମିଡ଼ିଆ
ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ବ୍ଲକର କୁଜେନ୍ଦ୍ରି ପଞ୍ଚାୟତ ଅଧୀନ ସାନକୁଜେନ୍ଦ୍ରି ଗ୍ରାମରେ ଶିଶୁ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ବାଇରୁ ଗମାଙ୍ଗ କନ୍ୟାଶ୍ରମର ଅନ୍ତେବାସୀ ବାଳିକାମାନଙ୍କୁ ଶୀତବସ୍ତ୍ର, ପାଠ୍ୟ ଉପକରଣ, ବିସ୍କୁଟ, ଭଗବଦ୍ଗୀତା ଓ ହନୁମାନ ଚାଳିଶା ବଣ୍ଟନ କରାଯାଇଥିଲା। ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବିଶ୍ୱନାଥ ପଟ୍ଟନାୟକଙ୍କ ଶହୀଦ ସ୍ମୃତି ଭବନ ପରିସରରେ ଥିବା ଏହି କନ୍ୟାଶ୍ରମରେ ଆୟୋଜିତ ସେବାମୂଳକ କାର୍ଯ୍ୟକ୍ରମକୁ ଡଃ ଗୌରାଙ୍ଗ ଚରଣ ରାଉତ ଓ ଜୟଦେବ ସିଠ ପରିଚାଳନା କରିଥିଲେ।
ଏହାପରେ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଆନନ୍ଦ ଓ ଉତ୍ସାହର ସହ ଶିଶୁ ଦିବସ ପାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବିଦୁଲତା ହୁଇକା ଏବଂ ସମ୍ମାନିତ ଅତିଥି ଭାବେ ଡଃ ବାଦଲ କୁମାର ତା, ସଦାଶିବ ରାଜଗୁରୁ ଯୋଗଦେଇ ଶିଶୁମାନଙ୍କୁ ଶିକ୍ଷା, ସଂସ୍କାର, ମାତୃଭାଷା ଓ ସାଂସ୍କୃତିକ ପରମ୍ପରାର ମହତ୍ତ୍ୱ ସମ୍ପର୍କରେ ପ୍ରେରଣାଦାୟୀ ବାର୍ତ୍ତା ଦେଇଥିଲେ। ବିଶେଷକରି ନିଜ ଘରେ ଓ ସାମାଜିକ ଜୀବନରେ କୁଇ ଓ ସଉରା ଭାଷାର ବହୁଳ ବ୍ୟବହାର କରିବା ସହ ଏହି ମାତୃଭାଷା ଦୁଇଟିର ସୁରକ୍ଷା ଓ ପ୍ରସାର ପାଇଁ ପିଲାମାନଙ୍କୁ ଆହ୍ୱାନ ଦିଆଯାଇଥିଲା।
ଏହି ଅବସରରେ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ସରପଞ୍ଚ ରମେଶ ଶବର, ପ୍ରଧାନଶିକ୍ଷକ ସୁବାସ ଚନ୍ଦ୍ର ଖୁରା, ଶିକ୍ଷୟିତ୍ରୀ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଉତ୍ସବଟି ଆନନ୍ଦମୟ ପରିବେଶରେ ସମ୍ପନ୍ନ ହୋଇଥିଲା। ଶେଷରେ ଗ୍ରାମର ଭାଗବତ ଟୁଙ୍ଗୀ ପାଇଁ ସରପଞ୍ଚଙ୍କୁ ଏକ ରାମଚରିତମାନସ ପୁସ୍ତକ ପ୍ରଦାନ କରାଯାଇଥିଲା।
