ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓଙ୍କ ରାୟଗଡା ଘରେ ସମେତ 11ଟି ସ୍ଥାନରେ EOWର ଚଢ଼ାଉ,୮ଟି ଟିମ୍ର ଅପରେସନ୍,ରାୟଗଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ତଦନ୍ତର ଚେର
Oplus_16908288
ରାୟଗଡ଼ା ଟ୍ରକ୍ ମାଲିକ ସଂଘର 40 କୋଟି ଟଙ୍କା ଅର୍ଥ ହେରଫେର ଅଭିଯୋଗରେ ତଦନ୍ତ ଜୋରଦାର।
ପ୍ରତିଫଳନ ମିଡ଼ିଆ
ଏନ ଭାସ୍କର ରାଓ ଙ୍କ ବଢୁଛି ଅଡୁଆ। ରାଓଙ୍କ ଘର ସମେତ ୧୧ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି EOW ଟିମ। ରାୟଗଡ଼ା ଟ୍ରକ୍ ମାଲିକ ସଂଘର ପ୍ରାୟ ୪୦ କୋଟି ଟଙ୍କା ଆର୍ଥିକ ହେର ଫେର ଅଭିଯୋଗକୁ ନେଇ ତଦନ୍ତ ପରିସରକୁ ଆସିଛନ୍ତି ପୂର୍ବତନ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ। ଶୁକ୍ରବାର ଅର୍ଥନୈତିକ ଅପରାଧ ଶାଖା (EOW)ର ଏକ ତଦନ୍ତକାରୀ ଦଳ ରାୟଗଡ଼ାରେ ପହଞ୍ଚି ସହରର ରାଣୀଗୁଡ଼ା ଫାର୍ମସ୍ଥିତ ତାଙ୍କ ବାସଭବନରେ ଚଢ଼ାଉ କରି ଯାଞ୍ଚ ଆରମ୍ଭ କରିଛନ୍ତି।

ଯାଞ୍ଚ ସମୟରେ ଏନ୍. ଭାସ୍କର ରାଓ ଅନୁପସ୍ଥିତ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଏନ୍. ଭାସ୍କର ରାଓ ରାୟଗଡ଼ା ଟ୍ରକ୍ ମାଲିକ ସଂଘର ସଭାପତି ଥିବା ସମୟରେ ସଂଘର ପ୍ରାୟ ୪୦ କୋଟି ଟଙ୍କା ଆର୍ଥିକ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ମର୍ମରେ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏତଲା ଦିଆଯାଇଥିଲା।
EOW ପକ୍ଷରୁ ଜାରି ପ୍ରେସ୍ ନୋଟ୍ ଅନୁଯାୟୀ, ୨୦୦୫ ମସିହାରୁ ଟ୍ରକ୍ ମାଲିକମାନଙ୍କଠାରୁ ବିଭିନ୍ନ ଆଳରେ ଅର୍ଥ ସଂଗ୍ରହ କରାଯାଉଥିବା ଏବଂ ଏହାର ସଠିକ୍ ହିସାବ କିମ୍ବା ରସିଦ୍ ଦିଆଯାଉନଥିବା ଅଭିଯୋଗ ରହିଛି। ଏପରିକି ସଂଗୃହୀତ ଅର୍ଥକୁ ଲଜିଷ୍ଟିକ୍ସ, ଟ୍ରେଡିଂ, ଖଣି ଓ ରିଅଲ୍ ଇଷ୍ଟେଟ୍ ଭଳି ବିଭିନ୍ନ ଘରୋଇ ବ୍ୟବସାୟରେ ବିନିଯୋଗ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ନକ୍ସଲ କାର୍ଯ୍ୟକଳାପ ପାଇଁ ଅର୍ଥ ସଂଗ୍ରହ କରାଯାଉଥିବା ଆଳ ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।
ଏହି ଅଭିଯୋଗର ତଦନ୍ତ ପାଇଁ EOWର ଟିମ୍ ରାୟଗଡ଼ା ଆସି ତାଙ୍କ ବାସଭବନରେ ଯାଞ୍ଚ କରୁଥିବା ଜଣାପଡ଼ିଛି।
EOW ପକ୍ଷରୁ ଚଢ଼ାଉ ହେଉଥିବା ୧୧ଟି ସ୍ଥାନ ହେଲା:
ରାୟଗଡ଼ାର ୪ଟି ସ୍ଥାନ:
୧. ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓଙ୍କ ରାଣୀଗୁଡ଼ା ଫାର୍ମସ୍ଥିତ ବାସଭବନ।
୨. ବି. ମନ୍ମଥ ରାଓଙ୍କ ପିତଳା ଷ୍ଟ୍ରିଟ୍ସ୍ଥିତ ବାସଭବନ।
୩. ଜି. କୃଷ୍ଣଙ୍କ ରାୟତ କଲୋନୀସ୍ଥିତ ବାସଭବନ।
୪. ରାୟଗଡ଼ା ଟ୍ରକ୍ ମାଲିକ ସଂଘର ମୁଖ୍ୟ କାର୍ଯ୍ୟାଳୟ, ମେନ୍ ରୋଡ୍, କପିଳାସ ହୋଟେଲ ସମ୍ମୁଖ ଓ GDC କାରଖାନା ନିକଟ।
୫.ଶ୍ରୀ ଆଦିତ୍ୟ ଏଚ୍ପି ଏଣ୍ଟରପ୍ରାଇଜେସ୍ ଗ୍ୟାସ୍ ଏଜେନ୍ସି, ଗୌତମ ନଗର, ରାୟଗଡ଼ା।
ଭୁବନେଶ୍ୱରରେ ୬ଟି ସ୍ଥାନ:
୬. ଶ୍ରୀ ଆଦିତ୍ୟ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ପ୍ଲଟ୍ ନଂ-୬୫, ଫରେଷ୍ଟ ପାର୍କ।
୭. ଅରୁଣ ପାୱାର ପ୍ରୋଜେକ୍ଟ ଲିମିଟେଡ୍, ଏମ୍-୧୬୭, ବରମୁଣ୍ଡା ଏଚ୍ବି କଲୋନୀ।
୮. ଆରି ଆଦିତ୍ୟ ଲଜିଷ୍ଟିକ୍ସ ପ୍ରାଇଭେଟ୍ ଲିମିଟେଡ୍।
୯. ଶ୍ରୀ ଆଦିତ୍ୟ ଟ୍ରେଡିଂ ଆଣ୍ଡ ମାର୍କେଟିଂ ପ୍ରାଇଭେଟ୍ ଲିମିଟେଡ୍। ଉଭୟ ସଂସ୍ଥା ଭୀମପୁରସ୍ଥିତ ପ୍ଲଟ୍ ନଂ-୨୨୩ରେ ଅବସ୍ଥିତ।
୧୦. ଶ୍ରୀ ବାଲାଜୀ ରିଅଲ୍ ଇଷ୍ଟେଟ୍ସ ଆଣ୍ଡ ଏଗ୍ରି ଡେଭଲପର୍ସ।
୧୧. ଶ୍ରୀ ଆଦିତ୍ୟ ରିଅଲ୍ ଇଷ୍ଟେଟ୍ ଆଣ୍ଡ ଏଗ୍ରି ଡେଭଲପର୍ସ। ଉଭୟ ସଂସ୍ଥା ମଞ୍ଚେଶ୍ୱର ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ର ସେକ୍ଟର-ଏ, ବ୍ଲକ୍-ବି, ପ୍ଲଟ୍ ନଂ-୧୪୫ରେ ଅବସ୍ଥିତ।
ଏହି ମାମଲାରେ EOW କେସ୍ ନଂ-୧୫, ତାରିଖ ୨୨.୦୯.୨୦୨୬ ଅନୁଯାୟୀ IPC/BNSର ବିଭିନ୍ନ ଧାରାରେ ତଦନ୍ତ ଚାଲିଛି। ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ଏହି ତଲାସି ଅଭିଯାନ ଜାରି ରହିଥିବା EOW ପ୍ରେସ୍ ନୋଟ୍ରେ ସ୍ପଷ୍ଟ କରାଯାଇଛି।
ଏହି ଚଢ଼ାଉ ଓ ତଦନ୍ତକୁ ନେଇ ରାୟଗଡ଼ା ଜିଲ୍ଲାର ରାଜନୈତିକ ଓ ସାଧାରଣ ମହଲରେ ଚର୍ଚ୍ଚା ଜୋର୍ ଧରିଛି।
