Oplus_16908288
Oplus_16908288
ଜୟପୁର, ପ୍ରତିଫଳନ ମିଡ଼ିଆ
ହସ୍ତକ୍ଷେପ ପାଇଁ କେନ୍ଦ୍ର ଗୃହ ସଚିବଙ୍କୁ ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଦ୍ୱିତୀୟ ଆବେଦନ।

ଓଡ଼ିଶାର କୋଟିଆ ପଞ୍ଚାୟତ ଅଞ୍ଚଳରେ ନଭେମ୍ବର ୫ ତାରିଖରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପଞ୍ଚାୟତ ନିର୍ବାଚନ ଆୟୋଜନ ପ୍ରସ୍ତୁତିକୁ ନେଇ ଆପତ୍ତି ଉଠାଇଛନ୍ତି ଜୟପୁରର ଆଇନଜୀବୀ ତଥା ମାନବାଧିକାର କର୍ମୀ ଅନୁପ କୁମାର ପାତ୍ର। ଏହାର ତୁରନ୍ତ ପ୍ରତିକାର ପାଇଁ ସେ ଅକ୍ଟୋବର ୩୧ରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କୁ ଦ୍ୱିତୀୟ ଥର ପାଇଁ ଜରୁରୀ ଆବେଦନ କରିଛନ୍ତି।
ଏହା ପୂର୍ବରୁ ଅକ୍ଟୋବର ୨୧ରେ ରାଷ୍ଟ୍ରପତିଙ୍କୁ ପଠାଇଥିବା ଆବେଦନକୁ ରାଷ୍ଟ୍ରପତି ସଚିବାଳୟ ଅକ୍ଟୋବର ୨୭ରେ କେନ୍ଦ୍ର ଗୃହ ସଚିବଙ୍କ ନିକଟକୁ ପଠାଇଥିବା ସେ ଦର୍ଶାଇଛନ୍ତି।
ଆବେଦନରେ କୋଟିଆର ୨୧ଟି ରାଜସ୍ୱ ଗ୍ରାମ ଓ ୭ଟି ପଡ଼ାର ସାମ୍ବିଧାନିକ ସ୍ଥିତି, ୧୯୭୭ର ରାଷ୍ଟ୍ରପତିଙ୍କ ବିଜ୍ଞପ୍ତି ଏବଂ ୧୯୬୮ରେ ସୁପ୍ରିମକୋର୍ଟରେ ଉଭୟ ରାଜ୍ୟ ଦେଇଥିବା ସ୍ଥିତାବସ୍ଥା ବଜାୟ ରଖିବା ସମ୍ପର୍କିତ ପ୍ରତିଶ୍ରୁତିକୁ ଆଧାର କରାଯାଇଛି। ଆନ୍ଧ୍ର ପକ୍ଷରୁ ସମାନ୍ତରାଳ ପଞ୍ଚାୟତ ଗଠନ ଓ ନିର୍ବାଚନ ପ୍ରସ୍ତୁତି ଆଦିବାସୀଙ୍କ ଭୋଟର ପରିଚୟ, ରାସନ କାର୍ଡ, ଜମି ଅଧିକାର ଓ ପେସା ଆଇନ ଅନୁଯାୟୀ ଗ୍ରାମସଭାର କ୍ଷମତାକୁ ପ୍ରଭାବିତ କରୁଥିବା ସେ ଅଭିଯୋଗ କରିଛନ୍ତି।
କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରି ନଭେମ୍ବର ୫ର ନିର୍ବାଚନକୁ ରୋକିବା, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସୁରକ୍ଷା ବଳ ମୁତୟନ,ଲୋକଙ୍କ ନିକଟରେ ଦୁଇଟି ରାଜ୍ୟର ଭୋଟର କାର୍ଡ ଓ ଦୁଇଟି ରାଜ୍ୟର ଆଧାର କାର୍ଡ ରହିଛି ତାର ଯାଞ୍ଚ କରିବାକୁ , ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ଏବଂ କୋଟିଆର ମୌଳିକ ସେବା ସୁରକ୍ଷା ପାଇଁ ସେ ନିବେଦନ କରିଛନ୍ତି।
