ଡିସେମ୍ବର 20 ରେ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ 2026
ରାୟଗଡ଼ ( ପ୍ରତିଫଳନ ମିଡ଼ିଆ )
ଆଗାମୀ ଡିସେମ୍ବର 20ତାରିଖରେ ଆୟୋଜିତ ହେବ ରାୟଗଡ଼ ସାହିତ୍ୟ ମହୋତ୍ସବ। ଏଥିସହ ମହୋତ୍ସବର ମୁଖପତ୍ର ଶବ୍ଦରାଗ ମଧ୍ୟ ପ୍ରକାଶିତ ହେବ। ସ୍ଥାନୀୟ ନ୍ୟୁ କଲୋନୀ ପୂଜା କମିଟି ସମ୍ମିଳନୀ କକ୍ଷରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଡ଼. ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। କମିଟିର ସଂଗଠନ ସମ୍ପାଦକ ଡ଼ ଦ୍ବିତୀ ଚନ୍ଦ୍ର ସାହୁ ପ୍ରଥମେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ପରେ ଡ଼ ମହାନ୍ତି ଆଗାମୀ ସାହିତ୍ୟ ମହୋତ୍ସବକୁ ସଫଳ କରିବା ଲାଗି ଉପସ୍ଥିତ ସମସ୍ତ ସାହିତ୍ୟିକବନ୍ଧୁଗଣଙ୍କୁ ଆହ୍ବାନ କରିଥିଲେ। ରାୟଗଡ଼ ସାହିତ୍ୟ ମହୋତ୍ସବର ଅନ୍ୟତମ ଉପଦେଷ୍ଟା ତଥା ସମୟର ପ୍ରତିଫଳନର ସମ୍ପାଦକ କୀର୍ତ୍ତି ଚନ୍ଦ୍ର ସାହୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ମହା ଆଡମ୍ବର ସହ ସାହିତ୍ୟ ମହୋତ୍ସବ ପାଳନ କରିବା ସହ ରାୟଗଡ଼ ମାଟିର ସାହିତ୍ୟ ସୁଗନ୍ଧକୁ ରାଜ୍ୟବ୍ୟାପୀ କରିବାକୁ ମତବ୍ୟକ୍ତ କରିଥିଲେଏବଂ ରାୟଗଡ଼ ସାହିତ୍ୟ ସମ୍ମାନ ସହ ଆମ ଜିଲ୍ଲାର ଜଣେ ବୟସ୍କ ସାହିତ୍ୟିକଙ୍କୁ ପ୍ରତିବର୍ଷ ସମ୍ମାନିତ କରିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ କମିଟି ଗ୍ରହଣ କରିବା ସହ ଆମ ମାଟି ଆମ ସାହିତ୍ୟ ନାମରେ ଜିଲ୍ଲାର ଜଣେ ବୟୋଜ୍ୟେଷ୍ଠ ସାହିତ୍ୟିକଙ୍କୁ ଆର୍ଥିକ ରାଶି ପାଞ୍ଚ ହଜାର ସହ ମାନପତ୍ର, ଉପଢୌକନ ଓ ସ୍ମୃତି ଫଳକ ସହ ଚଳିତ ବର୍ଷ ଠାରୁ ଏହି ପୁରସ୍କାର ପ୍ରଦାନ କରିବାକୁ ନିଷ୍ପତି ହୋଇଥିଲା। ଏହି ପୁରସ୍କାରର ସମସ୍ତ ଦେୟ ନିଜ ବାପାମାଆଙ୍କ ସ୍ମୃତିରେ ଅବସରପ୍ରାପ୍ତ ଅଧ୍ୟାପକ ଶଶିଭୂଷଣ ପଟ୍ଟନାୟକ ପ୍ରଦାନ କରିବାକୁ ବୈଠକରେ ଘୋଷଣା କରିଥିଲେ। ସାହିତ୍ୟିକ ବିମଳ ଚାନ୍ଦ ପଟ୍ଟନାୟକ ଓ ଶ୍ରୀଧର ପଟ୍ଟନାୟକଙ୍କୁ ଶବ୍ଦରାଗ ମ୍ୟାଗାଜିନ ପ୍ରସ୍ତୁତିର ସମସ୍ତ ଦାୟିତ୍ୱ ଅର୍ପଣ କରାଯାଇଥିଲା। ଆଗାମୀ ନଭେମ୍ବର 7ସୁଦ୍ଧା ଶବ୍ଦରାଗ ଲାଗି ଲେଖା ସଂଗ୍ରହ ଲାଗି ନିଷ୍ପତି ହୋଇଥିଲା। କୋଷାଧକ୍ଷ ଜଗଦିଶ ଚନ୍ଦ୍ର ଦୋରା ଆୟୋଜନ ଲାଗି ଆର୍ଥିକ ସହାୟତା ପ୍ରଦାନ ଲାଗି ସମସ୍ତଙ୍କୁ ନିବେଦନ କରିଥିଲେ। ଏଥିରେ କବି ଦେବେନ୍ଦ୍ର ବାଉରୀ, ଅରୁଣ ପାଣିଗ୍ରାହୀ, ମନ୍ମଥ ତୁଳ, ଲୋକନାଥ ପଣ୍ଡା, ମଞ୍ଜୁଶ୍ରୀ ମୁଖାର୍ଜୀ, ରବି ନାରାୟଣ ଶତପଥି, ସୁବାସ ଚନ୍ଦ୍ର ବେହେରା, ପପିନା ମହାରଣା, ମହାଶ୍ଵେତା ପାଣିଗ୍ରାହୀ, ତ୍ରିବେଣୀ ମିଶ୍ର, ରାଜଲକ୍ଷ୍ମୀ ଦେବୀ, ଶଶିଭୂଷଣ ପଟ୍ଟନାୟକ, ଶରତ କୁମାର ରାଉତ, ଅର୍ଚ୍ଚନା ପଟ୍ଟନାୟକ, ସଂଯୁକ୍ତା ପାଙ୍ଗି, କୃଷ୍ଣପ୍ରିୟା ସାହାଣୀ, କୁମଦ କାନ୍ତ ସାମନ୍ତରାୟ ସମେତ ରାୟଗଡ଼ର ସାହିତ୍ୟିକ ତଥା ସାହିତ୍ୟ ଅନୁରାଗୀମାନେ ଯୋଗଦେଇ ସଫଳତାର ସହ ରାୟଗଡ଼ ସାହିତ୍ୟ ମହୋତ୍ସବ 2026 ଆୟୋଜନ ଲାଗି ମତ ପ୍ରଦାନ କରିଥିଲେ। ଶେଷରେ ଉପ ସଭାପତି କବି ବିପିନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
