ମୁରାସୁ ପାଇଁ ରାୟଗଡା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଦୁଇ ଦିନ ଛୁଟି, ଘୋଷଣା କଲେ ଜିଲ୍ଲା ପ୍ରଶାସନ
ରାୟଗଡା (ପ୍ରତିଫଳନ ମିଡ଼ିଆ )
ଜିଲ୍ଲାରେ ପ୍ରବଳ ବାତ୍ୟା ମୁରାସୁର ଗଭୀର ପ୍ରଭାବ ପଡିବା ପୂର୍ବାନୁମାନକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା (S&ME) ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ (SSD) ବିଭାଗ ଅଧୀନସ୍ଥ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV) ତଥା ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ୦୩.୧୧.୨୦୨୬ ଓ ୦୪.୧୧.୨୦୨୬ ରିଖରେ ବନ୍ଦ ରହିବାକୁ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି।
ଏଥିସହ ବିଦ୍ୟାଳୟଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ପାଇଁ ଉପଲବ୍ଧ ରଖିବାକୁ ହେବ ଏବଂ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହର ଚାବି କୌଣସି ସ୍ଥାନୀୟ ଶିକ୍ଷକ କିମ୍ବା ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ସମସ୍ତ ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପଲବ୍ଧ ରହିବେ ଓ ନିଜ ମୋବାଇଲ୍ ଫୋନ୍ ଚାଲୁ ରଖିଥିବେ ଏବଂ ଜରୁରୀକାଳୀନ କଲ୍ ତଥା ଦିଆଯାଇଥିବା ଦାୟିତ୍ୱ ପାଳନ କରିବା ପାଇଁ ପ୍ରସ୍ତୁତ ରହିବେ ବୋଲି କଡା ନିର୍ଦ୍ଦେଶ ରହିଛି। ଜନସାଧାରଣଙ୍କ ସୁରକ୍ଷା ଏବଂ ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଉପରୋକ୍ତ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ଏବଂ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ପରିସ୍ଥିତି ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ଲକ ପ୍ରଶାସନକୁ ଏଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରଖିଛନ୍ତି।
