ନିଖୋଜ ଏମ କେ ସି ଜି ମେଡିକାଲ ଛାତ୍ର ସାଗର ସାହୁ ଉଦ୍ଧାର, ମୟୁରଭଞ୍ଜ ତିରିଂରେ ଠାବ କଲା ପୋଲିସ

ବ୍ରହ୍ମପୁର : ( ପ୍ରତିଫଳନ ମିଡ଼ିଆ )

ନିଖୋଜ ଏମ କେ ସି ଜି ମେଡିକାଲ ଛାତ୍ର ସାଗର ସାହୁ ମୟୁରଭଞ୍ଜ ତିରିଂ ଥାନା ପୁଲିସ ଦ୍ୱରା ଉଦ୍ଧାର କରାଯାଇଛି ।ଯାଜପୁର ଜିଲ୍ଲା କପାଳୀ ଗାଁର ଡାକ୍ତରୀ ଛାତ୍ର ସାଗର ସାହୁ ମୟୂର ଭଞ୍ଜ ଜିଲ୍ଲା ତିରିଁ ବସ୍ ଷ୍ଟାଣ୍ଡରୁ ଉଦ୍ଧାର ହୋଇଛନ୍ତି । ଗତ ୩୧.୦୮.୨୦୨୬ ରିଖରେ ସାଗର ସାହୁ ତାଙ୍କ ଡାକ୍ତରୀ ପରୀକ୍ଷା ଦେବା ସମୟରେ କୌଣସି କାରଣରୁ ସେ ପରୀକ୍ଷା ହଲ୍ କୁ ନଯାଇ ବରହମପୁର ରେଳ ଷ୍ଟେସନ ଆସି ଭୁବନେଶ୍ୱର ପଳାଇ ଆସିଥିଲେ ।

ଏକ ଘରୋଇ ବସରେ ସାଗର ଯାତ୍ରା କରୁଥିବା ବେଳେ କଂଡ଼କ୍ଟର ଟିକେଟ ଟଙ୍କା ମାଗିଥିଲେ । ସାଗର ଟଙ୍କା ଦେଇ ପାରିନଥିଲା । ପରେ ବାପାଙ୍କୁ ଫୋନ କରିବାକୁ କହିବାରୁ କଂଡ଼କ୍ଟର ମୋବାଇଲ ଫୋନରେ ଫୋନ କରିଥିଲେ । ଆଜି ଦିନ ୧.୩୦ମିନିଟ୍ ସମୟରେ ସାଗର ତାଙ୍କ ବାପାଙ୍କ ମୋବାଇଲକୁ ବସ୍ କଣ୍ଡକ୍ଟର ମୋବାଇଲ ଫୋନ ଦ୍ୱାରା ଫୋନ୍ କରିଥିଲେ।

ସାଗରର ବାପା ତତ୍କ୍ଷଣତ୍ କୁଆଖିଆ ଆଇ ଆଇ ସି ଙ୍କୁ ଫୋନ୍ ଯୋଗେ ଜଣାଇଥିଲେ ।କୁଆଖିଆ ଥାନା ସେହି କଣ୍ଡକ୍ଟର ମୋବାଇଲ ନମ୍ବର କୁ ଯାଞ୍ଚ୍ କରି ଲୋକେଶନ ଜାଣି ତୁରନ୍ତ ଓଡ଼ିଶା ସୀମା ନିକଟସ୍ତ ମୟୂରଭଞ୍ଜ ଜିଲ୍ଲାର ତିରିଁ ଥାନା ଆଇଆଇସି ଙ୍କ ସହ ଯୋଗାଯୋଗ କରିଥିଲେ। ଘଟଣା ବିଷୟରେ ଜଣାଇଥିଲେ। ତିରିଂ ଥାନା ପୁଲିସ ସାଗର ସାହୁ ବସିଥିବା ବସ୍ କୁ ଅଟକାଇ ସାଗର ଙ୍କୁ ଥାନାକୁ ଆଣିଛନ୍ତି । କୁଆଖିଆ ପୁଲିସ ତିରିଂ ଥାନାରେ ପହଂଚିବା ପରେ ସାଗରକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା। ତେବେ କଣ ପାଇଁ ସେ ଏଭଳି କରିଛନ୍ତି ତଦନ୍ତ ପରେ ଜଣାପଡିବ।

Spread the love