Oplus_19005440
Oplus_19005440
କୋଟିଆରେ ଆନ୍ଧ୍ରର ପ୍ରଶାସନିକ ହସ୍ତକ୍ଷେପ ଅଭିଯୋଗ ନେଇ କେନ୍ଦ୍ରର ଧ୍ୟାନ ଆକର୍ଷଣ
ଜୟପୁର,ପ୍ରତିଫଳନ ମିଡ଼ିଆ
: କୋଟିଆ ସୀମାରେ ବିବାଦ ବାଡ଼ଉଛି ଆନ୍ଧ୍ର।ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ କ୍ରମାଗତ ଭାବେ ଓଡିଶା ର ସୀମା ମଧ୍ୟକୁ ପ୍ରବେଶ କରି କୋଟିଆ ରେ ପ୍ରଶାସନିକ ହସ୍ତକ୍ଷେପ କରୁଥୁବା ନେଇ ଜୟପୁରର ମାନବାଧିକାର କର୍ମୀ ତଥା ଆଇନଜୀବୀ ଅନୁପ କୁମାର ପାତ୍ରଙ୍କ ଦ୍ୱାରା ଦାଖଲ ଆବେଦନକୁ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ନିକଟକୁ ପଠାଇଛି ରାଷ୍ଟ୍ରପତି ସଚିବାଳୟ। ଏ ସମ୍ପର୍କରେ ଆବେଦନକାରୀ ଅନୁପ ପାତ୍ର ସୂଚନା ଦେଇଛନ୍ତି।
ଅକ୍ଟୋବର ୨୭ ତାରିଖରେ ରାଷ୍ଟ୍ରପତି ସଚିବାଳୟର ଅଣ୍ଡର ସେକ୍ରେଟାରୀ କୁଳଚନ୍ଦ୍ର କୁମାରଙ୍କ ପକ୍ଷରୁ ପଠାଯାଇଥିବା ଇ-ମେଲ୍ରେ ଆବେଦନଟିକୁ ଉପଯୁକ୍ତ ବିଚାର ପାଇଁ ଗୃହ ସଚିବଙ୍କ ନିକଟକୁ ପଠାଯାଇଥିବା ଜଣାଇ ଦିଆଯାଇଛି। ଏଥିସହ ଆବେଦନ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପର ସୂଚନା ସିଧାସଳଖ ଆବେଦନକାରୀଙ୍କୁ ଦେବାକୁ ଉଲ୍ଲେଖ ରହିଛି।
ଆବେଦନରେ କୋଟିଆ ଗ୍ରାମପଞ୍ଚାୟତ ଅଧୀନସ୍ଥ ବିବାଦୀୟ ଗ୍ରାମଗୁଡ଼ିକରେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ହସ୍ତକ୍ଷେପ, ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ଏବଂ ଐତିହାସିକ ଡାକ ଓ ପ୍ରଶାସନିକ ବ୍ୟବସ୍ଥାର ସୁରକ୍ଷା ନେଇ ରାଷ୍ଟ୍ରପତି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥିସହ ସମ୍ବିଧାନର ଧାରା ୩୭୨, ୧୪, ୨୧ ଓ ପଞ୍ଚମ ଅନୁସୂଚୀ ଅନୁଯାୟୀ ସାମ୍ବିଧାନିକ ସୁରକ୍ଷା ଓ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ରକ୍ଷା ପାଇଁ ହସ୍ତକ୍ଷେପ କରିବାକୁ ଆବେଦନ କରିଥିଲେ।
ଆବେଦନକାରୀଙ୍କ ମତରେ, କୋଟିଆ ଅଞ୍ଚଳର ଅଧିବାସୀଙ୍କ ଅଧିକାର ଓ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ପାଇଁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ବୋଲି ଦର୍ଶାଇଛନ୍ତି ।
ତେବେ ରାଷ୍ଟ୍ରପତି ସଚିବାଳୟର ଚିଠିରେ ଆବେଦନଟି ଗୃହ ସଚିବଙ୍କ ନିକଟକୁ ପଠାଯାଇଥିବା ସ୍ପଷ୍ଟ ହୋଇଥିବା ବେଳେ, କୋଟିଆ ବିବାଦ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଥିବା କଥା ଉଲ୍ଲେଖ ନାହିଁ। ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ପରବର୍ତ୍ତୀ ପଦକ୍ଷେପକୁ ଅପେକ୍ଷା କରାଯାଇଛି।
