ଏକ୍ଟିଭ ମୁଡରେ ମୋହନ ସରକାର ●ଅଭିଜ୍ଞ ହାତରେ ଦେଲେ ଦାନା ବ୍ୟାପାର●

(ପ୍ରତିଫଳନ ମିଡିଆ)

ଅଭିଜ୍ଞ ହାତରେ ଦାନା ବ୍ୟାପାର । ମୋହନ ସରକାର ନେଲେ ଆଗୁଆ ପଦକ୍ଷେପ । ଶୂନ୍ୟ ମୃତ୍ୟୁ ପାଇଁ ସରକାର ବିଭିନ୍ନ ସ୍ତରରେ ପଦକ୍ଷେପ ଗ୍ରହଣ କରୁଛନ୍ତି । ଘନ ଘନ ବୈଠକ ଚାଲିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲାପାଳମାନଙ୍କ ସହ ତୁହାକୁ ତୁହା ଆଲୋଚନା କରୁଛନ୍ତି ସରକାର ଓ ବରିଷ୍ଠ ଅଧିକାରୀଗଣ । ବାତ୍ୟା ମୁକାବିଲା ପାଇଁ ପୂର୍ବ ଅଭିଜ୍ଞତା ଥିବା ଛଅ ଜଣ ବରିଷ୍ଠ ଆଇଏଏସ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ପ୍ରସ୍ତୁତି ଓ ଦାନା ର ମୁକାବିଲା ଦାୟିତ୍ବ ଦିଆଯାଇଛି । ବାଲେଶ୍ଵର ପାଇଁ ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ତ୍ରିଲୋଚନ ମାଝୀ, ପୁରୀ ପାଇଁ ବଲବନ୍ତ ସିଂ, ମୟୁରଭଞ୍ଜ ପାଇଁ ଭିନିତ ଭରଦ୍ଵାଜ, ଜଗତସିଂହପୁର ପାଇଁ ଯାମିନି ଷଡଙ୍ଗୀ ଏବଂ କେନ୍ଦ୍ରାପଡା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ବ ପ୍ରଦାନ କରିଛନ୍ତି ସରକାର । ଏହି ଅଧିକାରୀମାନେ ତୁରନ୍ତ କ୍ଷେତ୍ରସ୍ଥଳକୁ ଯାଇ ବାତ୍ୟାର ମୁକାବିଲା ଲାଗି ଗ୍ରହଣ କରାଯାଉଥିବା ବିଭିନ୍ନ ପଦକ୍ଷେପକୁ ତ୍ବରାନ୍ବିତ କରିବା ସହ ଲୋକଙ୍କୁ ସୁରକ୍ଷିତ ସ୍ଥଳକୁ ଆଣିବା , ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ମୁକାବିଲା କରିବା ଲାଗି ଆଗୁଆ ପଦକ୍ଷେପ ଗ୍ରହଣ ଆଦି ବ୍ୟବସ୍ଥାକୁ ତଦାରଖ କରିବେ । ରାଜ୍ୟ ସରକାରଙ୍କ ଏଇ ବଡ଼ ନିଷ୍ପତି ଯୋଗୁଁ ଦାନା ମୁକାବିଲା ଆହୁରି ଅଧିକ ଫଳପ୍ରଦ ହେବ ଏବଂ ଲୋକଙ୍କ ନିକଟରେ ରାଜ୍ୟ ସରକାର ଆହୁରି ଅଧିକ ଗ୍ରହଣୀୟ ହୋଇପାରିଛନ୍ତି । ମୋହନ ସରକାର ଦାନା ମୁକାବିଲା ପାଇଁ ସବୁ ସାମର୍ଥ୍ୟ ଲଗେଇ ଦେଇଥିବା ସ୍ପଷ୍ଟ ଜଣା ପଡୁଛି ।

Spread the love