ବ୍ରହ୍ମପୁର (ପ୍ରତିଫଳନ ମିଡିଆ )
ଦାନା ପାଇଁ ଆଗୁଆ ପଦକ୍ଷେପ । ସମ୍ଭାବ୍ୟ ବର୍ଷା, ବାତ୍ୟା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟ ତିନି ଦିନ ଛୁଟି ଘୋଷଣା । ଛୁଟି ଘୋଷଣା କରିଲେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ । ହଷ୍ଟେଲରେ ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ଥ ପ୍ରକାର ସୁବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଲେ କୁଳପତି । ଛାତ୍ରଛାତ୍ରୀ ଏଥିପାଇଁ ଭୟଭୀତ ନହେବାକୁ ଦେଲେ ପରାମର୍ଶ ।କୌଣସି ଅସୁବିଧା ହେଲେ ବିଶ୍ୱବିଦ୍ୟାଳୟ କତୃପକ୍ଷଙ୍କୁ ସଙ୍ଗେ ସଙ୍ଗେ ଜଣାଇବାକୁ ପରାମର୍ଶ ଦେଇଛନ୍ତି କୁଳପତି।ଉଚ୍ଚ ଶିକ୍ଷା ବିଭାଗ ନିର୍ଦେଶ କ୍ରମେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ 22 ତାରିଖରୁ 25 ତାରିଖ ମଧ୍ୟରେ ହେବାକୁ ଥିବା ସମସ୍ଥ ପରୀକ୍ଷା ସ୍ଥଗିତ ରଖିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ପରୀକ୍ଷା କେବେ ହେବ ପରବର୍ତ୍ତୀ ସମୟରେ ଜଣାଯିବ ବୋଲି କୁହାଯାଇଛି । ଏହି ସୂଚନା ଦେଇଛନ୍ତି ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ଼ଃ. ସତ୍ୟ ନାରାୟଣ କୁଣ୍ଡ । ଛାତ୍ରଛାତ୍ରୀ ମାନେ ଆଶ୍ବସ୍ତି ଅନୁଭବ କରିଛନ୍ତି ।