(ପ୍ରତିଫଳନ ମିଡିଆ)
ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ରାୟଗଡ଼ା ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନେଇ ହଷ୍ଟେଲ ନିରାପତ୍ତା , ପରିଚାଳନା ବୈଠକ” ଜିଲ୍ଲା ମଙ୍ଗଳ ଅଧିକାରୀ ଭାରତ ଭୂଷଣ ବିଶ୍ୱାଳଙ୍କ ନେତୃତ୍ୱରେ ରାୟଗଡ଼ା ସ୍ଥିତ ଶିରିଗୁଡ଼ା ଏକଲବ୍ୟ ମଡ଼େଲ ଆବାସିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ରାୟଗଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ତ୍ରିଲୋଚ଼ନ ସେଠୀ, ଉପ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ମଳୟ ରଞ୍ଜନ ଚିନ୍ନାରୀ ଓ ରାୟଗଡ଼ା ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ରୀ ଶ୍ୟାମଘନ ଭୂୟାଁ, ଜୀବନ କୌଶଳ ଶିକ୍ଷା ନୀରିକ୍ଷକ ଶ୍ରୀ ସୁରେଶ କୁମାର ଲିମ୍ମା , ଓ ରାୟଗଡ଼ା ଜିଲ୍ଲାର ସମସ୍ତ ବ୍ଳକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ଓ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ ।
ବୈଠକର ପ୍ରଥମେ ଜିଲ୍ଲା ମଙ୍ଗଳ ଅଧିକାରୀ ମହୋଦୟ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଓ ଆମ ଜିଲ୍ଲାର ଗର୍ବ ଓ ଗୌରବ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ ଦ୍ଵିତୀ ଚ଼ନ୍ଦ୍ର ସାହୁଙ୍କୁ ଫୁଲ ତୋଡା ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ବିଦ୍ୟାଳୟମାନଙ୍କରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଛାତ୍ର ଛାତ୍ରୀ ଓ କର୍ମକର୍ତାଙ୍କ ସହ ଉତ୍ତମ ବ୍ୟବହାର ରଖନ୍ତୁ । ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟରକ୍ଷା ଆସନ୍ତା ପ୍ରତି ସଜାଗ ରହନ୍ତୁ | ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ସିଧା ସଳଖ ଭାବେ ଛାତ୍ର ଛାତ୍ରୀଙ୍କ ସହ ଯୋଡ଼ି ହୋଇ ରହନ୍ତୁ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ପରାମର୍ଶ ଦେଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ମହୋଦୟ ବିଭିନ୍ନ ବିଦ୍ୟାଳୟର ସମସ୍ୟା ବିଷୟରେ ପ୍ରତ୍ୟକ୍ଷ ଭାବେ ପ୍ରଧାନ ଶିକ୍ଷକ /ଶିକ୍ଷୟିତ୍ରୀ ମାନଙ୍କ ଠାରୁ ବୁଝିଥିଲେ।ସୁରେଶ ଚନ୍ଦ୍ର ଲିମ୍ମା ବିଦ୍ୟାଳୟ ଓ ହଷ୍ଟେଲ ପରିଚାଳନାରେ ପ୍ରଧାନଶିକ୍ଷକ ଓ ପ୍ରଧାନଶିକ୍ଷୟିତ୍ରୀଙ୍କ ଭୂମିକା ଓ ଦାୟିତ୍ୱ ସଂପର୍କରେ ପ୍ରାଞ୍ଜଳ ଭାବେ ବର୍ଣ୍ଣନା କରିଥିଲେ । ମୂଖ୍ୟତଃ ଛାତ୍ରଛାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ (ଇନ୍ କମିଙ୍ଗ୍ ଓ ଆଉଟ୍ ଗୋଇଙ୍ଗ୍ )ରେଜିଷ୍ଟାର ର ବ୍ୟବହାର, ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଓ ନିରପତ୍ତା , ଉଭୟ ଦଳଗତ ଓ ଏକକ ଭାବେ କାଉନସେଲିଙ୍ଗ ତଥା ସି.ସି.ଟି.ଭି.ର ବ୍ୟବହାର ଉପରେ ଗୁରୁତ୍ବ ଦେଇ କହିଥିଲେ । ହଷ୍ଟେଲର ପିଲାମାନଙ୍କୁ ଶୃଙ୍ଖଳିତ ହୋଇ ରଖିବାକୁ, ଉତ୍ତମ ଚିକିତ୍ସା ଓ IFA ବଟିକା ବଣ୍ଟନ ବିଷୟ ତଥା ସମସ୍ତ କାର୍ଯ୍ୟକ୍ରମର ପ୍ରକୃତ ରେଜିଷ୍ଟାର ର ବ୍ୟବହାର ବିଷୟ ରେ ପରାମର୍ଶ ଦେଇଥିଲେ।ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ମଳୟ ରଂଜନ ଚିନ୍ନାରୀ ଉତ୍ତମ ଖାଦ୍ୟ ପ୍ରଦାନ , ହଷ୍ଟେଲର ରକ୍ଷଣା ବେକ୍ଷଣ ରେକର୍ଡ ଲିପିବଦ୍ଧ ଓ ପ୍ରେରଣ ତଥା କର୍ମକର୍ତ୍ତା ବୈଠକର ଲିଖିତ ଫଟୋ (ରେଜୁଲେସନ) ଉପରେ ଆଲୋକପାତ କରିଥିଲେ।
ପରିଶେଷରେ ଜିଲ୍ଲା ଶିକ୍ଷା ନିରୀକ୍ଷକ ଶ୍ୟାମଘନ ଭୂୟାଁ ସମସ୍ତଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ, ପାଠ୍ୟ ଟୀକା, ପlଠ୍ୟ ଖସଡ଼ା ଓ ସରଗିଫୁଲ ପାଇଁ ପିଲାଙ୍କ ଲେଖା ପ୍ରେରଣ ଉପରେ ଗୁରୁତ୍ଵାରୋପ କରି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଆଗାମୀ ସରଗି ଫୁଲ ପାଇଁ ପ୍ରାକ ପ୍ରସ୍ତୁତି କରାଯାଇଥିଲା । ପ୍ରଥମେ ବ୍ଲକ ସ୍ତରୀୟ ଏବଂ ପରେ ଜିଲ୍ଲା ସ୍ତରୀୟ ସରଗି ଫୁଲ ଶିଶୁ ମହୋତ୍ସବ ଆୟୋଜନ ନେଇ ନିଷ୍ପତି ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା ।