ଜୟପୁର(ପ୍ରତିଫଳନ ମିଡିଆ)
ଆଜିର ଏହି ଆଧୁନିକ ଯୁଗରେ ଦେବା ଦେବୀଙ୍କ ପ୍ରତି ଲୋକଙ୍କ ମଧ୍ୟରେ ଏବେ ବି ରହିଛି ଅଗାଢ ଭକ୍ତି ଓ ବିଶ୍ବାସ । ଠାକୁରଙ୍କ ପ୍ରତି ରହିଥିବା ଅତୁଟ ଆସ୍ଥା ଓ ବିଶ୍ୱାସକୁ ନେଇ ନିର୍ମାଣ କରାଯାଇଛି କ୍ଷୁଦ୍ର ଚଳଚିତ୍ର। ନବରଙ୍ଗପୁର ଜିଲ୍ଳାର ପ୍ରତ୍ୟକ୍ଷ ଦେବୀ ମାଁ ଗର୍ଭ ରାଇଙ୍କ କିମ୍ବଦନ୍ତୀ ଓ ସତ୍ୟ କଥା ଉପରେ ନିର୍ମାଣ ହୋଇଛି ଚଳଚ୍ଚିତ୍ର । ସାଧାରଣ ରେ ସମସ୍ତେ କିଭଳି ଉପଲବ୍ଧ କରିପାରିବେ ତାକୁ ନେଇ ଚଳଚିତ୍ର ର ପରିକଳ୍ପନା। ଦେବୀଙ୍କ ମହିମାକୁ ରାଇ ଚଳଚ୍ଚିତ୍ର ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚାଇବା କୁ ଉଦ୍ୟମ କରାଯାଇଛି। ପ୍ରସ୍ତୁତ ଚଳଚିତ୍ର ଟିକୁ ପ୍ରଦ ର୍ଶନ କରାଯାଇଥିଲା। ଭାଇ ଭଉଣୀଙ୍କ ସ୍ନେହ ସମ୍ପର୍କ ଆମ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରାକୁ ଆଖି ଆଗରେ ରଖି ଏହି ଚଳଚ୍ଚିତ୍ରଟି ପରିକଳ୍ପନା କରାଯାଇଥିଲା। ଏହି ଚଳଚ୍ଚିତ୍ର ର ମୂଖ୍ୟ ଭୁମିକାରେ “ରାଇ” ଙ୍କ ଚରିତ୍ର ରେ ଆରାଧ୍ୟା ନାୟକ ଅତି ସୁନ୍ଦର ଅଭିନୟ କରିଥିବା ବେଳେ ବଡ଼ ଭାଇ ଭୂମିକା ରେ ମାନସ ରଂଜନ ପଣ୍ଡା ଅଭିନୟ କରିଛନ୍ତି । ଚଳଚ୍ଚିତ୍ରଟିରେ କେରଳର କିଛି ଦୃଶ୍ୟ ଦର୍ଶକଙ୍କୁ ଅତି ଆକୃଷ୍ଟ କରିଛି।
ଏଥି ମଧ୍ୟରେ କାବେରୀ ଏଣ୍ଟେଟେରମେଣ୍ଟର ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର”ରାଇ”ର ପ୍ରିମିୟର ପ୍ରଦର୍ଶନ କାର୍ଯ୍ୟକ୍ରମ ଜୟପୁର ରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ବିଜେପି ନେତା ଗୌତମ ସାମନ୍ତରାୟ, ସମ୍ମାନିତ ଅତିଥି ରୂପେ ହିମାଂଶୁ ମହାପାତ୍ର ଯୋଗ ଦେଇଥିଲେ। ପ୍ରତିଷ୍ଠିତ ଲେଖକ ଓ ନିର୍ଦ୍ଦେଶକ ବୁଲୁ କୁମାର, ଚିତ୍ରନାଟ୍ୟ ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ଦାସ ଏବଂ ନିର୍ମାତା କାବେରୀ ମିଶ୍ର କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଅବିଭକ୍ତ କୋରାପୁଟ ଜିଲ୍ଲାର ବିଭିନ୍ନ ଅନୁଷ୍ଠାନରୁ ଦୁଇ ଶହରୁ ଉର୍ଦ୍ଧ୍ଵ କଳାକାର ଏହି କାର୍ଯ୍ୟକ୍ରମରେ ଦର୍ଶକ ସାଜିଥିଲେ। କଳାକାରମାନଙ୍କ ଅଭିନୟ ତଥା ସଂଳାପ ଦର୍ଶକମାନଙ୍କ ହୃଦୟକୁ ଛୁଇଁ ପାରିଛି। ଚଳଚିତ୍ର ଟିକୁ ଦେଖିବବାବେଳେ ଅଧିକାଂଶ କଳାକାରଙ୍କ ଆଖିରୁ ଲୁହ ଝରାଇ ଦେଇଥିଲା । ସମ୍ପୂର୍ଣ୍ଣ ସତ୍ୟ ଘଟଣା ଉପରେ ଆଧାରିତ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟିରେ ସମସ୍ତଙ୍କର ନିଖୁଣ ଅଭିନୟ ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିପାରିଥିଲା।
ଟିମ “ରାଇ” ପକ୍ଷରୁ ବିଶେଷ ସହଯୋଗ ପାଇଁ ଏସ. ଆର. ନୋଭା ସୁବାସ ରାଉତ, ଧୀରେନ ମୋହନ ପଟ୍ଟନାୟକ, ଅମର ମିଶ୍ର,ଜିତୁ ମିଶ୍ର, ଗୋପାଳ ପଟ୍ଟନାୟକ, କିଶୋର ମିଶ୍ର ଗୋପାଳ କୃଷ୍ଣ ସାମନ୍ତରାୟ, ପ୍ରକାଶ ମହାନ୍ତି, ରବି ପାତ୍ର, ସୁରେଶ ହୋତା ପ୍ରମୁଖଙ୍କୁ ଧନ୍ୟବାଦ ଦେବା ସହ ଉପସ୍ଥିତ ସମସ୍ତ ଦର୍ଶକଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ମାନସ ରଂଜନ ପଣ୍ଡା କାବେରୀ ମିଶ୍ର ଏବଂ ସମସ୍ତ ସଦସ୍ୟ କାବେରୀ ଏଣ୍ଟେଟେରମେଣ୍ଟ ର ପ୍ରଥମ କ୍ଷୁଦ୍ର ଚଳଚ୍ଚିତ୍ର “ରାଇ” ଦର୍ଶକଙ୍କ ମଧ୍ୟରେ ବେଶ ଆଦୃତ ଲାଭ କରିବା ଓ ଆଶାତୀତ ସଫଳତା ପାଇବା ବୋଲି ଆଶାବାଦୀ ଅଛନ୍ତି।