ରାୟଗଡା ( ପ୍ରତିଫଳନ ମିଡ଼ିଆ )
ଶିହରଣ ଚଳଚ୍ଚିତ୍ରର ଶୁଭ ମହୁରତ ଆଜି ରାୟଗଡା ଉପକଣ୍ଠସ୍ଥ କୋଟଲାଗୁଡା ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଚଳଚ୍ଚିତ୍ରଟି ଏକ ଥ୍ରିଲର ମୁଭି। ଗୋଟିଏ ଛୋଟ ଶିଶୁକୁ ନିର୍ଯାତନା ଦେବା ଦ୍ୱାରା ଶିଶୁଟି ନିଜର ଭାରସାମ୍ୟ ହରାଇ କିଭଳି ବହୁତ ଘଟଣା ଦୁର୍ଘଟଣାର ସମ୍ମୁଖୀନ ହେଉଛି ତାହା ଦର୍ଶାଯାଇଛି। ଓଡ଼ିଶାରେ ଏଭଳି ଚଳଚିତ୍ର ନିର୍ମାଣ କମ ହେଇଛି ବୋଲି ନିର୍ମାଣ ସଂସ୍ଥା ପକ୍ଷରୁ କୁହାଯାଇଛି। ନାମ ପରି ଶିହରଣ ଚଳଚ୍ଚିତ୍ର ଦର୍ଶକଙ୍କୁ ଶିହରଣ ଦେବ ବୋଲି ଟିମ୍ ଆଶା ରଖିଛି। ଚଳଚିତ୍ରଟି 2027 January ରେ ରିଲିଜ୍ ହେବାକୁ ଯାଉଛି ଏବଂ ଚଳଚିତ୍ର ରେ ନିର୍ଦ୍ଦେଶନା ହରପ୍ରସାଦ ଦାଶ(KD) ଦେଇଛନ୍ତି।

ସେ ପେଶାରେ ଜଣେ ଶିକ୍ଷକ। ସେ ଶିକ୍ଷକତା ସାଙ୍ଗକୁ ସେ KD ପ୍ରଡକ୍ସନ ବ୍ୟାନରରେ ପୂର୍ବରୁ 15 ଗୋଟି ଛୋଟ ବଡ଼ ଚଳଚିତ୍ର ନିର୍ମାଣ କରିଛନ୍ତି। ସେ ଏକାଧାରରେ ଶିକ୍ଷକ , ସମାଜସେଵୀ ସାଙ୍ଗକୁ ଲେଖକ। ସେ ନିଜେ ଏହି ଚଳଚିତ୍ରରେ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଭୂମିକାରେ ରାୟଗଡାର ସୁପରିଚିତ ସାମ୍ବାଦିକ ତଥା ଆଇନଜୀଵୀ ଗୁରପ୍ରସାଦ ସାହୁ, ଜନ୍ମେଞ୍ଜୟ ସ୍ୱାଇଁ, କମଳ ଲୋଚନ ଦିଗାଲ, ଦେବାଶିଷ ଦାଶ, ହିତେଶ କୁମାର, ଉମେଶ ବାରିକ, ସମିରାନ ଦତ୍ତ, ଜ୍ଞାନରଞ୍ଜନ ସାହୁ, ବସନ୍ତ ପାଣଗ୍ରାହୀ, ଜୟନ୍ତ ମାଝି, ଜଗନ୍ନାଥ ସାହୁ, ସାଇ ସାଗର ବ୍ରହ୍ମା, ଫିରୋଜ୍ ଦଣ୍ଡସେନା, ତରୁଣ ଚୌଧୁରୀ, ଧିରେନ ପଟ୍ଟନାୟକ ଓ ଅନ୍ୟାନ୍ୟ କଳାକାର ଅଭିନୟ କରିବେ।
