(ପ୍ରତିଫଳନ ମିଡିଆ)
ଡାକୁ ମାଝୀ ହତ୍ୟା ମାମଲାରେ ପ୍ରମାଣ ଅଭାବରୁ କୋର୍ଟରେ ନିର୍ଦ୍ଦୋଷ ପ୍ରମାଣିତ ହେଲେ ମାଓ ନେତା ସବ୍ୟସାଚୀ ପଣ୍ଡା । କଡା ସୁରକ୍ଷା ମଧ୍ୟରେ ମାଓନେତା ସବ୍ୟସାଚୀଙ୍କୁ ରାୟଗଡ଼ା ଜିଲ୍ଲା ଗୁଣପୁର ଏଡିଜେ କୋର୍ଟ ରେ ହାଜର କରାଯାଇଥିଲା । ମୋଟ ଦୁଇଟି ଅପରାଧିକ ମାମଲା ରେ ନିର୍ଦ୍ଦୋଷ ରେ ଖଲାସ ନେଇ ରାୟ ପ୍ରକାଶ କଲେ ଗୁଣପୁର ଏଡିଜେ କୋର୍ଟ । ୧୩.୦୮. ୨୦୦୪ ମସିହା ରେ ଚନ୍ଦ୍ରପୁର ବ୍ଲକ ଅଧକ୍ଷ ଡାକୁମାଝି ହତ୍ୟାକାଣ୍ଡ କରାଯାଇଥିଲା। ଡାକୁମାଝି ବ୍ଲକ୍ ରୁ କାମ ସାରି ବାଇକ୍ ରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତା ଉପରେ ମୁଖା ପିନ୍ଧା ନକ୍ସଲ ଗୁଳି ମାରିଥିଲେ। ସେଠାରେ ଡାକୁ ମାଝି ତଳେ ପଡିଯାଇଥିଲେ ଏହାପରେ ନକ୍ସଲ ଡାକୁ ମାଝି ଙ୍କ ବେକ କୁ ଧାରୁଆ ଅସ୍ତ୍ରରେ କାଟି ଦେଇଥିଲେ। ଡାକୁ ମାଝି ଙ୍କ ବାଇକ୍ ରେ ଅନ୍ୟ ଦୁଇଜଣ ଆସୁଥିଲେ ସେମାନଙ୍କୁ ମଧ୍ୟ ଗୁଳି ବାଜିଥିଲା। ଘଟଣା ସ୍ଥଳରେ ଡାକୁ ମାଝି ଙ୍କ ମୃତ୍ୟୁ ଘଟିଥିଲା | ଅନ୍ୟ ଦୁଇ ଜଣ ଚନ୍ଦ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହୋଇଥିଲେ। ହତ୍ୟାକାଣ୍ଡ ନେଇ ସବ୍ୟସାଚୀ ଙ୍କ ନାମରେ ମାମଲା ବିଚାରଣା ଚାଲିଥିଲା। ଏହି ମାମଲା ରେ ୧୮ ଜଣଙ୍କ ର ସାକ୍ଷ୍ୟ ପ୍ରମାଣ କୋର୍ଟ ଗ୍ରହଣ କରିଥିଲେ । ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲା ରେ ସବ୍ୟସାଚୀ ଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଥିବା ନେଇ ରାୟ ପ୍ରକାଶ ପାଇଛି। ପୁର୍ବରୁ ଏହି ମାମଲାରେ ୫ ଜଣ ନିର୍ଦୋଶ ରେ ଖଲାସ ହୋଇଛନ୍ତି। ସେହିଭଳି ଅନ୍ୟ ଏକ ଅପରାଧିକ ମାମଲା ଚନ୍ଦ୍ରପୁର ଥାନା ରେ 29/08/2003 ମସିହାରେ ମରିଚଗୁଡା ଗାଁ ରେ ପୋଲିସ୍ ଇନଫରମର ସନ୍ଦେହରେ ପ୍ରାସ୍କା ସିମନ ମାଝି ଙ୍କ ଘରେ ନକ୍ସଲ ବିସ୍ଫୋରଣ କରି ପୋଡା ଜଳା କରିଥିଲେ। ଏନେଇ ଚନ୍ଦ୍ରପୁର ଥାନା ରେ ମାମଲା ରହିଥିଲା | ଏହି ମାମଲା ରେ ୧୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ସାକ୍ଷ୍ୟ ପ୍ରମାଣ ଅଭାବରୁ ସବ୍ୟସାଚୀ ନିର୍ଦ୍ଦୋଷ ରେ ଖଲାସ ହୋଇଛନ୍ତି। ପୁର୍ବରୁ ଏହି ମାମଲାରେ ୯ ଜଣ ନିର୍ଦ୍ଦୋଷ ରେ ଖଲାସ ହୋଇଛନ୍ତି। ଦୁଇଟି ମାମଲାରେ ସବ୍ୟସାଚୀ ଙ୍କୁ ନିର୍ଦ୍ଦୋଷ କରିଥିବା ନେଇ ଗୁଣପୁର ଏଡିଜେ କୋର୍ଟରେ ରାୟ ପ୍ରକାଶ ପାଇଛି। ଏନେଇ ସୂଚନା ଦେଇଛନ୍ତି ସବ୍ୟସାଚୀ ଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ।