ବିଷ୍ଣୁପଦ ସେଠୀଙ୍କ ସପକ୍ଷରେ ବାହାରିଲେ ଆଇଏଏସ ଟପର ହୃଷିକେଶ ପଣ୍ଡା

(ପ୍ରତିଫଳନ ମିଡିଆ)

ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁ ପଦ ସେଠୀ ଙ୍କ ସପକ୍ଷରେ ବାହାରିଲେ ଆଇଏସ ଟପର ହୃଷିକେଶ ପଣ୍ଡା । ଭଲ କାମ କରୁଥିବା ଅନେକ ଅଫିସର ମାନେ ଗତ ଦିନରେ ଏଭଳି ଷଡଯନ୍ତ୍ର ର ଶୀକାର ହୋଇଛନ୍ତି ବୋଲି ସେ ଟୁଇଟ କରି ଜଣାଇଛନ୍ତି ।
ସିବିଆଇ ଘଟଣାକୁ ନେଇ ଚକିତ ହେବା ସହ ଷଡଯନ୍ତ୍ର ରହିଥିବା ନେଇ ଆଇଏଏସ ଟପର ଜଣାଇଛନ୍ତି। ଏଭଳି ଘଟଣାରେ ସେ ଚକିତ ବୋଲି ଉଲ୍ଲେଖ କରିଛନ୍ତି । ବିଷ୍ଣୁ ପଦ ସେଠୀ ଲୋକଙ୍କ ପାଇଁ ବହୁତ ଭଲ କାମ କରିଛନ୍ତି । ଲୋକଙ୍କ ପାଇଁ କାମ କରୁଥିବା ଏଭଳି ଅଧିକାରୀଙ୍କୁ ଅସୁବିଧାରେ ପକାଇବାକୁ ଷଡଯନ୍ତ୍ର ରହିଛି ବୋଲି ସେ ଲେଖିଛନ୍ତି । ଶହ ଶହ ଓ ହଜାର କୋଟି ଦୁର୍ନୀତି ପ୍ରତି ଆଖି ବୁଜି ଦିଆଯାଉଥିବାକୁ ମଧ୍ୟ ସେ ଆଙ୍ଗୁଳି ଉଠାଇଛନ୍ତି ।
ଡ଼ଃ ହୃଷିକେଶ ପଣ୍ଡା ଜଣେ ନୀତିନିଷ୍ଠ ଓ ସାଧୁ ଅଧିକାରୀ ଭାବେ କ୍ଷମତା ମହଲରେ ବେଶ ଜଣାଶୁଣା । ଆଇଏଏସ ଜୀବନ କାଳରେ ବିଭିନ୍ନ ଦାୟିତ୍ବକୁ ନିଷ୍ଠା ଓ ସ୍ବଚ୍ଛତାର ସହ ତୁଲାଇ ଆସିଥିବାବେଳେ ନିଜର ସ୍ପଷ୍ଟ ମତବାଦ ପାଇଁ ସାଧାରଣରେ ସେ ଲୋକପ୍ରିୟ । ଚାକିରୀ ଜୀବନର ସମାପ୍ତର ପରଦିନ ସରକାରୀ ଗୃହ ଛାଡି ନିଜ ଜନ୍ମମାଟିକୁ ଚାଲି ଯାଇଥିବା ଡ଼ଃ ହୃଷିକେଶ ପଣ୍ଡାଙ୍କ ଭଳି ଅଧିକାରୀଙ୍କ ସାମାଜିଜ ଗଣମାଧ୍ୟମ ଏକ୍ସରେ ନିଜସ୍ଵ ମତ ରଖିବା ପରେ ବିଷ୍ଣୁପଦଙ୍କୁ ନେଇ ଚାଲିଥିବା ତୋମ୍ବିତୋଫାନ ଘଟଣା ନୂଆ ମୋଡ଼ ନେଇଛି । ସବୁଠାରୁ ଚକିତ କଲା ଭଳି କଥା ହେଉଛି ଏକ୍ସରେ ଡ଼ଃ ପଣ୍ଡାଙ୍କ ମତ ସପକ୍ଷରେ ବହୁ ବ୍ୟକ୍ତି ନିଜସ୍ଵ ଖୋଲା ମତ ରଖିଛନ୍ତି । ଅନେକ ଲୋକ ଅତୀତରେ ଅନୁରୂପ ଭାବେ ଷଡ଼ଯନ୍ତ୍ରର ଶୀକାର ହୋଇଥିବା ନିଜେ ନିଜେ ସେହି ପୋଷ୍ଟ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଏହା ପରେ ସ୍ପଷ୍ଟ ହୋଇଛି ବରିଷ୍ଠ ଆଇ ଏ ଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ପତିଆରା ବୃଦ୍ଧିରେ ଅନେକ ଛାନିଆ ହୋଇପଡିଛନ୍ତି । ବିଷ୍ଣୁପଦ ସେମାନଙ୍କ ପ୍ରତି ବିପଦ ହୋଇ ପାରନ୍ତି ବୋଲି ଏଭଳି ଏକ ହାଇ ଭୋଲ୍ଟେଜ ଡ୍ରାମା ପ୍ରସ୍ତୁତ କରାଯାଇଥିବା ସବୁ ମହଲରେ ଆଲୋଚନା ହେଉଛି । ଅନ୍ୟପକ୍ଷରେ ବିଭିନ୍ନ ସମୟରେ ବିଷ୍ଣୁପଦ ଅନେକ ସାଧାରଣ ଲୋକଙ୍କୁ ଅକୁଣ୍ଠ ଚିତ୍ତରେ ସହଯୋଗ କରି ସାଧାରଣରେ ଆସ୍ଥାଭାଜନ ହୋଇପାରିଛନ୍ତି । ଏମିତିକି ତାଙ୍କୁ ଓଡ଼ିଶାର ଅନେକ ପ୍ରାନ୍ତର କିଛି ଲୋକ ଦେବ ତୁଲ୍ୟ ମନେ କରନ୍ତି । ଏଭଳି ପରିସ୍ଥିତିରେ ବିଷ୍ଣୁପଦ ଙ୍କୁ ନେଇ ଚାଲିଥିବା ହାଇ ଡ୍ରାମା ପରେ ଡ଼ଃ ପଣ୍ଡାଙ୍କ ଟୁଇଟ , ରାଜ୍ୟ ସରକାର ଓ ସିବିଆଇର ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

Spread the love