(ପ୍ରତିଫଳନ ମିଡିଆ)
ଆଜି କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ଠାରେ ବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଡଃ.ପ୍ରସନ୍ନ କୁମାର ମହାନ୍ତି ( ଡେପୁଟି ଡାଇରେକ୍ଟର ଅଫ୍ ଏକ୍ସଟେନସନ, ଓୟୁଏଟି, ଭୁବନେଶ୍ୱର) ଅଧ୍ୟକ୍ଷତା କରି କୃଷି ବିଜ୍ଞାନ କେନ୍ଦ୍ର ଆହୁରି କିପରି ଲୋକାଭିମୁଖୀ ହୋଇପାରିବ ଓ କୃଷକ ମାନଙ୍କ ଆୟ କିପରି ଦ୍ଵିଗୁଣିତ ହେବ ସେ ବିଷୟରେ ପରାମର୍ଶ ଦେଇଥିଲେ । ଡ଼ଃ କଲ୍ୟାଣ ସୁନ୍ଦର ଦାସ (ପ୍ରିନସପାଲ ସାଇଟିଷ୍ଟ ଆଇ ସି ଏ ଆର, ଅଟ୍ରି ,କୋଲକତା) ପ୍ରଫେସର ପ୍ରସନ୍ନଜିତ ମିଶ୍ର ଡିନ ଡାଇରେକ୍ଟର ଅଫ ଏସ୍କଟେନସନ ଇଆଭାସି ମାଧ୍ୟମରେ ବିଭିନ୍ନ କୃଷି ଭିତ୍ତିକ ଜ୍ଞାନ କୌଶଳ ସମ୍ପର୍କରେ ଆଲୋଚନା କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ଗୁଣପୁର ମୂଖ୍ୟ ତଥା ବରିଷ୍ଠ ବୈଜ୍ଞାନିକା ସୁସ୍ମିତା ମହାନ୍ତି ରବି ଓ ଖରିଫ ଚାଷରେ କୃଷି ବିଜ୍ଞାନ କେନ୍ଦ୍ରର ଅବଦାନ ଓ ଆଗାମୀ ୨୫-୨୬ ବର୍ଷର ଚାଷ କ୍ଷେତ୍ରରେ କଣ ସଵୁ ନୂତନ ପ୍ରୟୋଗ କରାଯିବ ତା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ବେହେରା (ଏ ଡି ଓ ଗୁଣପୁର), ଦୟାନିଧି ରାଉତ (ଡି ଡି ଏଚ ରାୟଗଡ଼ା) , ଦେବରାଜ ନାୟକ (ସି ଡ଼ି ଭି ଓ ରାୟଗଡ଼ା), ଜ୍ଞାନାଲୋକ , ସତ୍ୟବ୍ରତ ସାହୁ (ଏ ଏଚ ଓ ଗୁଣପୁର), ଡଃ ଜ୍ଞାନଲୋକ ଦାସ( ଏ ଡି ଆର ), ଗଙ୍ଗାଧର ମିଶ୍ର (ଏଫ୍ ଆର ଓ ଗୁଣପୁର) , ଆଲୋକ କୁମାର ଆଚାର୍ଯ୍ୟ ( ଏସ୍ ଡି ଭି ଓ ଗୁଣପୁର), ସି ଡ଼ି ପି ଓ ଗୁଣପୁର ,ମୂର୍ତ୍ତକା ଓ ଜଳ ସଂରକ୍ଷଣ ବିଭାଗ ଏଵଂ ଅଗ୍ରଣୀ ଚାଷୀମାନେ ଯୋଗଦେଇ ନିଜ ନିଜ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।
ବିଶେଷ କରି ଆଗାମୀ ଖରିଫ ଋତୁରେ ମରୁଡି ସହନଶୀଳ ଓ ସ୍ଵଳ୍ପ ଅବଧି ଧାନ ବିହନ , କୁକୁଡ଼ା ଚାଷ , ଜୈବିକ କୃଷି , ମୋ ବଗିଚା , ଅଣୁ ଜଳସେଚନ , ପାଣିପାଗ ଅନୁକୂଳ ଚାଷ , ଛତୁ ଚାଷ ,ମହୁ ଚାଷ, ଚିନାବାଦାମ ଚାଷ, ସମନ୍ୱିତ ଚାଷ , ଷ୍ଟ୍ରଵେରି ଚାଷ , ସପୁରୀ ଚାଷ , ଜୈବିକ ଉପାୟରେ ରୋଗପୋକ ନିୟନ୍ତ୍ରଣ , କୃଷକ ଉତ୍ପାଦନ ସଙ୍ଗଠନ, ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଓ ଵଜାରିକରଣ ଉପରେ ଅଧିକ ଗୁରୁତ୍ଵ ଦେବାକୁ ଆଲୋଚନା ହୋଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ରାଜୀବ ଟୁଡୁ ଧନ୍ୟବାଦ ଅର୍ପଣ କରିଥିଵା ବେଳେ ବୈଜ୍ଞାନିକ ପରିମଳ ତରାଇ , ନାରାମ ରାମୁ , ପାଣିପାଗ ବିଶେଷଜ୍ଞ ହିମାଦ୍ରୀ ବାଗ , ସୁମିତ୍ରା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।