(ପ୍ରତିଫଳନ ମିଡ଼ିଆ)
ନୂତନ ବର୍ଷର ପ୍ରତିଟି ସମୟ ସମସ୍ତଙ୍କ ମଙ୍ଗଳ କାମନା ମାନସିଛନ୍ତି ଦିବ୍ୟ ଦର୍ଶନ ସଦଗୁରୁ ପ୍ରେମୀ । ରାୟଗଡ଼ା ଜିଲ୍ଲା ଗୁମୁଡା ସ୍ଥିତ ଅନ୍ତୋର୍ଝୋଲି
ସ୍ତିତ ସଦଗୁରୁ ଅର୍ଜୁନଙ୍କ ଆଶ୍ରମ ଦିବ୍ୟ ଦର୍ଶନ ଆଶ୍ରମରେ ସତସଙ୍ଗ ଆୟୋଜନ ହୋଇଥିଲା । ଶହ ଶହ ଗୁରୁ ଭାଇ ଭଉଣୀ ସତସଙ୍ଗ ରେ ଯୋଗଦେଇଥିଲେ । ଉତ୍ତମ ଚିନ୍ତାଧାରା, ଶୃଙ୍ଖଳିତ ଜୀବନଚର୍ଯ୍ୟା ସହ ନିଷ୍କାମ ଭାବରେ ସମାଜର ହିତ ପାଇଁ ମାନବ ସେବା ରେ ନିଜକୁ ନିୟୋଜିତ କରିପାରିଲେ ଦିବ୍ୟ ସମାଜ ଓ ରାଷ୍ଟ୍ର ଗଠନ ହୋଇପାରିବ । ପୂର୍ଣ୍ଣତା ପାଇଁ କଠିନ ସାଧନାର ଆବଶ୍ୟକତା ରହିଛି। ନିଷ୍ଠାର ସହ ସାଧନା ଜାରି ରଖି ସଦଜ୍ଞାନ ବିତରଣ କରିପାରିଲେ ପୂଣ୍ୟ ଅର୍ଜନ ହୋଇପାରିବ ବୋଲି ଗୁରୁ ଭାଇମାନେ ଜ୍ଞାନ ର ଚର୍ଚ୍ଚା କରିଥିଲେ ।ସଦ ଜ୍ଞାନର ସନ୍ଧାନ ପାଇଁ ସତସଙ୍ଗର ଆବଶ୍ୟକତା ରହିଛି । ସତସଙ୍ଗରେ ନିଜକୁ ସାମିଲ କଲେ ସତ୍ ଚିନ୍ତା ଓ ଚେତନା ଜାଗୃତ ହୋପାରିବ ବୋଲି କେନ୍ଦ୍ରୀୟ କମିଟି ସଭାପତି କେଶବ ସେଠୀ ,କମିଟି ସଦସ୍ୟ ରାମ କୃଷ୍ଟ ହୋତା ପ୍ରମୁଖ ଯୋଗଦେଇ ସତସଙ୍ଗରେ ଶିଷ୍ୟ ଶିଷ୍ୟଙ୍କୁ ଗୁରୁଙ୍କ ଜ୍ଞାନ ବାଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭ ସଙ୍ଗୀତ ଏବଂ ନଗର କୀର୍ତ୍ତନ ମାଧ୍ୟମରେ ଏହା ଆରମ୍ଭ ହୋଇଥିଲା । ସାରା ଅଞ୍ଚଳ ଭକ୍ତି ଭାବମୟର ବାତାବରଣ ସୃଷ୍ଟି କରିଥିଲା । ଉଲ୍ଲେଖଯୋଗ୍ୟ ଯେ ସଦଗୁରୁ ଅର୍ଜ୍ଜୁନଙ୍କ ଆଦି ପୀଠ ପଦ୍ମପୁର ବ୍ଲକ ଗୋଡ଼ିଆବନ୍ଧ ଠାରେ ଥିବାବେଳେ ଓଡିଶା ତଥା ଓଡିଶା ବାହାରେ ଗୁରୁଙ୍କ ଲକ୍ଷ ଲକ୍ଷ ଅନୁଗାମୀ ଅଛନ୍ତି । ସଦ ଚିନ୍ତନ ଓ ସମାଜ ସଂସ୍କାର ଦିଗରେ ଗୁରୁଙ୍କ ବାଣୀକୁ ପ୍ରଚାର ଓ ପ୍ରସାର କରାଇବା ଲାଗି ବିଭିନ୍ନ ପ୍ରାନ୍ତରରେ ଆଶ୍ରମ ସହ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।