(ପ୍ରତିଫଳନ ମିଡ଼ିଆ)
ରାୟଗଡ଼ା ଏବେ ଚଳଚଞ୍ଚଳ । ବହୁ ପ୍ରତୀକ୍ଷିତ ରାୟଗଡ ରେଳ ଡିଭିଜନ ଶେଷରେ କାର୍ଯ୍ୟକାରୀ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଏବେ ତାକୁ କାର୍ଯ୍ୟକାରୀ କରୁଛନ୍ତି। ରାୟଗଡ଼ାରେ ରେଳ ଡିଭିଜ୍ଦିନ କାମ ଆରମ୍ଭ ହେବ ଏଥିପାଇଁ ଆଦିବାସୀ ଅଞ୍ଚଳରେ ଏବେ ଖୁସିର ଲହରୀ ।
ରାୟଗଡ଼ା ରେଳ ଡିଭିଜନକୁ ନେଇ ଛକପଞ୍ଝା ଲାଗି ରହିଥିଲା । ଆନ୍ଧ୍ର ସରକାର ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଥିଲେ । ବିଶାଖାପାଟଣା ନୂଆ ରେଳ ଡିଭିଜନ ଘୋଷଣା ପରେ ରାୟଗଡ ରେଳ ଡିଭିଜନ ନେଇ ଆଉ କୌଣସି ସମସ୍ୟା ନ ଥିଲା । ଓଡ଼ିଶାବାସୀ ବିଶେଷକରି ଦକ୍ଷିଣ ଓଡ଼ିଶାବାସୀଙ୍କ ସ୍ବପ୍ନ ସାକାର ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାୟଗଡା ରେଳ ଡିଭିଜନର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ରେଳ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ। ଜାମ୍ମୁରୁ ଭିଡିଓ କାନଫେରେନ୍ସି ଜରିଆରେ କାର୍ଯ୍ୟ ସମାପନ କରିବେ । ଏହି କାର୍ଯ୍ୟକ୍ରମର ଉପସ୍ଥିତ ରହିବେ ରାଜ୍ୟପାଳ ଡକ୍ଟର କାମ୍ବମ୍ପତି ହରି ବାବୁ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର ରେଳ ବିଭାଗ ଓ ଖାଦ୍ୟ ପ୍ରକିୟାକରଣ,ଶିଳ୍ପ ମନ୍ତ୍ରୀ ରାବଣୀତ ସିଂ ବିଟୁଙ୍କ ସମେତ ବହୁ ବିଶଷ୍ଟ ବ୍ୟକ୍ତିମାନେ ଯୋଗଦେବେ। ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ଵୈଷ୍ଣବ ମଧ୍ୟ ଜାମ୍ମୁରୁ ଏହି ଉତ୍ସବରେ ଯୋଗ ଦେବେ। ଜାନୁଆରୀ ମାସ ୬ ତାରିଖ ପୂର୍ବାହ୍ନ ୧୧ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ | ରାୟଗଡା ରେଳ ବିଭାଗ ପ୍ରକଳ୍ପର ବ୍ୟୟ ଅଟକଳ ମୂଲ୍ୟ 107କୋଟି ଟଙ୍କା ରହିଛି। 107 କୋଟିର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ ଅଞ୍ଚଳର ରେଳ ଭିତ୍ତିଭୂମି ବୃଦ୍ଧି ପାଇଁ ଲକ୍ଷ୍ୟ ରଖାଯାଇଛି। ଏହାସହ ଅନେକ ପ୍ରମୁଖ ଉପାଦାନ ଅନ୍ତର୍ଭୂକ୍ତ ହେବ |
ରାୟଗଡା ରେଳ ବିଭାଗ ପ୍ରକଳ୍ପର କେତେକ ପ୍ରମୁଖ ବିନ୍ଦୁ :
ଡିଭିଜନର ମୁଖ୍ୟାଳୟ ରାୟଗଡାଠାରେ ରହିବ ●3ମହଲା ବିଶିଷ୍ଟ ଏକ ଆଧୁନିକ DRM ଅଫିସ୍ କୋଠା ନିର୍ମାଣ ହେବ ●ରେଳ କାର୍ଯ୍ୟ ପରିଚାଳନା ପାଇଁ ଏକ ବିଭାଗୀୟ ନିୟନ୍ତ୍ରଣ କାର୍ଯ୍ୟାଳୟ ପ୍ରତିଷ୍ଠା କରାଯିବ ● ବିଭାଗର କର୍ମଚାରୀ ଓ ଅଧିକାରୀଙ୍କ ପାଇଁ ଆବାସଗୃହ ନିର୍ମାଣ କରାଯିବ | ସୁଗମ ପରିବହନ ଲିଙ୍କ ପାଇଁ ସଂଯୋଗ ରାସ୍ତା ବିକଶିତ ହେବ ●ଏହି ପ୍ରକଳ୍ପରେ ପର୍ଯ୍ୟାପ୍ତ ପରିମାଣର ସର୍କୁଲାର କ୍ଷେତ୍ର ଏବଂ ପାର୍କିଂ ସୁବିଧା ଅନ୍ତର୍ଭୁକ୍ତ ହେବ | ବର୍ଷା ଜଳ ସଂରକ୍ଷଣର ବ୍ୟବସ୍ଥା ରହିବ ●ଏହି ପ୍ରକଳ୍ପ ଅଞ୍ଚଳର ଅର୍ଥ ନୈତିକ, ସାମାଜିକ ,ଗମନା ଗମନ ଓ ବାଣିଜ୍ୟ, ପରିବହନ ଦିଗରେ ଅନେକ ଲାଭ ପ୍ରଦାନ କରିବ ବୋଲି ଆଶା କରାଯାଉଛି● ଏହା ସହ ଭାରତବର୍ଷର ବିଭିନ୍ନ ସହର ସମେତ ବନ୍ଦର ଗୁଡ଼ିକୁ ସଂଯୋଗ ବୃଦ୍ଧି କରିବ● ଏହି ପ୍ରକଳ୍ପ ଦ୍ଵାରା ବିଶେଷ କରି ଓଡିଶାର ଆଦିବାସୀ ବହୁଳ ଅଞ୍ଚଳର ଅର୍ଥ ନୈତିକ ଅଭିବୃଦ୍ଧି ଘଟାଇବା ରେ ସହାୟକ ହୋଇପାରିବ● ଦକ୍ଷିଣ ଓଡ଼ିଶାର ଶିକ୍ଷିତ ଯୁବକଯୁବତୀମାନେ ନିଯୁକ୍ତି ପାଇ ପାରିବେ● ଡିଭିଜନ୍ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳରେ କାର୍ଯ୍ୟର ଦକ୍ଷତା ପରିଚାଳନା ହେବ | ନୂତନ ରେଳ ପଥ,ଅନେକ ଛୋଟ ବଡ଼ ରେଳ ଷ୍ଟେସନ ନିର୍ମାଣ ହେବ । ଓଡ଼ିଶାର ପ୍ରତିଭାବାନ ପିଲାମାନେ ଓଡ଼ିଶାରେ କାମ କରିବାକୁ ସୁଯୋଗ ପାଇବେ ।ଏହି ପ୍ରକଳ୍ପଗୁଡିକର କାର୍ଯ୍ୟକାରିତା ଦ୍ୱାରା ଯାତ୍ରୀ ଏବଂ ସ୍ଥାନୀୟ ଶିଳ୍ପଗୁଡ଼ିକ ସହିତ ଘନିଷ୍ଠ ସଂଯୋଗ ହେବ | ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ବିଜେପି କର୍ମୀ ସମେତ ସାଧାରଣରେ ଖୁସିର ଲହରି ଖେଳି ଯାଇଛି । ଏହି କାର୍ଯ୍ୟକ୍ରମ ପାଇଁ ରେଳବାଇ ପ୍ରଶାସନ ପକ୍ଷରୁ ବି ପ୍ରସ୍ତୁତି ଜୋରସୋରରେ ଚାଲିଛି ।