ସାମ୍ୱାଦିକଙ୍କୁ ସମ୍ବର୍ଦ୍ଧନା,ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

(ପ୍ରତିଫଳନ ମିଡ଼ିଆ)

କୋରାପୁଟ ଜିଲ୍ଲା ସାମ୍ବାଦିକ ସଂଘ ଅନୁବନ୍ଧିତ (ଏସୟୂଜେ)ର ଜିଲ୍ଲା ଉପ ସଭାପତି ଭାବେ ସର୍ବ ସମ୍ମତିଭାବେ ଚୟନ ହୋଇଥିବା ସାମ୍ବାଦିକ କାଳୀ ଚରଣ ପଟ୍ଟନାୟକଙ୍କୁ ବିଭିନ୍ନ ସ୍ତରରୁ ସମ୍ବର୍ଦ୍ଧନା ଓ ଶୁଭେଚ୍ଛା ପ୍ରଦାନ କରାଯାଇଛି।
ବୈପାରିଗୁଡା ବ୍ଳକ୍ ପ୍ରଶାସନ,ଲୋକ ପ୍ରତିନିଧି ଓ ବୁଦ୍ଧଜୀବିଙ୍କ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସମ୍ମାନଜନକ ଦାୟିତ୍ଵ ଗ୍ରହଣ କରିଥିବାରୁ ତାଙ୍କୁ ସମ୍ମାନିତ କରାଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ରାଜେସ ମହୁରିଆ , ବୁକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ତ୍ତିକ ପାଢ଼ୀ, କୋଷାଧ୍ୟକ୍ଷ ମନୋଜ କୁମାର ବାରିକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ମିଲୁ ପ୍ରଧାନି, ବରଷ୍ଠ କିରାଣୀ ଵାବୁଲା ସେଠି,ବିପିସି ପ୍ରଦିପ ଆଚାର୍ଯ୍ୟ, ପେସା କୋଡିନେଟର ଧିନେସ ପଣ୍ଡାଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଜିଲ୍ଲା ସାମ୍ୱାଦିକ ସଂଘ ଅନୁବନ୍ଧିତ ଏସୟୁଜେର ଉପ ସଭାପତି କାଳୀ ପଟ୍ଟନାୟକ ଙ୍କୁ ପୁଷ୍ପ ଗୁଛ ଆଉ ଉପଢୌକନ ପ୍ରଦାନ୍ କରି ସମ୍ବର୍ଦ୍ଧିତ କରିଥିଲେ। ଏସୟୂଜେ ସାମ୍ବାଦିକ ସଙ୍ଗଠନ ରାଜ୍ୟର ଅଗ୍ରଣୀ ସଂଗଠନ। ସାମ୍ବାଦିକଙ୍କ ସ୍ବାର୍ଥ ଓ ସୁରକ୍ଷା ପାଇଁ ସଂଗ୍ରାମ କରି ଆସିଛି।ତାସହ ସଦା ସର୍ବଦା ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରିବା ଓ ଜିଲ୍ଲାର ବିକାଶ ପାଇଁ ସଦା ଚେଷ୍ଟିତ ରହିଛି। ସାମ୍ବାଦିକ ଏକତା ଓ ବ୍ଲକର ବିକାଶ ପାଇଁ ଉଦ୍ୟମ ଜାରି ରଖିବି ବୋଲି ପଟ୍ଟନାୟକ କହିବା ସହ ସମ୍ମାନିତ କରିଥିବାରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଥିଲେ। ସୂଚନା ଯୋଗ୍ୟଯେ ଏସ ୟୁ ଜେ ସାମ୍ୱାଦିକ ସଂଘ ଜିଲ୍ଲା ଉପ ସଭାପତି ପଟ୍ଟନାୟକ ପ୍ରାୟ ୧୦ବର୍ଷ ରୁ ଉର୍ଦ୍ଧ ସମୟ ଧରି ବୈପାରିଗୁଡ଼ା ଅଞ୍ଚଳରେ ସାମ୍ବାଦିକତା କରି ଆସିବା ସହ ସମାଜ ସେବା କାର୍ଯ୍ୟରେ ମଧ୍ଯ ନିଜକୁ ନିୟୋଜିତ କରିଛନ୍ତି, ବିଶେଷ କରି ରକ୍ତ ଦାନ,ବୃକ୍ଷ ରୋପଣ ଆଉ ଅସହାୟ ପରିବାରଙ୍କ ପାଇଁ ସଦା କାମ କରି ଆସୁଛନ୍ତି । ସେ ବହୁ ସ୍ବେଛାସେବୀ ଅନୁଷ୍ଠାନ ସହ ଜଡ଼ିତ ରହିଛନ୍ତି।

Spread the love