Oplus_131072
Oplus_131072
(ପ୍ରତିଫଳନ ମିଡ଼ିଆ)
କୋଡୀଙ୍ଗା ମାଳିରୁ ବକ୍ସାଇଟ ଖନନ ଦାୟିତ୍ଵ ପାଓନିୟର କମ୍ପାନୀକୁ ମିଳିଛି।ଏହାକୁ ବିରୋଧ କରୁଛନ୍ତି ସ୍ଥାନୀୟ କିଛି ସଙ୍ଗଠନ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଳକ ର କୋଡୀଙ୍ଗା ମାଳି ରୁ ଗତ କିଛି ବର୍ଷ ହେଲା ଓଏମସି ଜରିଆରେ ଖଣି ଖନନ କରାଯାଇ ବେଦାନ୍ତ କମ୍ପାନୀ କୁ ପ୍ରଦାନ କରାଯାଉଛି। କୋଡିଙ୍ଗା ମାଳି ରୁ ଖଣି ଖନନ ଦାୟିତ୍ୱ ଆନ୍ଧ୍ର ପ୍ରଦେଶ ର ମୈତ୍ରୀ ନାମକ ଘରୋଇ କମ୍ପାନୀ କୁ ଓଏମସି ୭୫ ପ୍ରତିଶତ ପ୍ରଦାନ କରିଥିବା ବେଳେ ଅବଶିଷ୍ଟ ୨୫ ପ୍ରତିଶତ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ପୟୋନିର ନାମକ କମ୍ପାନୀ କୁ ପ୍ରଦାନ କରାଯିବା ସକାଶେ ଚୁକ୍ତି କରାଯାଇଛି।ପ୍ରାୟ ଦେଢ଼ ଲକ୍ଷ ଟନ ବକ୍ସାଇଟ ପୟୋନିର କମ୍ପାନୀ ନେବା ସକାଶେ ସରକାର ଙ୍କ ପାଖରେ ସ୍ପିକୃତି ପାଇଥିବା ଜଣାପଡିଛି । ପୟୋନିର କମ୍ପାନୀ ସରକାର ଙ୍କ ନିକଟରେ ଆବଶ୍ୟକ୍ ଦସ୍ତାବିଜ୍ ଦାଖଲ କରିଥିବା ଜଣାପଡିବା ପରେ ପୟୋନିର କମ୍ପାନୀ କୁ ଖଣି ପ୍ରଦାନ ନକରିବାକୁ ସ୍ଥାନୀୟ ଲୋକେ ଓ ଲୋକ ପ୍ରତିନିଧି ବିରୋଧ କରୁଛନ୍ତି । ଗତ ଦିନରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀ ପତି ବିରୋଧ କରି
କୋରାପୁଟ ଜିଲ୍ଲା ପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ । ବୁଧବାର ଦିନ ପୟୋନିର କମ୍ପାନୀ ଦ୍ୱାରା ବକ୍ସାଇଟ ଖନନ ଓ ପରିବହନ ଆରମ୍ଭ କରିଥିବା ସୂଚନା ପାଇବା ପରେ ଏହାକୁ ବିରୋଧ କରିଛି କୋରାପୁଟ ଜିଲ୍ଲା ଖଣି ସୁରକ୍ଷା ମଞ୍ଚ ଓ ଜୟପୁର ବିଧାୟକ ବାହିନୀ ପତିଙ୍କ ସମର୍ଥକ । ଆଗାମୀ ଦିନରେ ପ୍ରବଳ ବିରୋଧ କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ସୁରକ୍ଷାକୁ ଦୃଷ୍ଠିରେ ରଖି ଜିରୋ ପଏଣ୍ଟ ଠାରେ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

