ସିନେମା ଷ୍ଟାଇଲରେ କୋଲାବ ଜଳ ଭଣ୍ଡାରକୁ ଡେଇଁଲା ଯୁବକ◆ବାପା ସ୍ତବ୍ଧ◆ ଉଦ୍ଧାର କାର୍ଯ୍ୟ ଜାରି

(ପ୍ରତିଫଳନ ମିଡ଼ିଆ)

କୋଲାବ ଜଳଭଣ୍ଡାର କୁ ଡେଇଁ ଯୁବକ ନିଖୋଜ ।ସ୍କୁଟି ରେ
ବାପାଙ୍କୁ ପଛରେ ବସାଇ ସୁନାବେଡ଼ାରୁ – କୋରାପୁଟ ଘରକୁ ଫେରୁଥିଲେ ଯୁବକ । ହେଲେ ଅଧା ବାଟରେ ଯୁବକ ପୁଅ ଜଳଭଣ୍ଡାରକୁ ଡେଇଁ ପଡିବ ଏକଥା ଗାଡ଼ିର ପଛରେ ବସିଥିବା ବାପା ଜାଣିପାରି ନଥିଲେ ।
ସୁନାବେଡ଼ାରୁ କୋରାପୁଟ ଫେରୁଥିବାବେଳେ ଜାତୀୟ ରାଜପଥର ଟିମ୍ବର୍ ବ୍ରିଜ ନିକଟରେ ଗାଡ଼ି ପହଞ୍ଚିବା ଖଣି ସିନେମା ଷ୍ଟାଇଲରେ ଯୁବକ ଜଣକ ସ୍କୁଟି ଟିକୁ ପୋଲର ମଝିରେ ରଖି ପୋଲ ଉପରୁ ଜଳଭଣ୍ଡାର କୁ ଡେଇ ପଡ଼ିଥିଲା ।ହେଲେ ବାପା କିଛି ବୁଝିବା ପୂର୍ବରୁ ପୁଅ ଜଳ ଭଣ୍ଡାର ର ଅଥଳ ପାଣିରେ ନିଖୋଜ ହୋଇଯାଇଥିଲା । କିଛି ମୁହୁର୍ତ ମଧ୍ୟରେ ଏସବୁ ଘଟଣା ଘଟି ଯାଇଥିଲା । ପୋଲ ଉପରେ ଥାଇ ଏସବୁ ଦୃଶ୍ୟକୁ ବାପା କେବଳ ଜଳକା ହୋଇ ଦେଖୁଥିଲା । ସ୍ତବଧ ହୋଇପଡ଼ିଥିଲା ।
ଘଟଣା ଟି ୧୪ ତାରିଖ ମଧ୍ୟାହ୍ନ ବେଳେ ଘଟିଥିଲା । ସେମିଳିଗୁଡା ଅଗ୍ନିଶମ ଓ କୋରାପୁଟ ରୁ ଓଡ଼ାରଫ ଟିମ ଜଳ ଭଣ୍ଡାର ରେ ଖୋଜୁଛନ୍ତି ।ହେଲେ ଜଳ ଭଣ୍ଡାର ରୁ ଡେଇଥିବା ଯୁବକର ସନ୍ଧାନ କରି ପାରିନାହାନ୍ତି ଅଦ୍ୟାବଧି ଅଗ୍ନିଶମ ଓ ଓଡ୍ରଫ ଟିମ । ନିଖୋଜ ଯୁବକ ଜଣଙ୍କ ହେଲେ ମଦନ ଜାନି ସେ ସୁନାବେଡ଼ା ହାଲ ରେ ଠିକାରେ ସେକୁରିଟି ଗାର୍ଡ କାମ କରୁଥିଲେ । ବାପାଙ୍କ ସହ କୋରାପୁଟ ସ୍ଥ ଜାନିଗୁଡ଼ା ଘରକୁ ଫେରୁଥିଲେ ।ହେଲେ ଅଧା ବାଟରେ ପୁଅ ନିଖୋଜ ହୋଇଗଲା। ପାରିବାରିକ ଅଶାନ୍ତି ଯୋଗୁଁ ଏଭଳି ଘଟାଇଥିବା ସନ୍ଦେହ କରାଯାଉଛି।ପୋଲିସ ତଦନ୍ତ ଜରିରହିଛି।

Oplus_131072

Spread the love