ପ୍ରତିଫଳନ ମିଡ଼ିଆ
କୋରାପୁଟ ରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିଜ ର ନାମୀ ହିରୋଇନ୍ ପ୍ରିୟଙ୍କା ଚୋପ୍ରା। କୋରାପୁଟର ସେମିଳିଗୁଡାରେ ପହଂଚିଛନ୍ତି ହିରୋଇନ୍ ପ୍ରିୟଙ୍କା ଚୋପ୍ରା । ଦକ୍ଷିଣ ଭାରତର ପ୍ରଖ୍ୟାତ ହିରୋ ଓ ହିରୋଇନ୍ କୋରାପୁଟର ତାଡ଼ା ମାଳିରେ ସୁଟିଂ ରେ ବ୍ୟସ୍ତ ଅଛନ୍ତି । ବହୁ ନାମୀ ଦାମୀ କଳାକାରଙ୍କ ଭିଡ ଜମିଛି କୋରାପୁଟରେ । SSMB 29 ପ୍ରୋଜେକ୍ଟର ରାଜମୌଲି ପ୍ରଡକସନ ପକ୍ଷରୁ କୋରାପୁଟ ରେ ସୁଟିଂ ଚାଲିଛି ହାଇ ବଜେଟର ସିନେମା ।

ଟଳିଉଡ ନାମୀ କଳାକାର ମାନଂକୁ ନେଇ ସୁଟିଂ ଚାଲିଛି। ଆଜି ହିନ୍ଦି ଫିଲ୍ମ ଜଗତର ପ୍ରଖ୍ୟାତ ହିରୋଇନ୍ ପ୍ରିୟଙ୍କା ଚୋପ୍ରା କୋରାପୁଟରେ ପହଞ୍ଚି ଛନ୍ତି । ହାଇ ବଜେଟ୍ ରେ ନିର୍ମାଣ ହେବାକୁ ଯାଉଥିବା ସାଉଥ୍ ଫିଲ୍ମ୍ ସୂଟିଂ ପାଇଁ ହାଇ ସେକ୍ୟୁରିଟିରେ କୋରାପୁଟ ପହଞ୍ଚିଲେ ପ୍ରିୟଙ୍କା ଚୋପ୍ରା । ସେମିଳିଗୁଡାରେ ଏକ ସ୍ଥାନୀୟ ହୋଟେଲର କଡ଼ା ସୁରକ୍ଷା ମଧ୍ୟରେ ରହିଛନ୍ତି ପ୍ରିୟଙ୍କା ଚୋପ୍ରା। ତାଡ଼ାମାଳି ଠାରେ ଫିଲ୍ମ୍ ସୁଟିଂ ସେଟ ରେ ଯୋଗଦେବେ । ବର୍ତ୍ତମାନ୍ ସୁଧା ଫିଲ୍ମ ର ନାମ ସ୍ପଷ୍ଟ କରାଯାଇନଥିବା ବେଳେ 3ଟି ଭାଷା ହିନ୍ଦୀ,ତେଲୁଗୁ,ତାମିଲ ରେ ଫିଲ୍ମ ସୁଟିଂ ହେଉଥିବା ଚର୍ଚା ହେଉଛି । ପୂର୍ବରୁ ତେଲୁଗୁ ସୁପରଷ୍ଟାର ମହେଶ ବାବୁ କୋରାପୁଟ ସୁଟିଂ ରେ ଯୋଗ ଦେଇଛନ୍ତି ।