ରାଜ୍ୟର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ କଂଗ୍ରେସର ବିକ୍ଷୋଭ

ପ୍ରତିଫଳନ ମିଡ଼ିଆ

ରାଜ୍ୟରେ ମହିଳାମାନଙ୍କ ପ୍ରତି ନିର୍ଯାତନା ବଢୁଛି । ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ମହିଳା ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀ ପତି, ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗି , ଜିଲ୍ଲା କଂଗ୍ରେସ ପ୍ରଭାରୀ ଅଜିତ୍ ଦାସ ଙ୍କ ସମେତ
ଜିଲ୍ଲା ର ବହୁ କଂଗ୍ରେସ ନେତା ଓ କର୍ମୀଯୋଗ ଦେଇ ବିଜେପି ସରକାର ଅମଳରେ ଶାସନ ବ୍ୟବସ୍ଥା ଭୁଶୁଡି ପଡିଥିବା କହିଛନ୍ତି । ରାଜ୍ୟରେ ନାରୀ ନିର୍ଯ୍ୟାତନା ହାର ବେଶ ବୃଦ୍ଧି ପାଇଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଗୃହ ବିଭାଗ ରହିଥିବା ସତ୍ବେ ରାଜ୍ୟରେ ବଢୁଥିବା ନାରୀ ନିର୍ଯ୍ୟାତନା ଚିନ୍ତାର ବିଷୟ ଏବଂ ଏ ଦିଗରେ ସରକାର ନିରବ ଦ୍ରଷ୍ଟା ସାଜିଛି । କଂଗ୍ରେସ ଏହାକୁ ନିନ୍ଦା କରୁଥିବା କହିଛନ୍ତି । ରାଜ୍ୟରେ ବହୁଳ ମାତ୍ରାରେ ମହିଳା ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଛି। ଏହାସହ ସ୍କୁଲ ଛାତ୍ରୀ ପ୍ରସବ, ନାବାଳିକା ଗଣଦୁଷ୍କର୍ମ ମାମଲାକୁ ନିନ୍ଦା କରିବା ସହ ସରକାର ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି। ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଆଲୋମଣୀ ସେଠୀ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।

Spread the love