ବିଏସ୍ଏଫର ରକ୍ତଦାନ ଶିବିର . ରକ୍ତଦାନ କରି ସହିଦ ଯବାନଙ୍କୁ ଦେଲା ଶ୍ରଦ୍ଧାଞ୍ଜଳି.

ପ୍ରତିଫଳନ ମିଡ଼ିଆ

ଓଡ଼ିଆ ନବବର୍ଷ ,ବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ, ବାବା ସାହେବ୍ ଡ: ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ଦିବସକୁ ସ୍ମରଣୀୟ ରଖିବା ଓ ମାଓଦମନ ଅପରେସନ ସମୟରେ ମାଓବାଦୀଙ୍କ ଆକ୍ରମଣର ଶିକାର ହୋଇ ଶହୀଦ ହୋଇଥିବାଯବାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ବିଏସ୍ଏଫ୍ । ଏହିଦିନଟିକୁ ସ୍ମରଣୀୟ ରଖିବାଉଦ୍ଦେଶ୍ୟରେ ଏଭଳି ରକ୍ତଦାନ ଶିବିର ର ଆୟୋଜନ କରାଯାଇଥିଲା । ଏହାଦ୍ବାରା ଶହୀଦଙ୍କ ପରିବାରଙ୍କ ସହ ସଦା ସର୍ବଦା ରହିଥିବା ବାର୍ତ୍ତାଦେବାକୁ ଉଦ୍ୟମ କରିଛି ବିଏସ୍ଏଫ୍ ।

କୋରାପୁଟ ସ୍ଥିତ ବିଏସ୍ଏଫ୍ ସେକ୍ଟର ର ଯବାନ ମାନେ ରକ୍ତଦାନ କରିଥିଲେ । ୫୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।କୋରାପୁଟରେ ମାଓଦମନ ଅପରେସନରେ ବିଏସ୍ଏଫ୍ ପକ୍ଷରୁ ଓଡ଼ିଶାରେ ୧୫ ବର୍ଷର ଉତ୍ସର୍ଗୀକୃତ ସେବା ପ୍ରଦାନ କରିଛି। କୋରାପୁଟ ସେକ୍ଟରର ସୀମା ସୁରକ୍ଷା ବାହିନୀ ଓଡ଼ିଶାରେ ନକ୍ସଲ ବିରୋଧୀ ଅଭିଯାନର ଚ୍ୟାଲେଞ୍ଜି ଦୃଶ୍ୟପଟରେ ୧୫ ବର୍ଷର ଅଟଳ ପ୍ରତିବଦ୍ଧତା ଏବଂ ଉତ୍ସର୍ଗୀକୃତ ସେବା ପୂରଣ ଘୋଷଣା କରି ଗର୍ବର ସହକାରେ ଆଜି ଏହି ଶିବିର ଆୟୋଜନ କରାଯାଇଛି ବୋଲି କୋରାପୁଟ ସେକ୍ଟର ବିଏସ୍ଏଫ୍ ଡିଆଇଜି ସତ୍ୟବାନ ଖାନଚି କହିଛନ୍ତି |
ବିଏସଏଫ କମାଣ୍ଡେଣ୍ଟ ସୁଶିଲ କୁମାର ଜେନା ସମେତ ବିଏସ୍ଏଫ୍ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love